କୋଭିଡ୍‌ ହସ୍ପିଟାଲକୁ ଗଞ୍ଜାମ ଜିଲାପାଳଙ୍କ ଅଚାନକ ଗସ୍ତ: ପରିଦର୍ଶନ ପରେ କହିଲେ ‘ଏମ୍‌କେସିଜିରେ ଅକ୍ସିଜେନ ଅଭାବ ଖବର ମିଥ୍ୟା’

ଛତ୍ରପୁର,୨୪।୪(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ। ପିପିଇ କିଟ୍‌ ପିନ୍ଧି ଜିଲାପାଳ ଉକ୍ତ କୋଭିଡ୍‌ ହସ୍ପିଟାଲ ମଧ୍ୟକୁ ପ୍ରବେଶ କରି ୱାର୍ଡକୁ ୱାର୍ଡ ବୁଲି ରୋଗୀଙ୍କ ବିଷୟରେ ପଚାରି ବୁଝିଥିଲେ। ଏହି ସମୟରେ ତାଙ୍କ ସହ ଡାକ୍ତର ମାନେ ଉପସ୍ଥିତ ଥିବା ସୂଚନା ମିଳିଛି।

ତେବେ ଗସ୍ତ ସମୟରେ ଜିଲାପାଳ କିଛି ରୋଗୀ ଅକ୍ସିଜେନ୍‌ ନେଉଥିବା ତ ଆଉ କିଏ ଶଯ୍ୟାରେ ବସିଥିବା ଦେଖିବାକୁ ପାଇଥିଲେ। ଏପରିକି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ଯୁବକ ଶଯ୍ୟାରେ ବସି ନିଜର ‘ସିଏ’ ପରୀକ୍ଷା ଲାଗି ପାଠ ପଢୁଥିବା ଜିଲାପାଳ ଦେଖିବାକୁ ପାଇଥିଲେ। ଏହି ପରିଦର୍ଶନ ଓ ରୋଗୀଙ୍କ ସହ ଆଲୋଚନା ବେଳର ଫଟୋ ସହ ଏସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ କରୋନା ରୋଗୀଙ୍କୁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଜିଲାପାଳ ପଚାରି ବୁଝୁଥିବା ବେଳର ଏକ ଭିଡିଓ ମଧ୍ୟ ଗଣମାଧ୍ୟମକୁ ଏଠାରେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି।

ଜିଲାପାଳ କୁଲାଙ୍ଗେ କରୋନା ରେ ଆକ୍ରାନ୍ତ ହୋଇ ଚିକିସତ୍ିତ ହେଉଥିବା ରୋଗୀଙ୍କୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତର ନିୟମିତି ଆସୁଛନ୍ତି କି ନାହିଁ, ଖାଇବା କିଭଳିି ମିଳୁଛି ଏବଂ ପରିମଳ ଓ ସଫେଇ ବ୍ୟବସ୍ଥା କଣ ଅଛି ପଚାରି ବୁଝୁଥିବା ଉକ୍ତ ଭିଡିଓରୁ ଜଣାପଡିଛି । ରୋଗୀମାନେ ସବୁଥିରେ ସନ୍ତୋଷ ବ୍ୟକ୍ତ କରିଥିବା ଜିଲାପାଳ କହିଛନ୍ତି ା ଏଥିସହ ସେଠାରେ କୌଣସି ଅକ୍ସିଜେନ୍‌ ସମସ୍ୟା ନଥିବା ଜିଲାପାଳ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ୱରର ଜଣେ ଏକ ନିର୍ଦ୍ଧିଷ୍ଟ ଦଳର ନେତା ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲରେ ଅକ୍ସିଜେନ୍‌ ଯୋଗାଣ ଠିକ୍‌ ନ ଥିବା ନେଇ ମୁ୍ଯଯମନ୍ତ୍ରୀଙ୍କୁ ଟୁଇଟ୍‌ କରିଥିଲେ। ଏପରିକି ପରେ କେତେକ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଥିଲା। ଏହା ଏକ ଗୁଜବ ଓ ମିଥ୍ୟା ଖବର। ମୁଁ ନିଜେ ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲକୁ ପରିଦର୍ଶନରେ ଯାଇ ଯାଞ୍ଚ କରିଛି ବୋଲି ଜିଲାପାଳ ଟୁଇଟ୍‌ ମାଧ୍ୟମରେ ଉତ୍ତର ଦେଇଛନ୍ତି। ଆମ୍ଭେ ଅକ୍ସିଜେନ୍‌ ଯୋଗାଣର ମନିଟରିଂ କରୁଛୁ ବୋଲି ଜିଲାପାଳ ଜଣାଇଛନ୍ତି। ଆମ ପାଖରେ ପଯ୍ୟାପ୍ତ ଅକ୍ସିଜେନ୍‌ ରହିଛି। ଠିକ୍‌ ସମୟରେ ସପ୍ଲାଏ ଚେନ୍‌ ମନିଟର କରୁଛୁ ବୋଲି ଜିଲାପାଳ ଆଉ ଏକ ଟୁଇଟ୍‌ କରିବା ସହ ଗଣମାଧ୍ୟମକୁ ସେ ଏସମ୍ପର୍କରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri