୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ ମାଓବାଦୀ ମାନେ ନୟାଗଡ଼ ପୋଲିସ ଅସ୍ତ୍ରାଗାରକୁ ଲୁଟି ନେଇ ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଫାଣ୍ଡି ଅଭିମୁଖେ ଚାଲିଆସିଥିଲେ। ୧୬ ତାରିଖ ପ୍ରତ୍ୟୁଷରେ ମାଓବାଦୀ ମାନେ ଗାଲେରୀ ଫାଣ୍ଡିକୁ ବୋମା ମାଡ କରି ଉଡ଼ାଇ ଦେଇଥିଲେ। ଏହାପରେ ସେମାନେ ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାରେ ଥିବା ଗସମା ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ଏହା ପୁର୍ବରୁ ସେମାନେ ୧୫ ତାରିଖ ରାତିରେ କମଳାବାରି ତୋଟା, ଢୋଲପିଠା ଛକ ସମେତ ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ପକାଇ ଅବରୋଧ କରିବା ସହ ଲ୍ୟାଣ୍ଡ ମାଇନ ବିଛାଇଥିଲେ। ଏହାପରେ ଓଡ଼ିଶା ପୋଲିସ ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଗସମା ଜଙ୍ଗଲରେ ୧୬ ତାରିଖରେ ହିଁ ଜୋରଦାର  କମ୍ବିଁ ଅପରେସନ ହୋଇଥିଲା। ସେ ସମୟରେ ପୋଲିସ ୩ ଜଣ ମାଓବାଦୀଙ୍କୁ ଜୀବନ୍ତ ଗିରଫ କରିବା ସହ ଏକାଧିକ ମାଓବାଦୀଙ୍କୁ ମାରିଥିବା ପୋଲିସ ପକ୍ଷରୁ ଦାବି ହୋଇଥିଲା। ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ ଅଫିସର୍‌ ସମେତ ଦୁଇଜଣ କନେଷ୍ଟବଳ ସେ ସମୟରେ ଶହୀଦ ହୋଇଥିଲେ । ପୋଲିସ ଲୁଟ ଅସ୍ତ୍ରସସ୍ତ୍ର ମଧ୍ୟରୁ ଅଧିକାଂଶ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ପୋଲିସ ସେ ସମୟରେ ଏକାଧିକ ମାଓବାଦୀଙ୍କୁ ହତ୍ୟା କରିଥିବା ଦାବି କରିଥିଲେ ମଧ୍ୟ ଜଣେ ବି ମାଓବାଦୀଙ୍କ ମୃତଦେହକୁ ଉଦ୍ଧାର କରି ପାରି ନ ଥିଲେ। ଏହାପରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସଂପୃକ୍ତ ଜଙ୍ଗଲରେ ମାଓବାଦୀ ଗତିବିଧି ବୃଦ୍ଧି ପାଇଥିଲା। ପୋଲିସ ଅନେକ ସମୟରେ ସେଠାରେ କମ୍ବି ଅପରେସନ କରୁଥିଲା। କିନ୍ତୁ ମାଓବାଦୀ ଓ ପୋଲିସ ମୁହାଁମୁହିଁ ହୋଇ ମୃତାହତ ହେବାର ଖବର ନ ଥିଲା।
ବିଗତ କିଛି ବର୍ଷ ହେବ ଗସମା ଜଙ୍ଗଲରେ ମାଓବାଦୀ ଗତିବିଧି ପ୍ରାୟ ବନ୍ଦ ହୋଇଯାଇଥିଲା । ଏହିଭଳି ପରିସ୍ଥିତିରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ମାଓବାଦୀ ଲୋପ କରିବା ପାଇଁ ଆହ୍ବାନ ଦେଇଛନ୍ତି। ତେଣୁ ବିଭିନ୍ନ ରାଜ୍ୟରେ ମାଓବାଦୀ ଦମନ ପ୍ରକ୍ରିୟା ଜୋରଦାର ଚାଲିଛି। ତେଣୁ ପଡୋଶୀ ରାଜ୍ୟରୁ ମାଓବାଦୀ ମାନେ ଓଡ଼ିଶାକୁ ଆସି ବିଗତ କିଛି ମାସ ହେବ ଗସମା ଜଙ୍ଗଲରେ ଡେରା ପକାଇଥିଲେ। ଏନେଇ ଗୁଇନ୍ଦା ବିଭାଗ ସୂଚନା ପାଇବା ପରେ ପୁଣି ଉକ୍ତ ଜଙ୍ଗଲରେ ଏକ ବଡ ଧରଣର ବଡ ଧରଣର ଚଢାଉ ପାଇଁ ପ୍ରସ୍ତୁତି ହୋଇଥିଲା। ତେଣୁ ବିଗତ କିଛିଦିନ ହେବ ଉକ୍ତ ଜଙ୍ଗଲରେ ଚଢାଉ ଜୋରଦାର ହୋଇଥିଲା। ଗୁରୁବାର ସକାଳେ ପୋଲିସ ଓ ମାଓବାଦୀ ମଧ୍ୟରେ ଗସମା ଜଙ୍ଗଲଠାରୁ କିଛି ଦୂର କନ୍ଧମାଳ ଜିଲା ଜଙ୍ଗଲରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏଥିସହ ବୁଧବାର କନ୍ଧମାଳ ଜିଲାର ଅନ୍ୟ ଏକ ଜଙ୍ଗଲରେ ଆଉ ଦୁଇଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି।  ସଂଗଠନର ଜଣେ ମୁଖ୍ୟ କମାଣ୍ଡର ନିହତ ହୋଇଛନ୍ତି । ଏହି ଚଢ଼ାଉରେ ମାଓବାଦୀ ସଂଗଠନକୁ ବଡ ଧକ୍କା ଲାଗିଛି। ଅନ୍ୟପଟେ ଦୀର୍ଘ ୧୭ ବର୍ଷ ପରେ ଗସମା ଜଙ୍ଗଲ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ଗୁଳିବିନିମୟ ସମୟରେ ସଂମ୍ପୃକ୍ତ ଅଞ୍ଚଳବାସି ଆତଙ୍କିତ ଅବସ୍ଥାରେ ଥିଲେ। ଅପରପକ୍ଷେ ଆଜି ଅପରାହ୍ନରେ ପୋଲିସ ଫୋର୍ସ ଏକାଧିକ ଗାଡ଼ିରେ ଗାଲେରୀ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଜଣାପଡିଛି । ଏବେବି କମ୍ବିଂ ଅପରେସନ ଚାଲିଥିବା ଯୋଗୁ ମୃତାହତ ସଂଖ୍ୟା ବଢିବା ସମ୍ଭାବନା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?