Posted inଜାତୀୟ

ଚତୁର୍ଥ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୪.୧%କୁ ହ୍ରାସ

ନୂଆଦିଲ୍ଲୀ,୧ା୬: ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୮.୭ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏହି ବର୍ଷ ଅଭିବୃଦ୍ଧି ହାର ୮.୯ ପ୍ରତିଶତ ରହିବ ବୋଲି ପୂର୍ବରୁ ସରକାରୀ ଭାବେ ଆକଳନ କରାଯାଇଥିବାବେଳେ ତାହାଠାରୁ କମ୍‌ ହୋଇଛି। ଏପରିକି ମାର୍ଚ୍ଚ ମାସରେ ଶେଷ ହୋଇଥିବା ଚତୁର୍ଥ ତଥା ଶେଷ ତ୍ରୈମାସରେ ଅଭିବୃଦ୍ଧି ହାର ୪.୧ ପ୍ରତିଶତକୁ ଖସିଆସିଛି, ଯାହା କି ତୃତୀୟ ତ୍ରୈମାସରେ ୫.୪ ପ୍ରତିଶତ ରହିଥିଲା। ତେବେ ୨୦୨୦-୨୧ର ଆର୍ଥିକ ଅଭିବୃଦ୍ଧିଠାରୁ ୨୦୨୧-୨୨ ଅଭିବୃଦ୍ଧିରେ ଉନ୍ନତି ଘଟିଛି ଏବଂ ମହାମାରୀ ପୂର୍ବବର୍ତ୍ତୀ ସ୍ତରଠାରୁ ଅଧିକ ରହିଥିବା କୁହାଯାଉଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିଥିଲା।
୨୦୨୨ ଏପ୍ରିଲରେ ଭାରତର ୮ଟି କୋର୍‌ ସେକ୍ଟରରେ ଉତ୍ପାଦନ ଅଭିବୃଦ୍ଧି ୮.୪ ପ୍ରତିଶତ ରହିଛି, ଯାହାକି ଗତ ୬ ମାସ ମଧ୍ୟରେ ସବୁଠୁ ଦ୍ରୁତ ଅଗ୍ରଗତି। କେବଳ ଅଶୋଧିତ ତୈଳ ଏବଂ ଇସ୍ପାତ ସେକ୍ଟରରେ ଉତ୍ପାଦନ ପୂର୍ବ ବର୍ଷ ଏପ୍ରିଲ ତୁଳନାରେ ସାମାନ୍ୟ ହ୍ରାସ ପାଇଛି। ୨୦୨୧-୨୨ରେ ଅର୍ଥନୀତିରେ ଗ୍ରସ୍‌ ଭାଲ୍ୟୁ-ଆଡେଡ୍‌ (ଜିଭିଏ) ୮.୧ ପ୍ରତିଶତ ବଢ଼ିଥିବା ଆକଳନ କରାଯାଇଛି, ଯାହା କି ପୂର୍ବରୁ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଆକଳନ କରିଥିବା ୮.୩ ପ୍ରତିଶତଠାରୁ ସାମାନ୍ୟ କମ୍‌। କୋଭିଡ୍‌ ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ୨୦୨୦-୨୧ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୬.୬ ପ୍ରତିଶତକୁ ଖସିଯାଇଥିବାବେଳେ ଜିଭିଏ ୪.୮ ପ୍ରତିଶତ ରହିଥିଲା। କୃଷି ଏବଂ ଫାଇନାନ୍ସିଆଲ, ରିଅଲ ଇଷ୍ଟେଟ୍‌ ଓ ପେସାଦାରି ସେବା ସେକ୍ଟରର ଜିଭିଏରେ ୨୦୨୦-୨୧ର ଯଥାକ୍ରମେ ୩.୩ ପ୍ରତିଶତ ଏବଂ ୨.୨ ପ୍ରତିଶତ ରହିଥିବାବେଳେ ୨୦୨୧-୨୨ରେ ତାହା ୩% ଏବଂ ୪.୨% ବୃଦ୍ଧି ପାଇଛି। ଅର୍ଥନୈତିକ କାର୍ଯ୍ୟର ୫ ପ୍ରମୁଖ ସେଗ୍‌ମେଣ୍ଟର ଜିଭିଏ ଅଭିବୃଦ୍ଧି ୧୦ ପ୍ରତିଶତରୁ ଅଧିକ ରହିଛି। ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ସେବା ସେକ୍ଟରରେ ଜିଭିଏ ୧୨.୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା କି ପୂର୍ବବର୍ଷ ୫.୫ ପ୍ରତିଶତ ରହିଥିଲା। ସେହିପରି ୨୦୨୦-୨୧ରେ ଖଣିଜ ଉତ୍ତୋଳନ ଏବଂ ନିର୍ମାଣ ସେକ୍ଟରରୁ ଜିଭିଏ ୮.୬% ଏବଂ ୭.୩% ହ୍ରାସ ପାଇଥିବାବେଳେ ଏଥର ତାହା ୧୧.୫ ପ୍ରତିଶତ ରହିଛି। ସେହିପରି ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ପ୍ରସାରଣ ସେବା ପୂର୍ବବର୍ଷ ୨୦.୨ ପ୍ରତିଶତ ହ୍ରାସ ପାଇଥିବାବେଳେ ୨୦୨୧-୨୨ରେ ୧୧.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଉତ୍ପାଦନ ସେକ୍ଟର ଜିଭିଏ ପୂର୍ବବର୍ଷର ୦.୬% ହ୍ରାସରୁ ୯.୯ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। କେବଳ ଠିକାଭିତ୍ତିକ ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ପ୍ରସାରଣ ସେବାରେ ଜିଭିଏ ମହାମାରୀ ପୂର୍ବ ସ୍ତରଠାରୁ କମ୍‌ ରହିଛି। ମାର୍ଚ୍ଚରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସରେ ମୋଟ ଜିଭିଏ ଅଭିବୃଦ୍ଧି ୩.୯ ପ୍ରତିଶତକୁ ହ୍ରାସ ପାଇଛି, ଯାହା କି ପୂର୍ବ ତ୍ରୈମାସରେ ୪.୭ ପ୍ରତିଶତ ରହିଥିଲା।
ଆକଳନଠାରୁ କମ୍‌ ରହିଛି ବିତ୍ତୀୟ ନିଅଣ୍ଟ
ନୂଆଦିଲ୍ଲୀ,୩୧ା୫: ଆର୍ଥିକ ବର୍ଷ ୨୦୨୧-୨୨ରେ ବିତ୍ତୀୟ ନିଅଣ୍ଟ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬.୭% ରହିଛି, ଯାହାକି ସଂଶୋଧିତ ଆକଳନ(୬.୯%) ତୁଳନାରେ କମ୍‌। ସରକାରୀ ତଥ୍ୟ ଅନୁସାରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବିତ୍ତୀୟ ନିଅଣ୍ଟ ୧୫.୮୭ ଲକ୍ଷ କୋଟି ଆକଳନ କରାଯାଇଥିଲା। ଗତ ଆର୍ଥିକ ବର୍ଷ ପାଇଁ ସରକାର ଫେବୃଆରୀ ୨୦୨୧ରେ ଘୋଷଣା କରିଥିବା ବଜେଟ୍‌ରେ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୬.୮% ହେବ ବୋଲି ଅନୁମାନ କରିଥିଲେ। ଗତ ଫେବୃଆରୀ ବଜେଟ୍‌ରେ ସରକାର ଏହି ଆକଳନରେ ସଂଶୋଧନ କରି ୬.୯% କରିଥିଲେ। ଏହାଛଡ଼ା ୨୦୨୧-୨୨ ବର୍ଷ ଶେଷରେ ରାଜସ୍ବ ନିଅଣ୍ଟ ୪.୩୭% ରହିଛି। ଚଳିତ ଆର୍ଥିକ ବର୍ଷରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦ୍ୱାରା ବିତ୍ତୀୟ ନିଅଣ୍ଟ ଉପରେ ଚାପ ପଡ଼ିବାର ଆଶଙ୍କା ରହିଛି। ସୂଚନାଯୋଗ୍ୟ, ସରକାର ଲିଟର ପିଛା ପେଟ୍ରୋଲ୍‌ରେ ୮ଟଙ୍କା ଏବଂ ଡିଜେଲ୍‌ରେ ୬ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ସରକାରଙ୍କ ମୋଟ୍‌ ଆୟ ଏବଂ ଖର୍ଚ୍ଚ ମଧ୍ୟରେ ଥିବା ଅନ୍ତରକୁ ବିତ୍ତୀୟ ନିଅଣ୍ଟ କୁହାଯାଏ। ଏହି ଅନ୍ତରକୁ ପୂରଣ କରିବା ପାଇଁ ସରକାର ବଜାରରୁ ଋଣ କରିଥାନ୍ତି। ବିତ୍ତୀୟ ନିଅଣ୍ଟ ଯେତେ କମ୍‌ ହେବ ଦେଶର ଅର୍ଥନୀତି ପାଇଁ ତାହା ସେତେ ଉତ୍ତମ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri