ଗୌରହରି, ଦମୟନ୍ତୀ ପାଇବେ ସାହିତ୍ୟ ଅନୁବାଦ ପୁରସ୍କାର

ଭୁବନେଶ୍ୱର, ୨୫।୬ (ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ବର୍ଷ ପାଇଁ ମୋଟ୍‌ ୨୨ଟି ଭାଷାରେ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି। ଏଥର ଓଡ଼ିଶାରୁ ଦୁଇଜଣ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବେନିୟାମିନଙ୍କ ରଚିତ ମାଲୟାଲମ୍‌ ଉପନ୍ୟାସ ‘ଗୋଟ୍‌ ଡେଜ୍‌’ର ଓଡ଼ିଆ ଅନୁବାଦ ‘ଛେଳି ଚରେଇବାର ଦିନ’ ପାଇଁ କଥାକାର ଗୌରହରି ଦାସ ଓ ଜୟଦେବଙ୍କ ରଚିତ କାଳଜୟୀ କାବ୍ୟ ଗୀତଗୋବିନ୍ଦକୁ ସଂସ୍କୃତ ଭାଷାରୁ ସାନ୍ତାଳୀ ଭାଷାକୁ ଅନୁବାଦ କରିଥିବା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ‘ସାହିତ୍ୟ ଅନୁବାଦ ପୁରସ୍କାର’ ପାଇବେ। ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ଏବଂ ତାମ୍ର ଫଳକ ପ୍ରଦାନ କରାଯିବ। ଶୁକ୍ରବାର ନୂଆଦିଲ୍ଲୀର ରବୀନ୍ଦ୍ରଭବନଠାରେ ଏକାଡେମୀ ସଭାପତି ଚନ୍ଦ୍ରଶେଖର କମ୍ବାରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଏନେଇ ଘୋଷଣା କରାଯାଇଛି। ଓଡ଼ିଆ ଓ ସାନ୍ତାଳୀ ବ୍ୟତୀତ ଅହମିଆ, ବଙ୍ଗଳା, ବୋଡୋ, ଡୋଗ୍‌ରୀ, ଇଂଲିଶ, ଗୁଜରାଟୀ, ହିନ୍ଦୀ, କନ୍ନଡ, କାଶ୍ମୀରୀ, କୋଙ୍କଣୀ, ମାଲୟାଲମ୍‌, ମଣିପୁରୀ, ମରାଠୀ, ନେପାଳୀ, ପଞ୍ଜାବୀ, ସଂସ୍କୃତ, ସିନ୍ଧୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭାଷାରେ ଅନୁବାଦିତ ପୁସ୍ତକ ପାଇଁ ସାହିତି୍ୟକମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମୀର ଓଡ଼ିଆ ଭାଷା ପରାମର୍ଶଦାତା କମିଟି ଆବାହକ ଡ.ବିଜୟାନନ୍ଦ ସିଂହ ସୂଚନା ଦେଇଛନ୍ତି। ସେହିପରି ପରବର୍ତ୍ତୀ ସମୟରେ ମୈଥିଳୀ ଏବଂ ରାଜସ୍ଥାନୀ ଭାଷାରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
୧୯୬୨ ଫେବୃୟାରୀ ୧୮ରେ ମୟୂରଭଞ୍ଜ ଜିଲାରେ ଜନ୍ମ ଗ୍ରହଣ କରିଥିଲେ ଦମୟନ୍ତୀ। ୧୯୮୫ରେ ସମ୍ବଲପୁରରେ ଜୁନିୟର ରୋଜଗାର ଅଧିକାରୀ
ଭାବେ ସେ କର୍ମଜୀବନ ଆରମ୍ଭ
କରିଥିଲେ। ଏହାପରେ ୧୯୮୭ରେ ମହାରାଜା ପ୍ରତାପ ଚନ୍ଦ୍ର କଲେଜରେ ଚାକିରି କଲେ। ସେହିଠାରୁ କବିତା ଓ ନିବନ୍ଧ ଲେଖିବା ଆରମ୍ଭ କରିଥିଲେ। ଆଦିବାସୀ ସାହିତ୍ୟ ଓ ସଂସ୍କୃତି ଗବେଷିକା ଭାବେ ତାଙ୍କର ସୁଖ୍ୟାତି ରହିଛି। ୨୦୨୦ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଜଣେ
ସଫଳ ଅନୁବାଦକ ଭାବେ ଗୌରହରିଙ୍କର ୬ଟି କୃତି ରହିଛି। ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ଗୌରହରି ଦାସ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ସମ୍ପାଦକ ଏବଂ ସ୍ତମ୍ଭକାର। ୧୯୬୦ରେ ଭଦ୍ରକ ଜିଲାରେ ଜନ୍ମିତ ଡ. ଦାସଙ୍କର ପ୍ରଥମ ପୁସ୍ତକ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଜୁଆର ଭଟ୍ଟା’ ୧୯୮୧ରେ ପ୍ରକାଶ ପାଇଥିଲା। ନିଜର ସାହିତି୍ୟକ କୃତି ଲାଗି ସେ ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ‘ଛେଳି ଚରେଇବାର ଦିନ’ ଉପନ୍ୟାସଟି ଜଣେ ଦରିଦ୍ର ବ୍ୟକ୍ତିର ଜୀବନ କାହାଣୀ ଉପରେ ପର୍ଯ୍ୟବସିତ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri