୪.୫% ଖସିଯିବ ଜିଡିପି

ନୂଆଦିଲ୍ଲୀ,୭।୭ : କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥାକୁ ବୃହତ୍‌ ପରିମାଣର କ୍ଷତି ହୋଇଥିବା ସରକାର ମାନିଛନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥତ୍କ ବର୍ଷରେ ୪.୫% ଖସିବା ନେଇ ଆକଳନ କରାଯାଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ୍‌ରେ ଭାରତର ଅଭିବୃଦ୍ଧି ଖସିବା ନେଇ ଉଲ୍ଲେଖ କରାଯାଇଛି। ଏହି ପୂର୍ବାନୁମାନ ଆଧାରରେ ଭାରତର ଅଭିବୃଦ୍ଧି କ୍ଷତିଗ୍ରସ୍ତ ରହିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ଚଳିତ ବର୍ଷ ଏପ୍ରିଲରେ ଆଇଏମ୍‌ଏଫ୍‌ ଯେଉଁ ପୂର୍ବାନୁମାନ କରିଥିଲା ସେହି ତୁଳନାରେ ଦେଶର ଜିଡିପି ୬.୪ % ଖସିବ ବୋଲି ଆଶଙ୍କା କରାଯାଇଛି। ଦେଶର ବିକାଶ ହାର ୧.୯% ରହିବ ବୋଲି ସରକାର ଏପ୍ରିଲରେ ପୂର୍ବାନୁମାନ କରିଥିଲେ।
ଆଇଏମ୍‌ଏଫ୍‌ ଜୁନରେ ପ୍ରକାଶ କରିଥିବା ଏହାର ରିପୋର୍ଟରେ କହିଥିଲା ଯେ, ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ୨୦୨୦ରେ ୪.୯% ହ୍ରାସ ଘଟିବ। ଏପ୍ରିଲ ପୂର୍ବାନୁମାନଠାରୁ ଏହା ୧.୯% ଅଧିକ ରହିଛି। ବିଶ୍ୱ ଅର୍ଥ ବ୍ୟବସ୍ଥା ୩% ଖସିଯିବ ବୋଲି ପୂର୍ବରୁ ଆଶଙ୍କା କରାଯାଇଥିଲା। କରୋନା ଯୋଗୁ ବିଶ୍ୱର ଅଧିକାଂଶ ଦେଶ କ୍ଷତି ସହିବେ ବୋଲି ରିପୋର୍ଟରେ କୁହାଯାଇଥିଲା। ବିକଶିତ ଦେଶଗୁଡ଼ିକରେ ୮% ଏବଂ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକର ବିକାଶ ହାର ୩% ଖସିପାରେ। ୨୦୧୯-୨୦ରେ ଭାରତର ଜିଡିପି ଅଭିବୃଦ୍ଧି ୪.୨% ରହିଛି। ଏହାର ପୂର୍ବ ଆର୍ଥତ୍କ ବର୍ଷରେ ଏହା ୬.୧% ରହିଥିଲା।
ଅର୍ଥ ମନ୍ତ୍ରଣାଳୟ ରିପୋର୍ଟରେ କୁହାଯାଇଛି ଯେ, ୨୦୧୯-୨୦ରେ ସରକାର ୧୩.୫୬ ଲକ୍ଷ କୋଟି ଟଙ୍କାର ନେଟ୍‌ ଟିକସ ସଂଗ୍ରହ କରିଥିଲେ। ଏହା ପରିବର୍ତ୍ତିତ ଧାର୍ଯ୍ୟଲକ୍ଷ୍ୟଠାରୁ ୯.୯% ନିମ୍ନରେ ରହିଛି। ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହେବା ଯୋଗୁ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୨ ମାସରେ ଟିକସ ସଂଗ୍ରହ ହ୍ରାସ ଘଟିଛି। ମେ ୨୦୨୦ ସୁଦ୍ଧା ବିତ୍ତୀୟ ନିଅଣ୍ଟ ୪.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରାଜସ୍ବ ସଂଗ୍ରହରେ ଋଣାତ୍ମକ ସ୍ଥିତି ଉପୁଜିବା ଯୋଗୁ ଏହା ୬୮.୯% ସ୍ତରରେ ରହିଛି। ବ୍ୟକ୍ତିଗତ ଆୟକରରେ ଅଭିବୃଦ୍ଧିରେ ନକାରାତ୍ମକ ପ୍ରଭାବ ସହ ସମସ୍ତ ପରୋକ୍ଷ ଟିକସ ସଂଗ୍ରହ ଏବଂ ଅଣ ଟିକସ ରାଜସ୍ବ ସଂଗ୍ରହ ବର୍ତ୍ତମାନ ଆଶାନୁରୂପ ହେଉନାହିଁ। ବଜାର ଉପରେ ପଡୁଥିବା ପ୍ରଭାବକୁ କମ୍‌ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ବଳ୍ପ ମିଆଦୀ ଏବଂ ଦୀର୍ଘ ମିଆଦୀ ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri