ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ ଘରା ଗୁମ୍ଫା ଅସ୍ତିତ୍ୱ ହରାଇବାକୁ ବସିଲାଣି। ତୁରନ୍ତ ଏହାର ସଂରକ୍ଷଣ କରାଯିବାର ଆବଶ୍ୟକତା ରହିଛି ବୋଲି ଗବେଷକ ଓ ବୁଦ୍ଧିଜୀବୀ ମତ ଦିଅନ୍ତି।

ଗବେଷକ ଗୋପାଳ ଦାସ କହିଛନ୍ତି, ପାଣ୍ଡବଘରା ଗୁମ୍ଫାରେ ତୃତୀୟ -ଚତୁର୍ଥ ଶତାବ୍ଦୀର ଓଡ଼ିଆ ଲିପି, ବୌଦ୍ଧ ଧର୍ମାବଲମ୍ବୀଙ୍କ ରହଣିସ୍ଥଳ ଅଧୁନା ଧ୍ୱଂସାଭିମୁଖୀ ା ଏଠାରେ ଦୁଇହଜାର ବର୍ଷ ତଳର ଓଡ଼ିଆରେ ଲେଖାଯାଇଥିବା ଶିଳାଲେଖ, ବୌଦ୍ଧ କୀର୍ତ୍ତି ରହିଛି। ୧୮୩୬ରେ ବ୍ରିଟିଶ ଗବେଷକ ମାରଖାମ୍‌ କିଟୋ ଏବଂ ୧୮୭୬ରେ ବିଖ୍ୟାତ୍‌ ପ୍ରତ୍ନତତ୍ତ୍ୱବିତ୍‌ ସାର୍‌ ଆାଲେକଜାଣ୍ଡାର କନିଙ୍ଗ୍‌ ହାମ୍‌ଙ୍କ ସହଯୋଗୀ ଜେ.ଡି. ବେଗଲର୍‌ ଏହି ଲିପି ସମ୍ପର୍କରେ କୋଲକାତାରୁ ପ୍ରକାଶିତ ‘ଏସିଆଟିକ୍‌ ଜର୍ନାଲ୍‌’ରେ ପ୍ରକାଶ କରିଥିଲେ। ସେହିପରି ନରଣଗଡ଼ ସନ୍ନିକଟ ଭୋଗପୁର ପାହାଡ଼ରେ ଖୋଦିତ ପ୍ରାଚୀନ ଲିପି ଖୋଦିତ ଗୁମ୍ଫା ରହିଛି। ଯଥାଶୀଘ୍ର ଏହାର ସଂରକ୍ଷଣ ନ କଲେ ପ୍ରାଚୀନ ଓଡ଼ିଆ ଲିପିର କ୍ରମବିକଶିତ ପ୍ରାମାଣିକ ତଥ୍ୟ ନଷ୍ଟ ହୋଇଯିବ। ବୀରଭୂମି ଖୋର୍ଦ୍ଧାରେ ସହସ୍ର ବର୍ଷ ଧରି ଅସଂଖ୍ୟ ଯୁଦ୍ଧରେ ବୀରଗତିପ୍ରାପ୍ତ ଶହୀଦମାନଙ୍କ ସ୍ମୃତିରେ ସ୍ଥାପିତ ବୀରଶିଳା ବାଜପୁର, କାଇପଦର, ଖୁଦୁପୁର ଆଦି ସ୍ଥାନରେ ରହିଛି। ଖୋର୍ଦ୍ଧା ଜିଲା ପ୍ରଶାସନ ସଂସ୍କୃତି ଭବନ ପରିସରସ୍ଥ ସଂଗ୍ରହାଳୟକୁ ଏଗୁଡ଼ିକୁ ନ ଆଣିଲେ ବିଲୁପ୍ତ ହୋଇଯିବ। ଭାଗବତ ଟୁଙ୍ଗି ଗାଦିରେ ଥିବା ତାଳପତ୍ର ପୋଥି ସଂରକ୍ଷଣ ପାଇଁ ମଧ୍ୟ ସଚେତନତା ଜରୁରୀ। ସେହିପରି ଗବେଷକ ସତ୍ୟବାଦୀ ବଳିଆରସିଂ କହିଛନ୍ତି, ବରୁଣେଇ ପାହାଡ଼ରେ ଖୋର୍ଦ୍ଧା ରାଜାଙ୍କ ଇଷ୍ଟଦେବୀ ମା’ ବରୁଣେଇ, କରୁଣେଇ ବିଜେ କରିଛନ୍ତି। କୁହାଯାଏ, ଏହି ପାହାଡ଼ ଉପରୁ ଶ୍ରୀମନ୍ଦିର ନୀଳଚକ୍ର ଦୃଶ୍ୟମାନ ହୁଏ। ଔଷଧୀୟ ଗୁଳ୍ମରେ ପାହାଡ଼ ପରିପୂର୍ଣ୍ଣ। ଅଥଚ ଏହି ଐତିହ୍ୟ ପାହାଡ଼ର ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ। ପାହାଡ଼ ଉପରକୁ ରୋପ ୱେ ଏବଂ ପାହାଡ ଉପରେ ପାଇକ ବିଦ୍ରୋହର ମୁଖ୍ୟ ନାୟକ ଜୟୀ ରାଜଗୁରୁ ଏବଂ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ଆବଶ୍ୟକ। କଳିଙ୍ଗ ପାଇକ ସଙ୍ଗଠନ ସମ୍ପାଦକ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ କହିଛନ୍ତି, ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଖୋର୍ଦ୍ଧାଗଡ଼ ଏବେ ଭଗ୍ନ ଅବସ୍ଥାରେ ରହିଛି। ଏଠାରୁ ଦିନେ ପାଇକ ବୀରମାନେ ଇଂରେଜଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ। ପାଇକଙ୍କ ଅସୀମ ବୀରତ୍ୱର ସ୍ମୃତିକୁ ସାଇତି ରଖିଥିବା ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ନ ହେଲେ ବିଲୁପ୍ତ ହୋଇଯିବ। ଗବେଷକ ପ୍ରଫେସର ନାରାୟଣ ରାଓ କହିଛନ୍ତି, ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର କରାଗଲେ ରାଣୀ ପୋଖରୀ ସମେତ ବହୁ କୀର୍ତ୍ତିରାଜିି ସଂରକ୍ଷଣ ହୋଇପାରିବ। ପାଇକ ବିଦ୍ରୋହର ସମସ୍ତ ସ୍ମୃତି ଖୋର୍ଦ୍ଧାଗଡ଼ ସହ ଜଡ଼ିତ। ଏହାର ପୁନରୁଦ୍ଧାର ଜରୁରୀ। ସାମାଜିକ କର୍ମୀ କ୍ଷିତୀଶ ମୋହନ ଦାସ କହିଛନ୍ତି, ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରୁ ଖୋର୍ଦ୍ଧାର ବିଜେବି ହାଇସ୍କୁଲ ଅନ୍ୟତମ। ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନରେ ଏହି ବିଦ୍ୟାଳୟର ଛାତ୍ର ଅଂଶଗ୍ରହଣ କରିଥିଲେ। ଅତୀତରେ ବହୁ ଜନନାୟକ, ରାଜନୀତିଜ୍ଞ, ପ୍ରଶାସନିକ ଅଧିକାରୀ, ସାହିତି୍ୟକ ଏହି ବିଦ୍ୟାଳୟରେ ପାଠ ପଢି ଏହାର ଗୌରବକୁ ବୃଦ୍ଧି କରିଛନ୍ତି। ଏହି ଶିକ୍ଷାନୁଷ୍ଠାନକୁ ଜାତୀୟ ଅଥବା ଐତିହ୍ୟ ବିଦ୍ୟାଳୟ ମାନ୍ୟତା ପାଇଁ ବାରମ୍ବାର ଦାବି ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଶିକ୍ଷାବିତ୍‌ ଭୀମସେନ ପ୍ରଧାନ କହିଛନ୍ତି, ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଳାନ୍ୟାସ କରିଥିଲେ। ୩ବର୍ଷ ପରେ ବି ସ୍ମାରକୀ ନିର୍ମାଣ ହୋଇପାରିଲା ନାହିଁ। ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ କାମ ଆଗେଇପାରୁନାହିଁ। ତେଣୁ ଐତିହ୍ୟକୁ ଅଣଦେଖା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri