ଗଞ୍ଜାମ ଜିଲା: ଘୋଷଣା ହେଉନି ନୂଆ ମ୍ୟୁନିସିପାଲିଟି, ଏନ୍‌ଏସି

ବ୍ରହ୍ମପୁର ଅଫିସ,୨୫ା୮: ଆସନ୍ତା ୩୧ ତାରିଖରେ ପାଳନ ହେବ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ। ୨୦୧୮ ଅକ୍ଟୋବର ପହିଲାରୁ ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସ୍ବାୟତ୍ତ ଶାସନ ସଂସ୍ଥାରେ ଚାଲିଥିଲା ଅମଲାତନ୍ତ୍ରୀ ଶାସନ। ଅନ୍ୟପକ୍ଷରେ ମହାମାରୀ କରୋନା କାରଣରୁ ଗତ ୩ ବର୍ଷ ଏହି ଦିବସ ପାଳନ ପାଇଁ କଟକଣା ରହିଥିଲା। ଚଳିତବର୍ଷ କୋହଳ ହୋଇଛି ଏବଂ ନିର୍ବାଚିତ ପରିଷଦ ଗଠନ ହୋଇଛି। ଗଞ୍ଜାମ ଜିଲାରେ ବ୍ରହ୍ମପୁର ମହାନଗର ନିଗମ ଓ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଏବଂ ଆଉ ୧୬ ଏନ୍‌ଏସି ରହିଛି। ସ୍ବାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ସବୁ ପୌରସଂସ୍ଥାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗୁରୁବାରଠାରୁ ସପ୍ତାହେ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ଅନ୍ୟପକ୍ଷରେ ଦୀର୍ଘବର୍ଷର ଦାବି ବହୁ ପୁରାତନ ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବାରେ ସରକାର ଅଣଦେଖା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ଼, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ଏବଂ ବର୍ତ୍ତମାନର ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପାତ୍ରପୁରକୁ ଏନଏସି ଘୋଷଣା କରାଯାଇ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମସ୍ତ ଭିତ୍ତିଭୂମି ଥିବାରୁ ସ୍ବାୟତ୍ତ ଶାସନ ଦିବସ ପୂର୍ବରୁ ରାଜ୍ୟ ସରକାର ୩ ମ୍ୟୁନିସିପାଲିଟି ଓ ୩ ନୂଆ ଏନଏସି ଘୋଷଣା କରିବାକୁ ସଚେତନ ମହଲରୁ ଗୁରୁତ୍ୱ ଦିଆଯାଇଛି।

ତଥ୍ୟ ଅନୁସାରେ ଦୀର୍ଘ ବର୍ଷ ପରେ ଗଞ୍ଜାମ ଜିଲାରୁ ଚିକିଟି ବିଧାୟିକା ଉଷା ଦେବୀ ନଗର ଉନ୍ନୟନ ବିଭାଗର କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ୯୦ ଦଶକର ଶେଷ ବେଳକୁ ମୁଖ୍ୟମନ୍ତ୍ରୀ ହୋଇଥିବା ଗିରିଧର ଗମାଙ୍ଗଙ୍କ କଂଗ୍ରେସ ସରକାର ବେଳେ ଆସିକା ବିଧାୟିକା ଉଷାରାଣୀ ପଣ୍ଡା ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ସେ ସ୍ବଳ୍ପ କାଳ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ୭୦ ଦଶକରେ ନନ୍ଦିନୀ ଶତପଥୀଙ୍କ କଂଗ୍ରେସ ସରକାରରେ ଗୋପାଳପୁର ବିଧାୟକ ପଦ୍ମଶ୍ରୀ ମୋହନ ନାୟକ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଥିଲେ। ଗଞ୍ଜାମ ଜିଲାରୁ ନଗର ଉନ୍ନୟନ ମନ୍ତ୍ରୀ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା। କଂଗ୍ରେସ ଶାସନରେ ମନ୍ତ୍ରୀ ହୋଇଥିବା ମୋହନ ନାୟକ ଓ ଉଷାରାଣୀ ପଣ୍ଡା ଆରପାରିକୁ ଚାଲିଯାଇଛନ୍ତି। ବିଜେଡିରୁ ୬ ଥର ବିଧାୟିକା ହୋଇଥିବା ଉଷା ଦେବୀ ୨୦୦୯ ରୁ ୨୦୧୯ ମଧ୍ୟରେ ଏକାଧିକଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇ ବିଭିନ୍ନ ବିଭାଗ ସମ୍ଭାଳିଥିବା ନଜିର ଅଛି। ଏବେ ତାଙ୍କୁ ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ଦାୟିତ୍ୱ ମିଳିଛି।

ଆନ୍ଧ୍ର ସୀମାନ୍ତ ତଥା ଉପାନ୍ତ ଇଲାକା ବହୁଳ ଚିକିଟି ନିର୍ବାଚନ ମଣ୍ଡଳୀର ମିନି ସହର ପାତ୍ରପୁରକୁ ଏନଏସି ମାନ୍ୟତା ଦେବାକୁ ସମସ୍ତ ଭିତ୍ତିଭୂମି ରହିଛି। ତେଣୁ ବିଭାଗୀୟ ମନ୍ତ୍ରୀ ଏହାକୁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ସ୍ବାୟତ୍ତ ଶାସନ ଦିବସ ପୂର୍ବରୁ ନଚେତ୍‌ ଆସନ୍ତା ୩୧ ତାରିଖରେ ପାତ୍ରପୁର ସମେତ କୁକୁଡ଼ାଖଣ୍ଡି ଓ ଶେରଗଡ଼କୁ ଏନଏସି ଘୋଷଣା ଏବଂ ଭଞ୍ଜନଗର, ଆସିକା ଓ ଛତ୍ରପୁରକୁ ପୌରପାଳିକା ସଂସ୍ଥା ତଥା ମ୍ୟୁନିସିପାଲିଟି ଘୋଷଣା କରାଯିବାକୁ ମତ ପ୍ରକାଶ ପାଇଛି। ମନ୍ତ୍ରୀ କ’ଣ ପଦକ୍ଷେପ ନେବେ ସେଥିପାଇଁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri