Posted inଜାତୀୟ

ପିଲାଙ୍କୁ ଚକୋଲେଟ୍‌ ଲୋଭ ଦେଖାଇ ନଦୀ ପାର ହେଉଛି ଗ୍ୟାସ ସିଲିଣ୍ଡର

କଟିହାର, ୨୯।୭: ସାଧାରଣ ଚକୋଲେଟ ପାଇଁ କେତେବଡ଼ ମୂଲ୍ୟବାନ ଜୀବନ ଦେବାକୁ ପଡ଼ିଯାରେ, ଯାହାର ଏକ ଜ୍ୱଳନ୍ତ ଉଦାହରଣ ବିହାରର କଟିହାର ଜିଲାରୁ ସାମ୍ନାକୁ ଆସିଛି। ଏଠାରେ ଛୋଟ ଛୋଟ ପିଲାଙ୍କୁ ଚକୋଲୋଟ୍‌ ଲୋଭ ଦେଖାଇ ଉଛୁଳା ନଦୀରେ କିଛି ସ୍ବାର୍ଥବାଦୀ ଲୋକ ନିଜର ଗ୍ୟାସ ସିଲିଣ୍ଡରକୁ ପାର୍‌ କରାଉଛନ୍ତି। ଏଭଳି ଘଟଣା କଟିହାର ଜିଲା ହାସାନଗଞ୍ଜ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଦେଇ ଭାସନା ନଦୀ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଲାଗି କିଛିଦିନ ହେବ ବିହାରରେ ବନ୍ୟାସ୍ଥିତି ଲାଗି ରହିଛି। ଏଭଳି ପରିସ୍ଥିତିରେ ପ୍ରାୟ ସବୁ ନଦୀର ଜଳସ୍ତର ବିପଦଜନକ ସ୍ଥିତିରେ ରହିଛି। ଭାସନା ନଦୀ ନିକଟବର୍ତ୍ତୀ ଗ୍ରାମର କିଛି ଛୋଟ ଛୋଟ ପିଲା ପାଣିକୁ ଲମ୍ଫ ପ୍ରଦାନ କରି ଖେଳିଥାନ୍ତି। କିନ୍ତୁ ନିକଟରେ ଥିବା ରନ୍ଧନ ଗ୍ୟାସ ଗୋଦାମରୁ ସିଲିଣ୍ଡରକୁ ନଦୀ ଅପରପାର୍ଶ୍ୱ ଅଞ୍ଚଳକୁ ନେବା ପାଇଁ କିଛି ଲୋକ ଏହି ଛୋଟ ପିଲାଙ୍କ ସହାୟତା ନେଉଥିବା ଦେଖିବାକୁ ମିଳିଛି। ଗ୍ୟାସ ସିଲିଣ୍ଡର ନଦୀ ପାର୍‌ କରାଇ ଦେଲେ ଚକୋଲେଟ ଦିଆଯିବ ବୋଲି ଲୋଭ ଦେଖାଇ ଏହି ସ୍ବାର୍ଥବାଦୀ ଲୋକ ପିଲାଙ୍କ ଜୀବନକୁ ମରଣ ମୁହଁକୁ ଠେଲି ଦେଉଛନ୍ତି। ଏଠାରେ ବୋଟ୍‌ ଉପଲବ୍ଧି ଥିଲେ ମଧ୍ୟ ଅଧିକ ପଇସା ଖର୍ଚ୍ଚରୁ ବର୍ତିବା ଲାଗି ସାମାନ୍ୟ ୨-୩ ଟଙ୍କାର ଚକୋଲେଟ ସହାୟତାରେ ଏହି ଲୋକମାନେ ନିଜ ସିଲିଣ୍ଡରକୁ ନଦୀ ପାର କରାଇ ନେଉଛନ୍ତି। ଜଣାପଡ଼ିଛି ଯେ, ବୋଟ୍‌ ଚାଳକ ନଦୀ ପାର କରାଇ ଦେବାକୁ ବ୍ୟକ୍ତି ପିଛା ୨୦ ଟଙ୍କା ନେଇଥାଏ। କିନ୍ତୁ ଯେଉଁ ବ୍ୟକ୍ତି ସାଥୀରେ ଗ୍ୟାସ ସିଲିଣ୍ଡର ନେଇ ଯିବେ ତେବେ ତାଙ୍କୁ ଦୁଇଗୁଣା ଭଡ଼ା ଲାଗିଥାଏ। ତେଣୁ କିଛି ଲୋକ ଟଙ୍କା ବଞ୍ଚାଇବା ଲୋଭରେ ବୋଟ୍‌ ଚାଳକକୁ ୪୦ ଟଙ୍କା ଦେବା ଅପେକ୍ଷା ମାତ୍ର ୨-୩ ଟଙ୍କାରେ କାମ ହାସଲ କରିନେଇଛନ୍ତି। ଛୋଟ ଛୋଟ ପିଲାମାନେ ଉଛୁଳା ନଦୀ ମଧ୍ୟରେ ଗ୍ୟାସ ସିଲିଣ୍ଡରକୁ ଟାଣି ଟାଣି ନଦୀ ପାର କରାଇବା ଦୃଶ୍ୟ ବେଶ୍‌ ଭୟଙ୍କର। କେତେବେଳେ ମଧ୍ୟ ବଡ଼ ଅଘଟଣ ଘଟିଯିବାର ଯଥେଷ୍ଟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri