ଆବର୍ଜନା ମୁକ୍ତ ହେବ ଗାଁ ଦାଣ୍ଡ

ରସୁଲପୁର,୧୮ା୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତରକୁ ସ୍ବଚ୍ଛ ଓ ସୁସ୍ଥ ପଞ୍ଚାୟତ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗାଁ କଲ୍ୟାଣ ସମିତି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମୀଣ ଏକତା ମଞ୍ଚର ମିଳିତ ସହଯୋଗରେ ସଫେଇ କାର୍ଯ୍ୟକୁ ପରିଚାଳନା କରାଯାଉଛି ା ପଞ୍ଚାୟତ ଅଧୀନ ୭ଟି ରାଜସ୍ବ ଗ୍ରାମକୁ ସଫେଇ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ା ଗାଁ ଗଣ୍ଡା ରାସ୍ତାକୁ ଅଳିଆ ଅବର୍ଜନାମୁକ୍ତ କରିବା ପାଇଁ ପଞ୍ଚାୟତ ପକ୍ଷରୁ ପଦକ୍ଷେପ ନିଆଯାଇଛି ା ରସୁଲପୁର ବିଡିଓ ଅବନୀକାନ୍ତ ସାହୁ, ସ୍ଥାନୀୟ ସରପଞ୍ଚ ସ୍ମୃତିରେଖା ରାଉତ, ସମିତିସଭ୍ୟ ରଞ୍ଜିତ କୁମାର ସାହୁ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଜେମ୍ସ ଫାଉଣ୍ଡେଶନର ସଭାପତି ଅଭିମନ୍ୟୁ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନସ ରାଉତ, ଗ୍ରାମ ରୋଜଗାର ସେବକ ପ୍ରଶାନ୍ତ ଘଡାଇ, ଏମ୍‌ବିକେ ସସ୍ମିତା ଆଏଚ ପ୍ରମୁଖ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ। ସ୍ବଚ୍ଛ ପରିବେଶରେ ଏକ ସୁସ୍ଥ ଜୀବନ ସମ୍ଭବପର ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ା
ପଞ୍ଚାୟତକୁ ସ୍ବଚ୍ଛ ରଖିବା ପାଇଁ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି ା ସ୍ବଚ୍ଛ ଭାରତ ମିଶନ-୨ ଯୋଜନାରେ ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ ଶୋଷକ ଓ ଜୈବିକଖତ ଖାତ ଖୋଳିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହ ଦିଆଯାଉଛି। ଏଥିସହ ପରିବାରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଆବର୍ଜନା କୁଣ୍ଡ ସ୍ଥାପନ କରାଯାଇଛି ା ଉକ୍ତ କୁଣ୍ଡରେ ପଲିଥିନ ଓ ପ୍ଲାଷ୍ଟିକ ପକାଇବା ପାଇଁ ପଂଚାୟତ ପକ୍ଷରୁ ସୂଚନା ଦିଆଯାଇଛି ା ଏହାଛଡା ଗାଁ ଗଣ୍ଡା ରାସ୍ତାକୁ ଜବରଦଖଲ ମୁକ୍ତ କରିବା ଓ ଗାଁ ରାସ୍ତାରୁ ଅଳିଆ ଆବର୍ଜନାକୁ ହଟାଇବା ପାଇଁ ଯୋଜନା କରାଯାଇଛି ା ଗାଁ ରାସ୍ତାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହାଛଡା ପଞ୍ଚାୟତ ପକ୍ଷରୁ ପ୍ରତ୍ୟେକ ଗାଁ ଓ ସାହି ଭିତରର ରାସ୍ତାକୁ ସଫେଇ କରାଯାଇ ଲୋକଙ୍କୁ ସଚେତନ କରାଯିବ। ପ୍ରତ୍ୟେକ ପରିବାର ସେମାନଙ୍କ ଗାଁ ଦାଣ୍ଡକୁ ସଫାସୁତୁରା ରଖିବେ ା ରାସ୍ତା ଉପରେ ଅଳିଆ ଆବର୍ଜନା ପକାଇଲେ ଏହା ଦଣ୍ଡନୀୟ ଅପରାଧ ବୋଲି ସଫେଇ ଆଳରେ ଜନସଚେତନତା କରାଯାଉଛି ା ଏଥିରେ ବ୍ୟତିକ୍ରମ ଘଟିଲେ ଆଇନ ଖିଲାପକାରୀଙ୍କୁ ଆର୍ଥତ୍କ ଜରିମାନାରେ ଦଣ୍ଡିତ କରାଯିବ ବୋଲି କୁହାଯାଇଛି। ଏଭଳି ଭାବରେ ପଂଚାୟତକୁ ଏକ ସ୍ବଚ୍ଛ ଓ ସୁସ୍ଥ ପଞ୍ଚାୟତ ଗଢି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସରପଞ୍ଚ ରାଉତ ପ୍ରକାଶ କରିଛନ୍ତି ା ଉକ୍ତ ସଫେଇ କାର୍ଯ୍ୟରେ ନାଏବ ସରପଞ୍ଚ କେଦାର ଦେଓ, ୱାର୍ଡସଭ୍ୟା ସୁମିତ୍ରା ଦାସ, ଶ୍ୟାମସୁନ୍ଦର ସାହୁ, ସଦାନନ୍ଦ ପଣ୍ଡା, ନୃସିଂହ ମଲିକ, ସୁକାନ୍ତି ସାହୁ, ଦିଲୀପ ସାହୁ, ଅଙ୍ଗନୱାଡି କର୍ମୀ ସୁମିତ୍ରା ବିହାରୀ, ରଶ୍ମିତା ସାହୁ, ଶାନ୍ତିଲତା ପଣ୍ଡା, ନିରୁପମା କର, ସବିତା ସାହୁ, ସଂଯୁକ୍ତା ସ୍ବାଇଁ, ଆଶାକର୍ମୀ ସୁମିତ୍ରା ଦାସ, ସିଆରପି ସୁଚିସ୍ମିତା ଦାଶ, ବସୁମତି ସାହୁ, ଅନିମା ପଣ୍ଡା, ଉମା ସେଠୀ, ସୁବାସିନୀ ମଲିକ, ଯୁବନେତା କମଳାକାନ୍ତ ସାହୁ, ଗୋପାଳ ମଲିକ, ଦିଲୀପ ଦାସ, ସର୍ବେଶ୍ୱର ସାହୁ, ଦିଲୀପ ରାଉତ, ସଞ୍ଜୟ ରାଉତ, ସନ୍ତୋଷ ରାଉତଙ୍କ ସେମତ ବହୁ ସ୍ବେଚ୍ଛାସେବୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri