ରାତି ଉଜାଗର ରହିବେ ପଞ୍ଚ ଦେବତା

ପ୍ରଦୀପ୍ତ କୁମାର ପୃଷ୍ଟି
ଚଣ୍ଡିଖୋଲ, ୧୮ା୨: ମହାଶିବରାତ୍ରି ଜାଗର ଅବସରରେ ଯାଜପୁର ଜିଲାର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିରରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏଠାରେ ପଞ୍ଚ ଦେବତା ପୂଜା ପାଇଥାନ୍ତି। ରାତ୍ରି ସାରା ପଞ୍ଚ ଦେବତା ଉଜାଗର ରହିଥାନ୍ତି। ସେହି ଦେବତାମାନେ ହେଲେ ଗଣେଶ, ବିଷ୍ଣୁ, ଦୁର୍ଗା, ସୂର୍ଯ୍ୟଦେବ ଓ ମହାଦେବ। ଜାଗରର ତୃତୀୟ ପ୍ରହରରେ ପ୍ରଭୁ ଚନ୍ଦ୍ରଶେଖର ତିନିଥର ମନ୍ଦିର ବେଢ଼ା ପରିକ୍ରମା କରିଥାନ୍ତି। ପରିକ୍ରମା ସରିବା ପରେ ଏଠାରେ ମହାଦୀପ ଉଠିଥାଏ।
ଜାଗରରେ ଭୋର ୪ଟାରୁ ମଙ୍ଗଳ ଆଳତି, ବଡ଼ସିଂହାର ବେଶ, ଧୂପ ଲାଗି, ପରେ ନୀତି ଭୋଗ ବାଲ୍ୟଭୋଗ କରାଯାଇଥାଏ। ସନ୍ଧ୍ୟା ସମୟରୁ ୪ପ୍ରହର ଭିନ୍ନ ଭିନ୍ନ କ୍ରମେ ପୂଜା କରାଯାଇଥାଏ। ପ୍ରତ୍ୟେକ ପ୍ରହରରେ ଲଡ଼ୁ ଓ ପଣା ପ୍ରଦାନ କରାଯାଇ ଘର୍ଷଣ କରାଯିବା ସହ ମହାସ୍ନାନ, ମଙ୍ଗଳ ଆଳତି ଓ ଧୂପ ଲାଗି କରାଯାଇଥାଏ। ତୃତୀୟ ପ୍ରହର ସମୟରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ତିନିଥର ବେଢ଼ା ପରିକ୍ରମା କରାଯିବା ପରେ ୧୦୮ ଦୀପ ପ୍ରଜ୍ୱଳନ କରାଯାଏ। ଏହି ୧୦୮ ଦୀପ ପ୍ରଜ୍ୱଳନ ପରେ ବିଶ୍ୱଶାନ୍ତି ପାଇଁ ଏହା ଉତ୍ସର୍ଗ କରାଯାଇଥାଏ। ସେଥିପାଇଁ ମହାଶିବରାତ୍ରି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ୫ ଦିନ ଧରି ଏଠାରେ ଅନୁଷ୍ଠିତ ହୋଇଥାଏ। ଜନକଲ୍ୟାଣ ଉଦ୍ଦେଶ୍ୟରେ ଏହି ଯଜ୍ଞ ଜାଗର ଅମାବାସ୍ୟାର ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ଏବଂ ମହାଶିବରାତ୍ରିର ଦୁଇ ଦିନ ପରେ ଯଜ୍ଞ ଶେଷ ହୋଇଥାଏ। ଏହା ନାରାୟଣଙ୍କ ଯଜ୍ଞ ଭାବେ ପରିଚିତ ହୋଇଥାଏ। ଶନିବାର ଜାଗର ଉପଲକ୍ଷେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବହୁସଂଖ୍ୟାରେ ଉଠା ଦୋକାନୀ ଏଠାରେ ପସରା ମେଲାଇଛନ୍ତି। ଯାଜପୁର ଜିଲା ପ୍ରଶାସନ ତରଫରୁ ଆଇନ ଶୃଙ୍ଖଳା ରକ୍ଷା ସହ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥାଏ ଏବଂ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରିଥାନ୍ତି ବୋଲି ମନ୍ଦିର ଟ୍ରଷ୍ଟି ଧନେଶ୍ୱର ସାମଲ କହିଛନ୍ତି। ପୂଜକ ହିମାଂଶୁ ଶେଖର ପଣ୍ଡା କହିଛନ୍ତି ଯେ ରାତ୍ରିସାରା ମହାଦେବଙ୍କ ସହ ନାରାୟଣ, ଗଣେଶ, ଦୁର୍ଗା ଓ ସୂର୍ଯ୍ୟ ଦେବତା ଏଠାରେ ଉଜାଗର ରହିବେ। ସମସ୍ତଙ୍କୁ ଏକ ସଙ୍ଗରେ ପୂଜା କରାଯାଇଥାଏ। ଅନ୍ୟ ସ୍ଥାନ ଅପେକ୍ଷା ଏଠାରେ ନିଆରା ଢଙ୍ଗରେ ପୂଜା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri