ଜିଡିପିକୁ ଲାଗିବ ଦୁଇ ଅଙ୍କର ଝଟକା: ରଏଟର୍ସ ଅର୍ଥନୀତିଜ୍ଞ ସର୍ଭେ

ନୂଆଦିଲ୍ଲୀ: କରୋନା ପାଇଁ ଘରୋଇ ବଜାରର ସ୍ଥିତି ବେହାଲ ହୋଇ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେକର୍ଡ ସ୍ତରରେ ହ୍ରାସ ହେବ ବୋଲି ଆକଳନ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଜିଡିପିକୁ ୨୩.୯% ଝଟକା ଲାଗିଛି। ସେହିଭଳି ତୃତୀୟ ଏବଂ ଚତୁର୍ଥ ତ୍ରୈମାସରେ ଜିଡିପି ଯଥାକ୍ରମେ ୧୦.୪% ଏବଂ ୫.୦% ହ୍ରାସ ହେବା ନେଇ ଆକଳନ ହୋଇଛି। ଜିଡିପି ୯.୫% ଖସିବ ବୋଲି ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ କରିଛି। ସେହିଭଳି ଜିଡିପି ହ୍ରାସ ୯.୮% ରହିବ ବୋଲି ଅନ୍ୟ କିଛି ପ୍ରମୁଖ ଏଜେନ୍ସି ରିପୋର୍ଟରେ କହିଛନ୍ତି। ଏଭଳି ସ୍ଥିତିରେ ଜିଡିପି ୧୦%ରୁ ଅଧିକ ଖସିବ ବୋଲି ରଏଟର୍ସ ଅର୍ଥନୀତିଜ୍ଞ ମତ ପ୍ରକାଶ କରିଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏହା ସବୁଠାରୁ ବଡ଼ ଧରଣର କ୍ଷତି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୨୦୨୧-୨୨ରେ ଜିଡିପି ୯% ଏବଂ ୨୦୨୨-୨୩ରେ ୫.୭% ରହିବା ନେଇ ଆକଳନ କରାଯାଇଛି। ସେହିଭଳି ଜିଡିପି କୋଭିଡ୍‌ ପୂର୍ବସ୍ତରକୁ ଫେରିବା ଲାଗି ଅନ୍ତତଃ ପକ୍ଷେ ଗୋଟିଏ ବର୍ଷ ଲାଗିପାରେ। କ୍ଷତି ହୋଇଥିବା ଜିଡିପି ଭରଣାକରି ପୁଣି ଅଭିବୃଦ୍ଧି ହାସଲ କରିବା ନିଶ୍ଚିତ ପକ୍ଷେ ଭାରତ ଲାଗି ଏକ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଇଛି।

ବଜାରର ସ୍ଥିତିକୁ ଠିକ୍‌ କରିବା ଲାଗି କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଆଣିଛନ୍ତି। ମାତ୍ର ଏହା ବିଶେଷ ଫଳପ୍ରଦ ହୋଇପାରିନାହିଁ। କରୋନା ପ୍ରଭାବିତ ବଜାରରେ ଆର୍ଥତ୍କ କାର୍ଯ୍ୟକଳାପକୁ ଫେରାଇ ଆଣିବା ଦିଗରେ ଏହା ବିଶେଷ ଯୋଗଦାନ ରଖି ପାରିନାହିଁ ବୋଲି ରଏଟର୍ସ ପକ୍ଷରୁ ଅର୍ଥନୀତିଜ୍ଞଙ୍କୁ ନେଇ କରାଯାଇଥିବା ସର୍ଭେରେ ଏହା ପ୍ରକାଶ ପାଇଛି। ଭାରତରେ କରୋନା ସଂକ୍ରମଣ ଥମିବାର ନଁ। ନେଉନାହିଁ। ବର୍ତ୍ତମାନ ସାରା ଦେଶରେ ୭୫ ଲକ୍ଷ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ଆମେରିକା ପରେ ଭାରତ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ମାମଲା ବଢୁଥିବାରୁ ଏହାର ବଜାରକୁ ମଧ୍ୟ ଆଶଙ୍କାଗ୍ରସ୍ତ କରି ରଖିଛି। ଦରଦାମ ଉଚ୍ଚରେ ରହିଥିଲେ ମଧ୍ୟ ବଜାରର ଅଭିବୃଦ୍ଧିକୁ ନେଇ ରିଜର୍ଭ ବ୍ୟାଙ୍କ ଚିନ୍ତିତ ରହିଛି। ସେହି ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରୁଛି। ଲୋକଙ୍କ ନିଯୁକ୍ତି ହ୍ରାସ ଏବଂ ଦରମା କାଟ ଭଳି ସମସ୍ୟା ଚାହିଦା ଉପରେ ପ୍ରଭାବ ପକାଉଥିବା ରଏଟର୍ସ ରିପୋର୍ଟରେ ପ୍ରକାଶ ପାଇଛି।
ସରକାର ବର୍ତ୍ତମାନ ଅଧିକାଂଶ କଟକଣା ବଜାରରୁ ଉଠାଇଦେଲେଣି। ହେଲେ ଲୋକଙ୍କ ମନରେ ଭୟ ରହିଥିବାରୁ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରିବାରେ ସମସ୍ୟା ଉପୁଜୁଛି। ଦରଦାମ ଉଚ୍ଚରେ ରହିବା ଫଳରେ ନିକଟରେ ହୋଇଥିବା ମୁଦ୍ରାନୀତି କମିଟି ବୈଠକରେ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରକୁ ଅପରିବର୍ତ୍ତିତ ରଖିଛି। ସେହି ଭଳି ଅର୍ଥ ବ୍ୟବସ୍ଥାକୁ ନେଇ ଏହାର ଅନୁମାନ ମଧ୍ୟ ନକାରାତ୍ମକ ରହିଛି। ଅର୍ଥ ବ୍ୟବସ୍ଥାରେ ଚାହିଦା ଫେରାଇ ଆଣିବା ଲାଗି ସରକାର ନିକଟରେ ପୁଣି ଥରେ ୭୩ ହଜାର କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଘୋଷଣା କରିଛନ୍ତି। ୫୫ ଅର୍ଥନୀତିଜ୍ଞଙ୍କୁ ହୋଇ ରଏଟର୍ସର ଏହି ସର୍ଭେରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ନିରାଶା ପ୍ରକଟ କରାଯାଇଛି। ପ୍ରାୟ ୯୦% ଅର୍ଥନୀତିଜ୍ଞ କହିଛନ୍ତି, ସରକାରଙ୍କ ପ୍ୟାକେଜ ଅର୍ଥ ବ୍ୟବସ୍ଥାରେ ଉତ୍ସାହ ଆଣିପାରିନାହିଁ। ଏହି ପରିପ୍ରେକ୍ଷୀରେ ଖାଉଟିଙ୍କ ଖର୍ଚ୍ଚ ବୃଦ୍ଧି ପୁଞ୍ଜି ଖର୍ଚ୍ଚ ଲାଗି ଯେଉଁ ଯୋଜନା ରହିଛି ତାହା ହୁଏତ ଭିନ୍ନ ହୋଇଛି। ମାତ୍ର ସରକାର ଏ ଦିଗରେ ଗ୍ରହଣ କରିଥିବା ବିତ୍ତୀୟ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ସାକ୍ଷୀ ଗୁପ୍ତା ମତ ପ୍ରକାଶ କରିଛନ୍ତି। ସରକାର ଯେଉଁ ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି ସେଥିରେ ନିଜସ୍ବ ଖର୍ଚ୍ଚ କମ୍‌ ବୋଲି ବୁଝାପଡିବ ଅର୍ଥାତ୍‌ ପ୍ୟାଜେକର ଅଧିକାଂଶ ଅଂଶ କେବଳ ଋଣ ଆକାରରେ ରହିଛି। ଅର୍ଥ ବ୍ୟବସ୍ଥା ଠିକ୍‌ ନ ଥିବା ବେଳେ ଋଣ ନେଇ ନିବେଶ କରିବାକୁ କିଏ ଆଗେଇ ଆସିବ ବୋଲି ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ…

ଭୁବନେଶ୍ୱର,୧୬।୪: ପୁଣି ବଢ଼ିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ସର୍ବକାଳୀନ ନୂଆ ରେକର୍ଡ ସହ ୭୪ ହଜାର ଟଙ୍କା ପାର କରିଛି। ୨୪...

ସଙ୍ଗୀତା ଏଏସ୍‌ଆଇସିର ନୂଆ ଅଧ୍ୟକ୍ଷା

ଭୁବନେଶ୍ୱର,୧୬।୪: ଏସିଆ ସୋସାଇଟି ଇଣ୍ଡିଆ ସେଣ୍ଟର (ଏଏସ୍‌ଆଇସି)ର ନୂତନ ଅଧ୍ୟକ୍ଷା ଭାବେ ଶିଳ୍ପପତି ସଙ୍ଗୀତା ଜିନ୍ଦଲ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଏସ୍‌ଆଇସି ବୋର୍ଡ ପକ୍ଷରୁ...

ଏଚ୍‌ସିଆଇଏଲର ନୂତନ ଓ୍ବେୟାରହାଉସ କାର୍ଯ୍ୟର ଶୁଭାରମ୍ଭ

ଭୁବନେଶ୍ୱର,୧୬।୪: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ନୂତନ ପ୍ରକଳ୍ପ ‘ନ୍ୟୁ ସ୍ପେୟାର ପାର୍ଟସ ଓ୍ବେୟାରହାଉସ ଫାସିଲିଟି (ନୂତନ ଓ୍ବେୟାରହାଉସ) କାର୍ଯ୍ୟର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି...

ମଉଳୁଛି ଶସ୍ତା ଇଏମ୍‌ଆଇ ଆଶା

ଭୁବନେଶ୍ୱର,୧୬।୪(ଅନୁରାଧା ମହାରଣା): ମହଙ୍ଗା ଇଏମ୍‌ଆଇରୁ ରକ୍ଷା ପାଇବାକୁ ଆଶା ବାନ୍ଧିଥିବା ଲୋକମାନେ ଚଳିତବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରୁ ମୁକ୍ତି ପାଇବାକୁ ଆଶା କରୁଥିଲେ। ମାତ୍ର ମାର୍ଚ୍ଚ ମାସରେ...

ସୁନା ଦର ୭୩ ହଜାର ପାର

ଭୁବନେଶ୍ୱର,୧୬।୪: କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଗତ ଦୁଇ ସପ୍ତାହ ମଧ୍ୟରେ ଭୁବନେଶ୍ୱରରେ ସୁନା ଦର ୨୨କ୍ୟାରେଟ ଉପରେ...

ଇଶା-ଦୀପିକାଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା

ଭୁବନେଶ୍ୱର,୧୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆର୍‌ଆର୍‌ଭିଏଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍‌ ଅମ୍ବାନୀ...

ମାର୍ଚ୍ଚ ମାସରେ ବୃଦ୍ଧି ପାଇଲା ହୋଲସେଲ୍ ମହଙ୍ଗା ହାର

ଚେନ୍ନାଇ,୧୫।୪: ମାର୍ଚ୍ଚ ମାସରେ ହୋଲସେଲ ମହଙ୍ଗା(ମୁଦ୍ରାସ୍ଫୀତି) ହାର ବୃଦ୍ଧି ପାଇ ୦.୫ ପ୍ରତିଶତରେ ପହଞ୍ଚିଛି। ଫେବୃଆରୀ ମାସରେ ଏହା ୦.୨ ପ୍ରତିଶତ ଥିଲା। ଏହି ରିପୋର୍ଟ...

ଆପଲ୍ କୁ ପଛରେ ପକାଇ ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ହେଲା ସାମସଙ୍ଗ, ହ୍ରାସ ପାଇଲା ଆଇଫୋନ୍ ବିକ୍ରି

ମୁମ୍ବାଇ,୧୫।୪: ଆଇଡିସିର ରିପୋର୍ଟ ଅନୁଯାୟୀ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ମାନ୍ୟତା ପାଇଛି ସାମସଙ୍ଗ। ଏଥିସହିତ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri