ପୋତି ହେଲାଣି ଡ୍ରେନ୍‌, ହଟାଯାଉନି ଅଳିଆ

ଜଟଣୀ,୨୬।୩(ଡି.ଏନ୍‌.ଏ): ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଜଟଣୀ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏପରି କି, ଏଥିପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବାସ୍ତବରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା ଯୋଗୁ ପୌରାଞ୍ଚଳବାସୀ ସୁଫଳ ପାଇପାରୁନାହାନ୍ତି। ଜଟଣୀ ପୌରାଞ୍ଚଳ ଅଧୀନ ରାଜାବଜାର (ସୀତାରାମ କଲୋନୀ) ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅପରିଷ୍କାର ଡ୍ରେନ୍‌, ସଂକୀର୍ଣ୍ଣ ରାସ୍ତା ଓ ପାର୍କିଂ ସମସ୍ୟା ଯୋଗୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ମୁତାବକ, ଦୀର୍ଘବର୍ଷ ଧରି ସାହିବସ୍ତିରେ ଥିବା ଡ୍ରେନ୍‌ଗୁଡିକ ସଫା କି ମରାମତି ହୋଇନାହିଁ। ଫଳରେ ଡ୍ରେନ୍‌ଗୁଡ଼ିିକରେ ବାଲି, ଗୋଡ଼ିି, ଜରି ପ୍ରଭୃତି ଅଳିଆ ଆବର୍ଜନା ପଡ଼ିରହି ପୋତି ହୋଇ ଗଲାଣି। ମଇଳା ପାଣି ନିଷ୍କାସନ ହୋଇ ନ ପାରି ଉଦ୍‌ବୃତ୍ତ ହୋଇ ଘରେ ପଶୁଛି। ଫଳରେ ଲୋକେ ହଇରାଣ ହେଉଛନ୍ତି। ଓ୍ବାର୍ଡ ନମ୍ବର-୪ ରାଜାବଜାର ସୀତାରାମ କଲୋନୀ ରାସ୍ତାରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ିରହିଥିଲେ ବି ପୌର ପ୍ରଶାସନ ପକ୍ଷରୁ ତାହାକୁ ହଟାଯାଉନାହିଁ। ଏଥିଯୋଗୁ ଦୁର୍ଗନ୍ଧ ହେବା ସହିତ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଜଟଣୀ ପୌରାଞ୍ଚଳର ପ୍ରାୟ ସବୁ ଓ୍ବାର୍ଡରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। କେବଳ ମୁଖ୍ୟ ସ୍ଥାନଗୁଡ଼ିକରୁ ଅଳିଆ ଆବର୍ଜନା ସଫା କରାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅନେକ ସମୟରେ ମୁକୁଳା ଓ ଭଙ୍ଗା ଡ୍ରେନ୍‌ରେ ଗୋରୁଙ୍କ ସହିତ ଲୋକେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଏହାସତ୍ତ୍ୱେ ଡ୍ରେନ୍‌ଗୁଡ଼ିକୁ ମରାମତି କରାଯାଉନାହିଁ।
ପୌରପରିଷଦ ପକ୍ଷରୁ ୨୦୦ରୁ ଊର୍ଦ୍ଧ୍ୱ ସ୍ଥାୟୀ ଓ ଅସ୍ଥାୟୀ ସଫେଇ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ପ୍ରତି ଓ୍ବାର୍ଡରେ ସଫେଇ କାର୍ଯ୍ୟ ତଦାରଖ କରିବା ଲାଗି ଓ୍ବାର୍ଡ ଅଫିସର, ସାନିଟାରୀ କର୍ମଚାରୀଙ୍କ ସହିତ ସ୍ବଛସାଥୀ ନିୟୋଜିତ ହୋଇଛନ୍ତି। ଏହାସତ୍ତ୍ୱେ ବିଭିନ୍ନ ଓ୍ବାର୍ଡରେ କୁଢକୁଢ ଆବର୍ଜନା ପଡ଼ିିରହିବା ଜଟଣୀ ପୌରପରିଷଦର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୪ନମ୍ବର ଓ୍ବାର୍ଡର ମୁଖ୍ୟ ଡ୍ରେନ୍‌ ବେଙ୍ଗଲୀ କ୍ଲବ୍‌ଠାରୁ ଆରମ୍ଭ ହୋଇ ସୀତାରାମ କଲୋନୀ ଓ ରାଜାବଜାର ଦେଇ ମାଛ ମାକେର୍ଟସ୍ଥ ରେଲଓ୍ବେ ଡ୍ରେନ୍‌ରେ ମିଶିଛି। ତେବେ ଉକ୍ତ ମୁଖ୍ୟ ଡ୍ରେନ୍‌ ନିର୍ମାଣ ପରଠୁ ଆଉ ମରାମତି ହୋଇ ନ ଥିବା ଓ୍ବାର୍ଡବାସିନ୍ଦା କହିଛନ୍ତି। ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଡ୍ରେନ୍‌ ଭାଙ୍ଗିଯାଇ ପୋତି ହୋଇଗଲାଣି। ବିଭିନ୍ନ ସାହିବସ୍ତିର ରାସ୍ତାରେ ଖାଲଖମା ହୋଇଛି। ପାନୀୟଜଳ ସମସ୍ୟା ମଧ୍ୟ ଲାଗିରହିଛି। ସୀତାରାମ କଲୋନୀରେ ସର୍ବସାଧାରଣ ଜମି ଜବରଦଖଲ ଯୋଗୁ ଶୌଚାଳୟ ହୋଇପାରୁନାହିଁ। ଜଟଣୀ ଯୁବ ଫେଡେରେଶନର ସଭାପତି ପ୍ରଶାନ୍ତ ପାଇକରାୟ କହିଛନ୍ତି, ପୌରପ୍ରଶାସନ ବିଭିନ୍ନ ଟିକସ ଆକାରରେ ରାଜସ୍ବ ଆଦାୟ କରୁଥିଲେ ମଧ୍ୟ ମୌଳିକ ସେବା ଯୋଗାଇ ପାରୁନାହିଁ। ପ୍ରତ୍ୟେକ ଓ୍ବାର୍ଡରେ ଖାଲଖମା ରାସ୍ତା, ଅପରିଷ୍କାର ପରିବେଶ ଓ ଭଙ୍ଗାଦଦରା ଡ୍ରେନ୍‌ ଦେଖିବାକୁ ମିଳୁଛି। ସୀତାରାମ କଲୋନୀ ଦେଇଯାଇଥିବା ମୁଖ୍ୟ ଡ୍ରେନ୍‌ ପ୍ରାୟ ୩୦ବର୍ଷ ହେବ ମରାମତି ହୋଇନାହିଁ। ପ୍ରଶାସନିକ ଅବହେଳା ପାଇଁ ଲୋକେ ସମସ୍ୟା ଭୋଗୁଛନ୍ତି। ତେବେ ଏନେଇ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତିଙ୍କୁ ପଚାରିବାରେ କହିଛନ୍ତି, କର୍ମଚାରୀଙ୍କୁ ପଠାଇ ଅଭିଯୋଗ ଆସୁଥିବା ସ୍ଥାନ ତଦାରଖ କରାଯାଇ କାମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri