ଗଞ୍ଜାମ ଜିଲା: ଘୋଷଣା ହେଉନି ନୂଆ ମ୍ୟୁନିସିପାଲିଟି, ଏନ୍‌ଏସି

ବ୍ରହ୍ମପୁର ଅଫିସ,୨୫ା୮: ଆସନ୍ତା ୩୧ ତାରିଖରେ ପାଳନ ହେବ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ। ୨୦୧୮ ଅକ୍ଟୋବର ପହିଲାରୁ ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସ୍ବାୟତ୍ତ ଶାସନ ସଂସ୍ଥାରେ ଚାଲିଥିଲା ଅମଲାତନ୍ତ୍ରୀ ଶାସନ। ଅନ୍ୟପକ୍ଷରେ ମହାମାରୀ କରୋନା କାରଣରୁ ଗତ ୩ ବର୍ଷ ଏହି ଦିବସ ପାଳନ ପାଇଁ କଟକଣା ରହିଥିଲା। ଚଳିତବର୍ଷ କୋହଳ ହୋଇଛି ଏବଂ ନିର୍ବାଚିତ ପରିଷଦ ଗଠନ ହୋଇଛି। ଗଞ୍ଜାମ ଜିଲାରେ ବ୍ରହ୍ମପୁର ମହାନଗର ନିଗମ ଓ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଏବଂ ଆଉ ୧୬ ଏନ୍‌ଏସି ରହିଛି। ସ୍ବାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ସବୁ ପୌରସଂସ୍ଥାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗୁରୁବାରଠାରୁ ସପ୍ତାହେ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ଅନ୍ୟପକ୍ଷରେ ଦୀର୍ଘବର୍ଷର ଦାବି ବହୁ ପୁରାତନ ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବାରେ ସରକାର ଅଣଦେଖା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ଼, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ଏବଂ ବର୍ତ୍ତମାନର ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପାତ୍ରପୁରକୁ ଏନଏସି ଘୋଷଣା କରାଯାଇ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମସ୍ତ ଭିତ୍ତିଭୂମି ଥିବାରୁ ସ୍ବାୟତ୍ତ ଶାସନ ଦିବସ ପୂର୍ବରୁ ରାଜ୍ୟ ସରକାର ୩ ମ୍ୟୁନିସିପାଲିଟି ଓ ୩ ନୂଆ ଏନଏସି ଘୋଷଣା କରିବାକୁ ସଚେତନ ମହଲରୁ ଗୁରୁତ୍ୱ ଦିଆଯାଇଛି।

ତଥ୍ୟ ଅନୁସାରେ ଦୀର୍ଘ ବର୍ଷ ପରେ ଗଞ୍ଜାମ ଜିଲାରୁ ଚିକିଟି ବିଧାୟିକା ଉଷା ଦେବୀ ନଗର ଉନ୍ନୟନ ବିଭାଗର କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ୯୦ ଦଶକର ଶେଷ ବେଳକୁ ମୁଖ୍ୟମନ୍ତ୍ରୀ ହୋଇଥିବା ଗିରିଧର ଗମାଙ୍ଗଙ୍କ କଂଗ୍ରେସ ସରକାର ବେଳେ ଆସିକା ବିଧାୟିକା ଉଷାରାଣୀ ପଣ୍ଡା ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ସେ ସ୍ବଳ୍ପ କାଳ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ୭୦ ଦଶକରେ ନନ୍ଦିନୀ ଶତପଥୀଙ୍କ କଂଗ୍ରେସ ସରକାରରେ ଗୋପାଳପୁର ବିଧାୟକ ପଦ୍ମଶ୍ରୀ ମୋହନ ନାୟକ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଥିଲେ। ଗଞ୍ଜାମ ଜିଲାରୁ ନଗର ଉନ୍ନୟନ ମନ୍ତ୍ରୀ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା। କଂଗ୍ରେସ ଶାସନରେ ମନ୍ତ୍ରୀ ହୋଇଥିବା ମୋହନ ନାୟକ ଓ ଉଷାରାଣୀ ପଣ୍ଡା ଆରପାରିକୁ ଚାଲିଯାଇଛନ୍ତି। ବିଜେଡିରୁ ୬ ଥର ବିଧାୟିକା ହୋଇଥିବା ଉଷା ଦେବୀ ୨୦୦୯ ରୁ ୨୦୧୯ ମଧ୍ୟରେ ଏକାଧିକଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇ ବିଭିନ୍ନ ବିଭାଗ ସମ୍ଭାଳିଥିବା ନଜିର ଅଛି। ଏବେ ତାଙ୍କୁ ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ଦାୟିତ୍ୱ ମିଳିଛି।

ଆନ୍ଧ୍ର ସୀମାନ୍ତ ତଥା ଉପାନ୍ତ ଇଲାକା ବହୁଳ ଚିକିଟି ନିର୍ବାଚନ ମଣ୍ଡଳୀର ମିନି ସହର ପାତ୍ରପୁରକୁ ଏନଏସି ମାନ୍ୟତା ଦେବାକୁ ସମସ୍ତ ଭିତ୍ତିଭୂମି ରହିଛି। ତେଣୁ ବିଭାଗୀୟ ମନ୍ତ୍ରୀ ଏହାକୁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ସ୍ବାୟତ୍ତ ଶାସନ ଦିବସ ପୂର୍ବରୁ ନଚେତ୍‌ ଆସନ୍ତା ୩୧ ତାରିଖରେ ପାତ୍ରପୁର ସମେତ କୁକୁଡ଼ାଖଣ୍ଡି ଓ ଶେରଗଡ଼କୁ ଏନଏସି ଘୋଷଣା ଏବଂ ଭଞ୍ଜନଗର, ଆସିକା ଓ ଛତ୍ରପୁରକୁ ପୌରପାଳିକା ସଂସ୍ଥା ତଥା ମ୍ୟୁନିସିପାଲିଟି ଘୋଷଣା କରାଯିବାକୁ ମତ ପ୍ରକାଶ ପାଇଛି। ମନ୍ତ୍ରୀ କ’ଣ ପଦକ୍ଷେପ ନେବେ ସେଥିପାଇଁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri