୯.୫% ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୭।୭: କରୋନା ଯୋଗୁ ବିଶ୍ୱବଜାର ଗଭୀର କ୍ଷତି ସାମ୍ନା କରୁଛି। ସାରା ବିଶ୍ୱରେ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇପଡିଛି। ବର୍ତ୍ତମାନ ଶିଳ୍ପ ଜଗତ ଟ୍ରାକ୍‌କୁ ଫେରି ନ ଥିବା ବେଳେ ବଜାର କ୍ଷତିରେ ଚାଲିଛି। ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥ ବ୍ୟବସ୍ଥା ଚଳିତ ବର୍ଷ ମଧ୍ୟ ଗଭୀର କ୍ଷତି ସହିବ ବୋଲି ପୂର୍ବାନୁମାନ କରାଯାଇଛି। ରେଟିଂ ଏଜେନ୍ସି ଇକ୍ରାର ପୂର୍ବାନୁମାନ ମୁତାବକ ୨୦୨୦ରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)୯.୫% ଖସିପାରେ। ଏହି ଏଜେନ୍ସି ପୂର୍ବରୁ କରିଥିବା ଅନୁମାନରେ କହିଥିଲା ଯେ, ଚଳିତ ବର୍ଷ ଭାରତର ଜିଡିପି ୫% ଖସିପାରେ। ହେଲେ ବଜାର ସ୍ଥିତି ସଙ୍ଗିନ ହୋଇଥିବାରୁ ପୂର୍ବରୁ ହୋଇଥିବା ଆକଳନକୁ ଏହା ପରିବର୍ତ୍ତନ କରିଛି। ଚଳିତ ବର୍ଷ କୃଷିକ୍ଷେତ୍ରରେ ଗ୍ରସ୍‌ ଭାଲ୍ୟୁ ଆଡେଡ୍‌(ଜିଭିଏ) ୩.୫-୪% ରହିପାରେ ବୋଲି ଏହା ରିପୋର୍ଟରେ ଉଲ୍ଲେଖ କରିଛି।
ଘରୋଇ ବଜାରରେ ବର୍ତ୍ତମାନ କରୋନା ସଂକ୍ରମଣ ହାର ଦ୍ରୁତ ହୋଇଛି। ଏଥିଯୋଗୁ ଦେଶ ମଧ୍ୟରେ ବିଭିନ୍ନ ରାଜ୍ୟ ଲକ୍‌ଡାଉନ ଅବଧିକୁ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ମେ ଏବଂ ଜୁନ୍‌ ମାସରେ ସ୍ଥିତିରେ କିଛିଟା ସୁଧାର ଆସିବ ବୋଲି ଅନୁମାନ କରାଯାଉଥିଲା। ହେଲେ ସବୁ କିଛି ଟ୍ରାକ୍‌କୁ ଫେରିବା ବର୍ତ୍ତମାନ କଷ୍ଟକର ହେଉଛି। ଏଭଳି ବିଭିନ୍ନ ଜଟିଳ ପ୍ରସଙ୍ଗକୁ ବିଚାରକରି ଇକ୍ରା ନିଜର ଆକଳନରେ ହ୍ରାସ କରିଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ୨୫% ହ୍ରାସ ହେବା ନେଇ ଏହା ଆଶଙ୍କା କରିଛି। ସେହିଭଳି ଦ୍ୱିତୀୟ ତ୍ରୈମାସରେ ୧୨.୪%, ତୃତୀୟ ତ୍ରୈମାସରେ ୨.୩% ଏବଂ ଚତୁର୍ଥ ତ୍ରୈମାସରେ ଜିଡିପି ୧.୩% ହ୍ରାସ ହେବା ନେଇ ଇକ୍ରା ଏହାର ରିପୋର୍ଟରେ ପୂର୍ବାନୁମାନ କରିଛି।
ଇକ୍ରାର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତି ନାୟାର କହିଛନ୍ତି ଯେ, କରୋନା ସଂକ୍ରମଣ ମାମଲା ଗଭୀର ହେବାକୁ ଲାଗିଛି। ଏଥିଲାଗି ସୁରକ୍ଷା ଉପାୟ ଲମ୍ବା ସମୟ ଯାଏ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ବିଚାରକରି ପୂର୍ବରୁ ଭାରତ ବଜାର ଲାଗି ଯେଉଁ ପୂର୍ବାନୁମାନ କରାଯାଇଥିଲା ସେଥିରେ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri