ଡ୍ରେନ୍‌ରେ ଅଳିଆ, ଶୌଚାଳୟରେ ତାଲା

ଖୋର୍ଦ୍ଧା,୫ା୧୦(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ପୌରାଞ୍ଚଳରେ ସ୍ବଚ୍ଛତା ପ୍ରହସନ ପାଲଟିଛି। ସହରରୁ ଅଧିକାଂଶ ଦିନ ଅଳିଆ ହଟୁ ନ ଥିବାବେଳେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ସପ୍ତାହେ ହେଲା ଲଘୁଚାପ ବର୍ଷାରେ ଡ୍ରେନରୁ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଭାସୁଛି। ଏକାଧିକ ଡ୍ରେନ ପୋତି ହୋଇଗଲାଣି। ବର୍ଷ ବର୍ଷ ଧରି ସଫା ନ ହେବା ଫଳରେ ଅଳିଆ ଆବର୍ଜନା ପଡ଼ି ପୂତିଗନ୍ଧମୟ ହେଲାଣି। ସ୍ବଚ୍ଛ ଖୋର୍ଦ୍ଧା ସୁସ୍ଥ ଖୋର୍ଦ୍ଧା କେବଳ ସ୍ଲୋଗାନରେ ସୀମିତ। ମଶାଙ୍କ ପ୍ରାଦୁର୍ଭାବ ବଢିଲାଣି। ଘରେ ଘରେ ଜ୍ୱର ବ୍ୟାପିଲାଣି। ମ୍ୟାଲେରିଆ, ଡେଙ୍ଗୁକୁ ଖୋର୍ଦ୍ଧା ପୌରାଞ୍ଚଳ ସତେ ଯେପରି ଆମନ୍ତ୍ରଣ କରୁଛି। ମଶାଧୂଆଁ ଛଡ଼ାଯାଉନାହିଁ କି ଡ୍ରେନରେ ମଶାମରା ତେଲ ପକାଯାଉନାହିଁ। ଏହା କେବଳ କାଗଜକଲମରେ ସୀମିତ। ପୌର ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପରସ୍ପର ଉପରେ ଦୋଷ ଲଦିବାରେ ବ୍ୟସ୍ତ। ୨୨ ୱାର୍ଡ ବିଶିଷ୍ଟ ଖୋର୍ଦ୍ଧା ସହରରେ ଜନସଂଖ୍ୟା ୫୦ହଜାରରୁ ଊର୍ଦ୍ଧ୍ୱ। ସ୍ବଚ୍ଛତା ଆଳରେ ଲକ୍ଷାଧିକ ଟଙ୍କା ଅର୍ଥ ଶ୍ରାଦ୍ଧ କରାଯାଉଛି। ଅଥଚ ସ୍ବଚ୍ଛତା କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠୁଛି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତରେ ଖୋର୍ଦ୍ଧା ଜିଲା ହଟସ୍ପଟ ରହିଥିବା ବେଳେ ଏବେ ଆଉ ଏକ ରୋଗ ସ୍କ୍ରବ୍‌ ଟାଇଫସକୁ ନେଇ ଚିନ୍ତା ବଢିଛି। ଏଭଳି ସ୍ଥିତିରେ ପୌର ପ୍ରଶାସନ ପକ୍ଷରୁ ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଛି। ସହରର ଗଳିକନ୍ଦିରେ ୫ରୁ ୮ ଫୁଟ ଉଚ୍ଚତାରେ ଅନାବନା ଗଛଲତାରେ ମାଡିଗଲାଣି। ଏହାକୁ ସଫା କରାଯାଉନାହିଁ।
ଖୋର୍ଦ୍ଧା ସହରର ଏଭଳି ଏକାଧିକ ପ୍ରସଙ୍ଗକୁ ନେଇ ଜନଜାଗରଣ ପରିବାର ଆବାହକ ରଣଜିତ ମହାପାତ୍ର ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ମୁଖ୍ୟମନ୍ତ୍ରୀ କର୍ମତପତ୍ର ଯୋଜନା(ମୁକ୍ତା)ରେ ଗତ ଦୁଇବର୍ଷ ମଧ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ସହରର ଏକାଧିକ ସ୍ଥାନରେ ପବ୍ଲିକ ଟଏଲେଟ୍‌ ନିର୍ମାଣ କରାଯାଇଛି। ତେବେ ଉଦ୍‌ଘାଟନ ପରଠାରୁ ସମସ୍ତ ପରିସ୍ରାଗାରରେ ତାଲା ଝୁଲୁଥିବାବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗତ ୩ବର୍ଷ ହେବ ପୁରୁଣା ମେଡିକାଲ ରୋଡ ଏବଂ ନୂଆ ବସଷ୍ଟାଣ୍ଡଠାରେ ଥିବା ଶୌଚାଳୟ ବନ୍ଦ ପଡ଼ିଛି। ପୌର ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ଟଏଲେଟ ବ୍ୟବସ୍ଥା ନାହିଁ। ଦୈନିକ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଏହି ଦୁଇ ସ୍ଥାନରେ ବସକୁ ଅପେକ୍ଷା କରି ରହୁଥିବା ଯାତ୍ରୀ ହଇରାଣ ହେଉଛନ୍ତି। ବିଶେଷତଃ ମହିଳାମାନଙ୍କ ଅସୁବିଧା କଥା ନ କହିଲେ ଭଲ। ଟ୍ରାଫିକ ଛକଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଡ୍ରେନକୁ ଅବରୋଧ କରି ରଖିଥିବା ଏବଂ ରାସ୍ତାକଡ ଉଠାଦୋକାନୀଙ୍କୁ ହଟାଇବା ପାଇଁ ପୌର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ନୋଟିସ ଦିଆଗଲା। କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଗଲା ନାହିଁ। ସହରରେ ବଢି ଚାଲିଥିବା ଟ୍ରାଫିକ ସମସ୍ୟାର ଏହା ଏକ ଅନ୍ୟତମ କାରଣ ହୋଇଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଏନେଇ ପୌର ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି କହିଛନ୍ତି, ସହରର ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯାଉଛି। ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତି ଚାଲିଛି। ଉଠାଦୋକାନୀଙ୍କୁ ଥଇଥାନ କରାଯିବାକୁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?