ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୬ା୨(ଡି.ଏନ୍‌.ଏ.): ଭକ୍ତ କବି ଦ୍ୱିଜ ଗୌରଚରଣ ଅଧିକାରୀଙ୍କ ସ୍ମୃତି ପୀଠ ମାଟିରେ ଲୀନ ହେବାକୁ ବସିଛି। ଦୀର୍ଘବର୍ଷ ହେବ ଏହି ପୀଠ ଅଲୋଡ଼ା ହୋଇ ପଡିରହିଛି। ଓଡ଼ିଶାର ଧାର୍ମିକ ଭାବଧାରାକୁ ଲେଖନୀ ଚାଳନାରେ ଦେଶରେ ପରିଚିତ କରାଇଥିବା ଗୌରଚରଣଙ୍କୁ ମନେ ପକାଇବାକୁ ପ୍ରଶାସନ କିମ୍ବା ସ୍ଥାନୀୟ ଜନପ୍ରତିନିଧି ତତ୍ପରତା ଦେଖାଉନାହାନ୍ତି। ତାଙ୍କର ପ୍ରତିମୂର୍ତ୍ତିକୁ ସାଇତି ରଖିବାକୁ ବାସଗୃହ ମରାମତି ହୋଇପାରୁ ନାହିଁ। କେବଳ ଭୋଟ ସମୟରେ ପ୍ରାର୍ଥୀଙ୍କ ପକ୍ଷରୁ ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ମିଳୁଛି। ଭୋଟ୍‌ ପରେ ଜନପ୍ରତିନିଧିମାନେ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଗ୍ରାମର ଦିବାକର ମହାପାତ୍ର ଓ ଅଜିତ ପଟ୍ଟନାୟକ କହିଛନ୍ତି। ଏହି ସ୍ମୃତିପୀଠର ପୁନରୁଦ୍ଧାର ପାଇଁ ପ୍ରାଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ବେଗୁନିଆ ବ୍ଲକ ଲେହଙ୍ଗ ଗ୍ରାମରେ ୧୮୧୪ରେ ଗୌରଚରଣ ଜନ୍ମଗ୍ରହଣ କରିଥିଲେ। ବାଲ୍ୟ ନାମ ପଦ୍ମଚରଣ ରହିଥିଲା। ୧୮୨୯ରେ ସେ ବୈଷ୍ଣବ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାମ ଦ୍ୱିଜ ଗୌରଚରଣ ଅଧିକାରୀ ହୋଇଥିଲା। ହିନ୍ଦୁ ଧର୍ମ ଉପରେ ବହୁ ଗ୍ରନ୍ଥ କବିତା ଆକାରରେ ରଚନା କରି ବୈଷ୍ଣବ କବି ଭାବେ ଖ୍ୟାତି ଅର୍ଜନ କରିଥିଲେ। ଶେଷରେ ‘କୃଷ୍ଣଲୀଳା’ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ୩୧୭ ଛାନ୍ଦ ଓ ୩୬୫ଟି ଗୀତର ସମାହାରକୁ ନେଇ ଗୌରଚରଣ କୃଷ୍ଣଲୀଳା ଲେଖିଥିଲେ। ଯେଉଁଥିରେ କୃଷ୍ଣଙ୍କ ବାଲ୍ୟଲୀଳାକୁ ସୁନ୍ଦରଭାବେ ଉପସ୍ଥାପନା କରିଥିଲେ। କୃଷ୍ଣଙ୍କ ଜନ୍ମଠାରୁ କଂସ ବଧ ପର୍ଯ୍ୟନ୍ତ ସମସ୍ତ କଥା ଛାନ୍ଦରେ ପ୍ରତିଫଳିତ ହୋଇଛି। ସେହିପରି ଲକ୍ଷ୍ମୀ ନାରାୟଣ କଳି, ଗୌରଚରଣ ପଦ୍ୟାବଳୀ, ଗୌରଚରଣ ଭଜନ ଶତକ ଆଦି ବହୁ ପୁସ୍ତକ ଲୋକପ୍ରିୟତା ହାସଲ କରିଛି। ଏଥିସହ ଓଡ଼ିଆ ଓ ବଙ୍ଗଳାରେ ଚୈତନ୍ୟ କୀର୍ତ୍ତନ, ସଙ୍କୀର୍ତ୍ତନ ମଣ୍ଡଳୀ ଆଦି ବହୁ ପୁସ୍ତକ ସେ ରଚନା କରିଛନ୍ତି। ୧୮୯୦ରେ ପୁରୀର ସିଦ୍ଧ ବ୍ରହ୍ମମଠାରେ ସେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କୁ ମନେ ପକାଇବାକୁ ଶ୍ରଦ୍ଧାଳୁମାନେ ପ୍ରତି ବର୍ଷ କାର୍ତ୍ତିକ ମାସ ପଞ୍ଚକରେ ଲେହଙ୍ଗ, ସିମୋର, ପଣସବସ୍ତ ସହିତ ଅନେକ ଗ୍ରାମରେ କୃଷ୍ଣଲୀଳାରୁ ଆଧାରିତ ନାଚ, ଗୀତ, ଗପ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରୁଛନ୍ତି। ସମୟାନୁକ୍ରମେ ଆଧୁନିକତାର ସ୍ପର୍ଶରେ ଧର୍ମଗ୍ରନ୍ଥ ପ୍ରତି ଲୋକଙ୍କ ଆଗ୍ରହ କମିବା ସହ ଭକ୍ତ କବିଙ୍କୁ ଭକ୍ତି ନାହିଁ ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି। ଗୀତା, ଭାଗବତର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ଜାରି ରହିଥିବାବେଳେ ଏହି ଧର୍ମଗ୍ରନ୍ଥ ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri