ଗାଜାର ମୁଖ୍ୟ ହସ୍ପିଟାଲ ଅନ୍ଧାରରେ

ଡେଇର୍‌ ଅଲ୍‌-ବାଲାହ/ପ୍ୟାରିସ୍‌,୧୨।୧୧: ଗାଜାର ଯୁଦ୍ଧବିପନ୍ନମାନଙ୍କ ପାଖରେ ମାନବୀୟ ସହାୟତା ପହଞ୍ଚାଇବା ଏବଂ ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ପାଲେଷ୍ଟିନୀୟମାନଙ୍କୁ ପଳାୟନ ପାଇଁ ସୁଯୋଗ ଦେବା ଲାଗି ଦିନକୁ ୪ ଘଣ୍ଟା ଅସ୍ତ୍ରବିରତି ପାଇଁ ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦେଇଥିବା ପରାମର୍ଶକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଅଗ୍ରାହ୍ୟ କରିଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୋମବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଫୋନ୍‌ କରି ଅନୂ୍ୟନ ୩ ଦିନ ପାଇଁ ଯୁଦ୍ଧ ବନ୍ଦ ପ୍ରସ୍ତାବ ଦେଇଥିଲେ। କିନ୍ତୁ ହମାସ୍‌ ସମସ୍ତ ୨୩୯ ପଣବନ୍ଦୀଙ୍କୁ ନ ଛାଡ଼ିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଅସମ୍ଭବ ବୋଲି ନେତାନ୍ୟାହୁ କହିଥିଲେ। ଅସ୍ତ୍ରବିରତି ଆହ୍ବାନକୁ ଅଗ୍ରାହ୍ୟ କରିବା ସହ ଶନିବାର ଗାଜା ଉପରେ ଇସ୍ରାଏଲ୍‌ ଜୋର୍‌ଦାର ଆକ୍ରମଣ କରିଛି। ଇସ୍ରାଏଲୀ ସେନା ଗାଜାର ମୁଖ୍ୟ ହସ୍ପିଟାଲକୁ ଚାରିପଟୁ ଘେରିରହିଛନ୍ତି। ହସ୍ପିଟାଲର ଶେଷ ଜେନେରେଟରରେ ଇନ୍ଧନ ଶେଷ ହୋଇଯିବାରୁ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଅଲ୍‌-ଶିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀମାନେ ମୁଖ୍ୟ କମାଣ୍ଡ ଘାଟି ଭାବେ ବ୍ୟବହାର କରୁଥିବା ଇସ୍ରାଏଲ୍‌ କହିଛି। ଆତଙ୍କବାଦୀମାନେ ଆକ୍ରମଣରୁ ବର୍ତ୍ତିବା ଲାଗି ସାଧାରଣ ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଛନ୍ତି। ହସ୍ପିଟାଲ ତଳେ ସେମାନେ ବିଶାଳ ବଙ୍କର ନିର୍ମାଣ କରି ଆତ୍ମଗୋପନ କରିଥିବା ଇସ୍ରାଏଲ୍‌ ଅଭିଯୋଗ କରିଛି। ଶିଫା ହସ୍ପିଟାଲ ସମେତ ୩ଟି ହସ୍ପିଟାଲ ବାହାରେ ଲଢ଼େଇ ଜାରି ରହିଥିବାରୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯାଇଛି। ବିଦ୍ୟୁତ୍‌ ନ ଥିବାରୁ ଡାକ୍ତରୀ ଉପକରଣଗୁଡ଼ିକ କାମ କରୁନାହିଁ। ଫଳରେ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ରେ ଥିବା ରୋଗୀ ମରିବା ଆରମ୍ଭ ହୋଇଛି ବୋଲି ଶିଫାର ନିର୍ଦ୍ଦେଶକ ମହମ୍ମଦ ଅବୁ ସେଲ୍‌ମିଆ କହିଛନ୍ତି। ଇସ୍ରାଏଲୀ ସୈନ୍ୟ ହସ୍ପିଟାଲ ନିକଟରେ ଯାହାକୁ ଦେଖୁଛନ୍ତି, ଗୁଳି କରୁଛନ୍ତି ଓ କାହାକୁ ବିଲ୍ଡିଂରୁ ବାହାରିବାକୁ ଦେଉନାହାନ୍ତି।
ଇସ୍ରାଏଲ୍‌ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଗାଜାର ପ୍ରାୟ ୧୧ ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି। ଗାଜା ଉପରେ ବୋମାମାଡ଼ ଓ ସାଧାରଣ ନାଗରିକଙ୍କୁ ହତ୍ୟା ବନ୍ଦ କରିବାକୁ ହେବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ କହିଛନ୍ତି। ବୋମାମାଡ଼ କରିବାର କୌଣସି ଯଥାର୍ଥତା ନାହିଁ। ଯୁଦ୍ଧବିରତି ଦ୍ୱାରା ଇସ୍ରାଏଲ୍‌ ଲାଭବାନ୍‌ ହେବ ବୋଲି ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ହମାସ୍‌ର ଆତଙ୍କବାଦୀ କାର୍ଯ୍ୟକୁ ଫ୍ରାନ୍ସ ନିନ୍ଦା କରୁଛି। ନିଜକୁ ସୁରକ୍ଷା ଦେବା ଲାଗି ଇସ୍ରାଏଲ୍‌ର ଅଧିକାରକୁ ସ୍ବୀକୃତି ଦେବା ବେଳେ ଗାଜା ଉପରେ ବୋମା ପକାଇବା ବନ୍ଦ କରିବାକୁ ଆହ୍ବାନ ଦେଉଛୁ। ଯୁଦ୍ଧବିରତି ଆହ୍ବାନରେ ଆମେରିକା, ବ୍ରିଟେନ୍‌ ଆଦି ଦେଶ ସାମିଲ ହେବା ଫ୍ରାନ୍ସ ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ମାକରଁଙ୍କ ଆହ୍ବାନର ଜବାବରେ ନେତାନ୍ୟାହୁ କହିଛନ୍ତି, ବିଶ୍ୱ ନେତାମାନେ ହମାସ୍‌କୁ ନିନ୍ଦା କରିବା ଉଚିତ, ଇସ୍ରାଏଲ୍‌କୁ ନୁହେଁ। ଗାଜାରେ ହମାସ୍‌ ଆଜି ଯେଉଁ ଅପରାଧ କରିଛି, ଆଗାମୀ ଦିନରେ ପ୍ୟାରିସ୍‌, ନ୍ୟୁୟର୍କ ଓ ବିଶ୍ୱର ଯେକୌଣସି ସ୍ଥାନରେ କରିପାରେ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ୟାରିସ୍‌ରେ ଗାଜା ଉପରେ ମାନବୀୟ ସମ୍ମିଳନୀର ଦିନକ ପରେ ମାକରଁଙ୍କ ସାକ୍ଷାତକାର ପ୍ରସାରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri