Posted inଖେଳ

କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଗାଭାସ୍କର

ନୂଆଦିଲ୍ଲୀ,୧୭।୧: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ସେହି ମ୍ୟାଚରେ କୋହଲି ୧୧୦ ବଲରୁ ଅପରାଜିତ ୧୬୬ ସ୍କୋର କରିଥିଲେ। ବିରାଟ କୋହଲିଙ୍କ ଦିନିକିଆ କ୍ୟାରିୟରର ଏହା ୪୬ ତମ ଶତକ ଥିଲା। ଅନ୍ତର୍ଜାତୀୟ କ୍ୟାରିୟରର ମୋଟ ଉପରେ ୭୪ ତମ ଶତକ ରହିଛି। ଏବେ ପ୍ରଶ୍ନ ଉଠୁଛି ବିରାଟ କୋହଲି ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗିବାରେ ସକ୍ଷମ ହେବେ କି? ମାଷ୍ଟର ବ୍ଲାଷ୍ଟରର ରେକର୍ଡ ଭାଙ୍ଗିବାକୁ ବିରାଟ କୋହଲିଙ୍କୁ ଆଉ ୨୬ଟି ଅନ୍ତର୍ଜାତୀୟ ଶତକ ହାସଲ କରିବାକୁ ପଡିବ। ତେବେ ଏହି ପ୍ରଶ୍ନର ପୂର୍ବତନ ଭାରତୀୟ ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଉତ୍ତର ଦେଇଛନ୍ତି।
ଗାଭାସ୍କର କହିଛନ୍ତି, ଯଦି ବିରାଟ କୋହଲି ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଖେଳନ୍ତି ତେବେ ସେ ସହଜରେ ୧୦୦ ଶତକ ହାସଲ କରିବେ, ଏଥିରେ କୌଣସି ସନ୍ଦେହ ନାହିଁ। ତାଙ୍କୁ ଆଉ ୫-୬ ବର୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆବଶ୍ୟକ। କୋହଲି ପ୍ରତିବର୍ଷ ହାରାହାରି ୬-୬ ଶତକ ସ୍କୋର କରୁଛନ୍ତି। ଯଦି ସେ ଏହି ହାରାହାରିରେ ନିଜର ଶତକ ସଂଖ୍ୟା ବଢାଇବା ଜାରି ରଖନ୍ତି, ତେବେ ଆଗାମୀ ୫-୬ ବର୍ଷରେ ସେ ନିଶ୍ଚିତ ଭାବରେ ୨୬ ଶତକ ହାସଲ କରିଦେବେ।
ସୁନୀଲ ଗାଭାସ୍କର ଆହୁରି ମଧ୍ୟ କହିଛନ୍ତି, ସଚିନ ତେନ୍ଦୁଲକର ୪୦ ବର୍ଷ ବୟସ ପର୍ଯ୍ୟନ୍ତ କ୍ରିକେଟ ଖେଳିବା ଜାରି ରଖିଛନ୍ତି, ଯଦି ବିରାଟ କୋହଲି ସେହି ବୟସ ପର୍ଯ୍ୟନ୍ତ ଖେଳନ୍ତି ତେବେ ସେ ନିଶ୍ଚିତ ଭାବରେ ୧୦୦ ଶତକ ହାସଲ କରିବେ। ବିରାଟ କୋହଲି ଫିଟନେସକୁ ନେଇ ବେଶ୍‌ ସତର୍କ ଅଛନ୍ତି। ଏପରିକି ଏହି ସମୟରେ ସେ ଭାରତୀୟ ଦଳର ଦ୍ରୁତତମ ଚାଲୁଥିବା ଖେଳାଳିଙ୍କ ମଧ୍ୟରୁ ଜଣେ। ବିରାଟ କୋହଲିଙ୍କ ଅପେକ୍ଷା କେବଳ ମହେନ୍ଦ୍ର ସିଂ ଧୋନୀ ଦ୍ରୁତ ଗତିରେ ଚାଲିପାରିବେ। ବୟସର ଏହି ପର୍ଯ୍ୟାୟରେ ବିରାଟ କୋହଲି ଯୁବ ଖେଳାଳିଙ୍କ ଅପେକ୍ଷା ଦ୍ରୁତ ଗତିରେ ଦୌଡ଼ି ମଧ୍ୟ ପାରିବେ। ବିରାଟ କୋହଲି ଜଣେ ପ୍ରକୃତ ଚାମ୍ପିୟନ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri