ଭାରତ ପାଇଁ ଖୁବ୍‌ଶୀଘ୍ର ଶତକ ମାରିବେ ଏହି କ୍ରିକେଟର: ଗାଭାସ୍କର

ନୂଆଦିଲ୍ଲୀ,୨୧।୮: ଇଂଲଣ୍ଡ ବିପକ୍ଷରେ ଲର୍ଡସ ଟେଷ୍ଟରେ ଟିମ ଇଣ୍ଡିଆର ଓପନର୍‌ ରୋହିତ ଶର୍ମା ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଇଂଲଣ୍ଡଙ୍କୁ ୧୫୧ ରନ୍‌ରେ ପରାସ୍ତ କରି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଥିଲା। ଲଣ୍ଡନରେ ପ୍ରଥମ ଇନିଂସରେ ରୋହିତ ଶର୍ମା ୮୩ ରନ କରିଥିଲେ। ସେ ଇଂଲଣ୍ଡର ଦ୍ରୁତ ବୋଲରମାନଙ୍କୁ ଚମତ୍କାର ଭାବରେ ସାମ୍ନା କରିଥିଲେ। ଏବେ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ରୋହିତଙ୍କ ଫର୍ମକୁ ପ୍ରଶଂସା କରି କହିଛନ୍ତି ଯେ ସେ ଖୁବ ଶୀଘ୍ର ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିବେ।

ସୋନି ସ୍ପୋର୍ଟସ ସହ ବାର୍ତ୍ତାଳାପରେ ଗାଭାସ୍କର କହିଛନ୍ତି, ପାଞ୍ଚ ଦିନିଆ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ପିଚ୍‌ କିପରି ବ୍ୟବହାର କରିବ ତାହା କେହି ଜାଣିପାରି ନ ଥାନ୍ତି। ଏଥିପାଇଁ ଆପଣଙ୍କୁ ପିଚ୍‌ରେ କିଛି ସମୟ ଅତିବାହିତ କରିବାକୁ ପଡିବ। ରୋହିତ ପ୍ରଥମ ଇନିଂସରେ ତାହା କିପରି କରିବେ ତାହା ଦେଖାଇଛନ୍ତି। ସେ ଚମତ୍କାର ବ୍ୟାଟିଂ କରିଛନ୍ତି। କେଉଁ ଶଟ୍‌ ଖେଳିବା ଉଚିତ ଏବଂ କେଉଁଟି ନୁହେଁ, ଏପରିକି ସେ କେତେ ବଲ ଛାଡିଛନ୍ତି ସେଥିରୁ ତାହା ଜଣାପଡ଼ୁଛି।

ଗାଭାସ୍କର ଆହୁରି କହିଛନ୍ତି, ଆମେ ଜଣେ ଖେଳାଳିଙ୍କଠାରୁ ସମାନ ଆଶା କରୁୁ। ଯଦି ତୁମେ ୮୦ ରନ ସ୍କୋର କରିବାକୁ ଗ୍ୟାରେଣ୍ଟି ଦେଉଥିବା ଖେଳାଳୀ ପାଇବ ତେବେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଦଳ ୪୦୦-୪୫୦ ରନ ସ୍କୋର କରିବ। ଜଣେ ଅଧିନାୟକ ଆଉ କ’ଣ ଆବଶ୍ୟକ କରନ୍ତି? ହଁ, ସେ ଏକ ଶତକ ସ୍କୋର କରି ନ ଥିବାରୁ ନିରାଶ ହେବେ, କିନ୍ତୁ ଲର୍ଡସରେ ଶତକ ସ୍କୋର କରିବା ସବୁକିଛି ନୁହେଁ। ତେବେ ଯେଉଁଭଳି ଭାବେ ରୋହିତ ଶର୍ମା ବ୍ୟାଟିଂ କରୁଛନ୍ତି, ଯେଉଁ ସ୍ଥାନକୁ ସେ ନିଜକୁ ଆଣିଛନ୍ତି, ସେ ଖୁବ ଶୀଘ୍ର ଶତକ କରିବେ ବୋଲି ଜଣାପଡ଼ୁଥିବା ଗାଭାସ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri