୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ ମାଓବାଦୀ ମାନେ ନୟାଗଡ଼ ପୋଲିସ ଅସ୍ତ୍ରାଗାରକୁ ଲୁଟି ନେଇ ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଫାଣ୍ଡି ଅଭିମୁଖେ ଚାଲିଆସିଥିଲେ। ୧୬ ତାରିଖ ପ୍ରତ୍ୟୁଷରେ ମାଓବାଦୀ ମାନେ ଗାଲେରୀ ଫାଣ୍ଡିକୁ ବୋମା ମାଡ କରି ଉଡ଼ାଇ ଦେଇଥିଲେ। ଏହାପରେ ସେମାନେ ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାରେ ଥିବା ଗସମା ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ଏହା ପୁର୍ବରୁ ସେମାନେ ୧୫ ତାରିଖ ରାତିରେ କମଳାବାରି ତୋଟା, ଢୋଲପିଠା ଛକ ସମେତ ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ପକାଇ ଅବରୋଧ କରିବା ସହ ଲ୍ୟାଣ୍ଡ ମାଇନ ବିଛାଇଥିଲେ। ଏହାପରେ ଓଡ଼ିଶା ପୋଲିସ ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଗସମା ଜଙ୍ଗଲରେ ୧୬ ତାରିଖରେ ହିଁ ଜୋରଦାର  କମ୍ବିଁ ଅପରେସନ ହୋଇଥିଲା। ସେ ସମୟରେ ପୋଲିସ ୩ ଜଣ ମାଓବାଦୀଙ୍କୁ ଜୀବନ୍ତ ଗିରଫ କରିବା ସହ ଏକାଧିକ ମାଓବାଦୀଙ୍କୁ ମାରିଥିବା ପୋଲିସ ପକ୍ଷରୁ ଦାବି ହୋଇଥିଲା। ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ ଅଫିସର୍‌ ସମେତ ଦୁଇଜଣ କନେଷ୍ଟବଳ ସେ ସମୟରେ ଶହୀଦ ହୋଇଥିଲେ । ପୋଲିସ ଲୁଟ ଅସ୍ତ୍ରସସ୍ତ୍ର ମଧ୍ୟରୁ ଅଧିକାଂଶ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ପୋଲିସ ସେ ସମୟରେ ଏକାଧିକ ମାଓବାଦୀଙ୍କୁ ହତ୍ୟା କରିଥିବା ଦାବି କରିଥିଲେ ମଧ୍ୟ ଜଣେ ବି ମାଓବାଦୀଙ୍କ ମୃତଦେହକୁ ଉଦ୍ଧାର କରି ପାରି ନ ଥିଲେ। ଏହାପରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସଂପୃକ୍ତ ଜଙ୍ଗଲରେ ମାଓବାଦୀ ଗତିବିଧି ବୃଦ୍ଧି ପାଇଥିଲା। ପୋଲିସ ଅନେକ ସମୟରେ ସେଠାରେ କମ୍ବି ଅପରେସନ କରୁଥିଲା। କିନ୍ତୁ ମାଓବାଦୀ ଓ ପୋଲିସ ମୁହାଁମୁହିଁ ହୋଇ ମୃତାହତ ହେବାର ଖବର ନ ଥିଲା।
ବିଗତ କିଛି ବର୍ଷ ହେବ ଗସମା ଜଙ୍ଗଲରେ ମାଓବାଦୀ ଗତିବିଧି ପ୍ରାୟ ବନ୍ଦ ହୋଇଯାଇଥିଲା । ଏହିଭଳି ପରିସ୍ଥିତିରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ମାଓବାଦୀ ଲୋପ କରିବା ପାଇଁ ଆହ୍ବାନ ଦେଇଛନ୍ତି। ତେଣୁ ବିଭିନ୍ନ ରାଜ୍ୟରେ ମାଓବାଦୀ ଦମନ ପ୍ରକ୍ରିୟା ଜୋରଦାର ଚାଲିଛି। ତେଣୁ ପଡୋଶୀ ରାଜ୍ୟରୁ ମାଓବାଦୀ ମାନେ ଓଡ଼ିଶାକୁ ଆସି ବିଗତ କିଛି ମାସ ହେବ ଗସମା ଜଙ୍ଗଲରେ ଡେରା ପକାଇଥିଲେ। ଏନେଇ ଗୁଇନ୍ଦା ବିଭାଗ ସୂଚନା ପାଇବା ପରେ ପୁଣି ଉକ୍ତ ଜଙ୍ଗଲରେ ଏକ ବଡ ଧରଣର ବଡ ଧରଣର ଚଢାଉ ପାଇଁ ପ୍ରସ୍ତୁତି ହୋଇଥିଲା। ତେଣୁ ବିଗତ କିଛିଦିନ ହେବ ଉକ୍ତ ଜଙ୍ଗଲରେ ଚଢାଉ ଜୋରଦାର ହୋଇଥିଲା। ଗୁରୁବାର ସକାଳେ ପୋଲିସ ଓ ମାଓବାଦୀ ମଧ୍ୟରେ ଗସମା ଜଙ୍ଗଲଠାରୁ କିଛି ଦୂର କନ୍ଧମାଳ ଜିଲା ଜଙ୍ଗଲରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏଥିସହ ବୁଧବାର କନ୍ଧମାଳ ଜିଲାର ଅନ୍ୟ ଏକ ଜଙ୍ଗଲରେ ଆଉ ଦୁଇଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି।  ସଂଗଠନର ଜଣେ ମୁଖ୍ୟ କମାଣ୍ଡର ନିହତ ହୋଇଛନ୍ତି । ଏହି ଚଢ଼ାଉରେ ମାଓବାଦୀ ସଂଗଠନକୁ ବଡ ଧକ୍କା ଲାଗିଛି। ଅନ୍ୟପଟେ ଦୀର୍ଘ ୧୭ ବର୍ଷ ପରେ ଗସମା ଜଙ୍ଗଲ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ଗୁଳିବିନିମୟ ସମୟରେ ସଂମ୍ପୃକ୍ତ ଅଞ୍ଚଳବାସି ଆତଙ୍କିତ ଅବସ୍ଥାରେ ଥିଲେ। ଅପରପକ୍ଷେ ଆଜି ଅପରାହ୍ନରେ ପୋଲିସ ଫୋର୍ସ ଏକାଧିକ ଗାଡ଼ିରେ ଗାଲେରୀ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଜଣାପଡିଛି । ଏବେବି କମ୍ବିଂ ଅପରେସନ ଚାଲିଥିବା ଯୋଗୁ ମୃତାହତ ସଂଖ୍ୟା ବଢିବା ସମ୍ଭାବନା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri