ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ ହେବାକୁ ବସିଛି। ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ଅଖୋଜା ଅଲୋଡ଼ା ହୋଇ ପଡ଼ିରହିଛି ପୀଠରେ ଥିବା ତାଙ୍କର ପ୍ରତିମୂର୍ତ୍ତି। ପ୍ରଚାର ନାହିଁ କି ପ୍ରସାର ନାହିଁ, ପ୍ରଶାସନର ମଧ୍ୟ ଆନ୍ତରିକତା ନାହିଁ। ଫଳରେ ହିନ୍ଦୁ ଧର୍ମର ଅନ୍ୟତମ ଗ୍ରନ୍ଥ ‘କୃଷ୍ଣଲୀଳା’ ରଚୟିତା ବୈଷ୍ଣବ କବି ଗୌରଚରଣଙ୍କ ପରିଚୟ ଲୋକାଦୃତି ଏବେ ହରାଇବାକୁ ବସିଛି। ଓଡ଼ିଶାର ଧାର୍ମିକ ଭାବଧାରାକୁ ଲେଖନୀ ଚାଳନାରେ ଦେଶରେ ପରିଚିତ କରାଇଥିବା ବୈଷ୍ଣବ କବି ଗୌରଚରଣଙ୍କୁ ମନେ ପକାଇବାକୁ ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନେ କୌଣସି ତତ୍ପରତା ଦେଖାଉନାହାନ୍ତି। ତାଙ୍କର ସ୍ମୃତିରକ୍ଷା ପାଇଁ ଓ ପ୍ରତିମୂର୍ତ୍ତିକୁ ସାଇତି ରଖିବାକୁ ବାସଗୃହକୁ ମରାମତି ହୋଇପାରି ନାହିଁ। କେବଳ ଭୋଟ ସମୟ ଆସିଲେ ପ୍ରାର୍ଥୀଙ୍କ ପକ୍ଷରୁ ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ମିଳୁଛି। ବିଜୟ ପରେ ଗ୍ରାମବାସୀଙ୍କ ପକ୍ଷରୁ ପୁନରୁଦ୍ଧାର ପାଇଁ ଦିଆଯାଉଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଛି ବୋଲି ଗ୍ରାମ୍ୟ କମିଟି ସଭାପତି ଅଜିତ ପଟ୍ଟନାୟକ ଏବଂ ସଭ୍ୟ ଦିବାକର ମହାପାତ୍ରଙ୍କ ସହିତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପ୍ରକାଶ ଥାଉକି, ଗୌରଚରଣ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଲେହଙ୍ଗ ଗ୍ରାମରେ ୧୮୧୪ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାଲ୍ୟ ନାମ ଥିଲା ପଦ୍ମଚରଣ। ୧୮୨୯ରେ ବୈଷ୍ଣବ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାମ ଦ୍ୱିଜ ଗୌରଚରଣ ଅଧିକାରୀ ହୋଇଥିଲା। ହିନ୍ଦୁ ଧର୍ମ ଉପରେ ବହୁ ଗ୍ରନ୍ଥ କବିତା ଆକାରରେ ରଚନା କରି ବୈଷ୍ଣବ କବି ଭାବରେ ଖ୍ୟାତି ଅର୍ଜନ କରିଥିଲେ। ଶେଷରେ କୃଷ୍ଣଲୀଳା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ୩୧୭ ଛାନ୍ଦ ଓ ୩୬୫ଟି ଗୀତର ସମାହାରକୁ ନେଇ ଗୌରଚରଣ ‘କୃଷ୍ଣଲୀଳା’ ଲେଖିଥିଲେ। ଯେଉଁଥିରେ କୃଷ୍ଣଙ୍କ ବାଲ୍ୟଲୀଳାକୁ ଅତି ସୁନ୍ଦର ଭାବରେ ସେ ଉପସ୍ଥାପନା କରିଥିଲେ। କୃଷ୍ଣଙ୍କ ଜନ୍ମଠାରୁ କଂସ ବଦ୍ଧ ପର୍ଯ୍ୟନ୍ତ ସମସ୍ତ କଥା ଛାନ୍ଦରେ ପ୍ରତିଫଳିତ ହୋଇଛି। ସେହିପରି ଲକ୍ଷ୍ମୀ ନାରାୟଣ କଳି, ଗୌରଚରଣ ପଦ୍ୟାବଳୀ, ଗୌରଚରଣ ଭଜନ ଶତକ ଆଦି ବହୁ ପୁସ୍ତକ ବେଶ ଲୋକପ୍ରିୟତା ହାସଲ କରିଛି। ଏହା ବ୍ୟତୀତ ଓଡ଼ିଆ ଏବଂ ବଙ୍ଗଳାରେ ଚୈତନ୍ୟ କୀର୍ତ୍ତନ, ସଂକୀର୍ତ୍ତନ ମଣ୍ଡଳୀ ଆଦି ବହୁ ପୁସ୍ତକ ସେ ରଚନା କରିଛନ୍ତି। ୧୮୯୦ରେ ପୁରୀର ସିଦ୍ଧ ବ୍ରହ୍ମମଠରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ମନେ ପକାଇବାକୁ ତାଙ୍କର ଶ୍ରଦ୍ଧାଳୁ ପ୍ରତିବର୍ଷ କାର୍ତ୍ତିକ ମାସ ପଞ୍ଚକ ସମୟରେ ଲେହଙ୍ଗ, ସିମୋର, ପଣସବସ୍ତ ସହିତ ଅନେକ ଗ୍ରାମରେ କୃଷ୍ଣଲୀଳାରୁ ଆଧାରିତ ନାଚ, ଗୀତ ଗପ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ୩-୫ଦିନ ଧରି ପାଳନ କରୁଛନ୍ତି। ମାତ୍ର ସମୟାନୁକ୍ରମେ ଅତ୍ୟାଧୁନିକତାର ସ୍ପର୍ଶରେ ଧର୍ମଗ୍ରନ୍ଥ ପ୍ରତି ଲୋକଙ୍କ ଆଗ୍ରହ କମିବା ସହ ଭକ୍ତ କବିଙ୍କୁ ଭକ୍ତି ନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି। ଗୀତା, ଭାଗବତର ପ୍ରଚାରପ୍ରସାର ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଏହି ପ୍ରମୁଖ ଧର୍ମଗ୍ରନ୍ଥ ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri