Posted inରାଜ୍ୟ

ଆଜିଠାରୁ ୨୦ ଓ୍ବାର୍ଡରୁ ଉଠିବନି ଅଳିଆ

ଭୁବନେଶ୍ୱର,୧୯।୧୨(ବନ୍ଦନା ସେଠୀ): ସଫେଇ ସଂସ୍ଥା ଆଓ୍ବାରଲ୍ୟାଣ୍ଡର ମନମୁଖି କାର୍ଯ୍ୟକଳାପକୁ ବିରୋଧ କରି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ଫଳରେ ସହରର ୨୦ଟି ଓ୍ବାର୍ଡରୁ ଅଳିଆ ଉଠା ହୋଇପାରିନାହିଁ। ସମ୍ପୃକ୍ତ ସଂସ୍ଥା ଅଧୀନରେ ଓ୍ବାର୍ଡ ନଂ. ୨୭, ୨୮, ୨୯, ୩୦, ୩୪, ୩୫, ୩୬, ୪୧, ୪୬, ୫୨, ୫୩ ଭଳି ମୋଟ୍‌ ୨୦ଟି ଓ୍ବାର୍ଡ ରହିଥିବାବେଳେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ଅନ୍ୟ ସଫେଇ ସଂସ୍ଥାଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ବିଭିନ୍ନ ସୁବିଧା ଯଥା ପିପିଇ କିଟ୍‌, ଡ୍ରେସ୍‌, ଇପିଏଫ୍‌, ଇଏସ୍‌ଆଇ ଦେଉଛନ୍ତି ମାତ୍ର ଆଓ୍ବାରଲ୍ୟାଣ୍ଡ ତାହା ପ୍ରଦାନ କରୁନାହିଁ। ଏପରିକି ଗତ ଅଗଷ୍ଟ ମାସରୁ ଇପିଏଫ୍‌ କଟୁନାହିଁ କି ଅପ୍‌ଡେଟ୍‌ ହେଉନାହିଁ। ଏନେଇ ବାରମ୍ବାର ସଂସ୍ଥାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କିଛି ଫଳ ହେଉନାହିଁ। ତେଣୁ ବାଧ୍ୟହୋଇ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ରହିବ ବୋଲି ଭୁବନେଶ୍ୱର ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ମଜଦୁର ସଂଘ ଉପସଭାପତି ସୁଶାନ୍ତ ଦଳେଇ ସୂଚନା ଦେଇଛନ୍ତି। ସେହିପରି ସମ୍ପୃକ୍ତ ସଂସ୍ଥା ୫୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଚାକିରୀରୁ ବାହାର କରିଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅପରପକ୍ଷେ ମହିଳା ସଫେଇ କର୍ମୀମାନେ ସାଙ୍ଗରେ ବ୍ୟାଗ୍‌ ନେବେ। ସଫେଇ କରି ତୁରନ୍ତ ଆବର୍ଜନାକୁ ସେହି ବ୍ୟାଗ୍‌ରେ ରଖିବାକୁ ବାଧ୍ୟ କରାଯାଉଛି। ଯାହାକି କର୍ମଚାରୀଙ୍କ ପାଇଁ ସମ୍ଭବ ହେଉନାହିଁ। ଅନ୍ୟ ସଂସ୍ଥାମାନେ ସେଭଳି କିଛି କରୁ ନ ଥିବାବେଳେ ଆଓ୍ବାରଲ୍ୟାଣ୍ଡ କାହିଁକି କର୍ମଚାରୀଙ୍କୁ ହଇରାଣ କରୁଛି ବୋଲି ସଂଘର ସଭାପତି ସହଦେବ ନାୟକ ପ୍ରଶ୍ନ କରିଛନ୍ତି। ତେବେ ସଫେଇ ସଂସ୍ଥା, କର୍ମଚାରୀ ଏବଂ ବିଏମ୍‌ସି ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ବାରମ୍ବାର ଏଭଳି ଆନ୍ଦୋଳନ, ବିରୋଧ ହେଉଥିବା ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?