୪.୫% ଖସିଯିବ ଜିଡିପି

ନୂଆଦିଲ୍ଲୀ,୭।୭ : କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥାକୁ ବୃହତ୍‌ ପରିମାଣର କ୍ଷତି ହୋଇଥିବା ସରକାର ମାନିଛନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥତ୍କ ବର୍ଷରେ ୪.୫% ଖସିବା ନେଇ ଆକଳନ କରାଯାଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ୍‌ରେ ଭାରତର ଅଭିବୃଦ୍ଧି ଖସିବା ନେଇ ଉଲ୍ଲେଖ କରାଯାଇଛି। ଏହି ପୂର୍ବାନୁମାନ ଆଧାରରେ ଭାରତର ଅଭିବୃଦ୍ଧି କ୍ଷତିଗ୍ରସ୍ତ ରହିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ଚଳିତ ବର୍ଷ ଏପ୍ରିଲରେ ଆଇଏମ୍‌ଏଫ୍‌ ଯେଉଁ ପୂର୍ବାନୁମାନ କରିଥିଲା ସେହି ତୁଳନାରେ ଦେଶର ଜିଡିପି ୬.୪ % ଖସିବ ବୋଲି ଆଶଙ୍କା କରାଯାଇଛି। ଦେଶର ବିକାଶ ହାର ୧.୯% ରହିବ ବୋଲି ସରକାର ଏପ୍ରିଲରେ ପୂର୍ବାନୁମାନ କରିଥିଲେ।
ଆଇଏମ୍‌ଏଫ୍‌ ଜୁନରେ ପ୍ରକାଶ କରିଥିବା ଏହାର ରିପୋର୍ଟରେ କହିଥିଲା ଯେ, ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ୨୦୨୦ରେ ୪.୯% ହ୍ରାସ ଘଟିବ। ଏପ୍ରିଲ ପୂର୍ବାନୁମାନଠାରୁ ଏହା ୧.୯% ଅଧିକ ରହିଛି। ବିଶ୍ୱ ଅର୍ଥ ବ୍ୟବସ୍ଥା ୩% ଖସିଯିବ ବୋଲି ପୂର୍ବରୁ ଆଶଙ୍କା କରାଯାଇଥିଲା। କରୋନା ଯୋଗୁ ବିଶ୍ୱର ଅଧିକାଂଶ ଦେଶ କ୍ଷତି ସହିବେ ବୋଲି ରିପୋର୍ଟରେ କୁହାଯାଇଥିଲା। ବିକଶିତ ଦେଶଗୁଡ଼ିକରେ ୮% ଏବଂ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକର ବିକାଶ ହାର ୩% ଖସିପାରେ। ୨୦୧୯-୨୦ରେ ଭାରତର ଜିଡିପି ଅଭିବୃଦ୍ଧି ୪.୨% ରହିଛି। ଏହାର ପୂର୍ବ ଆର୍ଥତ୍କ ବର୍ଷରେ ଏହା ୬.୧% ରହିଥିଲା।
ଅର୍ଥ ମନ୍ତ୍ରଣାଳୟ ରିପୋର୍ଟରେ କୁହାଯାଇଛି ଯେ, ୨୦୧୯-୨୦ରେ ସରକାର ୧୩.୫୬ ଲକ୍ଷ କୋଟି ଟଙ୍କାର ନେଟ୍‌ ଟିକସ ସଂଗ୍ରହ କରିଥିଲେ। ଏହା ପରିବର୍ତ୍ତିତ ଧାର୍ଯ୍ୟଲକ୍ଷ୍ୟଠାରୁ ୯.୯% ନିମ୍ନରେ ରହିଛି। ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହେବା ଯୋଗୁ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୨ ମାସରେ ଟିକସ ସଂଗ୍ରହ ହ୍ରାସ ଘଟିଛି। ମେ ୨୦୨୦ ସୁଦ୍ଧା ବିତ୍ତୀୟ ନିଅଣ୍ଟ ୪.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରାଜସ୍ବ ସଂଗ୍ରହରେ ଋଣାତ୍ମକ ସ୍ଥିତି ଉପୁଜିବା ଯୋଗୁ ଏହା ୬୮.୯% ସ୍ତରରେ ରହିଛି। ବ୍ୟକ୍ତିଗତ ଆୟକରରେ ଅଭିବୃଦ୍ଧିରେ ନକାରାତ୍ମକ ପ୍ରଭାବ ସହ ସମସ୍ତ ପରୋକ୍ଷ ଟିକସ ସଂଗ୍ରହ ଏବଂ ଅଣ ଟିକସ ରାଜସ୍ବ ସଂଗ୍ରହ ବର୍ତ୍ତମାନ ଆଶାନୁରୂପ ହେଉନାହିଁ। ବଜାର ଉପରେ ପଡୁଥିବା ପ୍ରଭାବକୁ କମ୍‌ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ବଳ୍ପ ମିଆଦୀ ଏବଂ ଦୀର୍ଘ ମିଆଦୀ ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri