ଗଞ୍ଜାମରେ ଦୁର୍ଘଟଣାଜନିତ ମୃତ୍ୟୁ ଥମୁନି

ଛତ୍ରପୁର,୧ା୭(ସନ୍ତୋଷ ପାଢୀ): ରାଜ୍ୟରେ ଗଞ୍ଜାମ ଜିଲାରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଛି। କିଛିବର୍ଷ ହେଲା ଏଥିଜନିତ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବା ଦେଖିବାକୁ ମିଳୁଛି ା ଏନେଇ ସୁପ୍ରିମକୋର୍ଟ ସଡକ ସୁରକ୍ଷା କମିଟି ଓ ରାଜ୍ୟ ସଡକ ସୁରକ୍ଷା କମିଟି ଚିନ୍ତା ପ୍ରକଟ କରିଛନ୍ତି ା ଦୁର୍ଘଟଣା କିଭଳି କମିପାରିବ ସେ ନେଇ ଗଞ୍ଜାମ ଜିଲାସ୍ତରରେ ସଡକ ସୁରକ୍ଷା କମିଟି ବୈଠକ ପ୍ରତି ମାସରେ ଅନୁଷ୍ଠିତ ହେଉଛି ା ଏହିକ୍ରମରେ ସଡକ ସୁରକ୍ଷା କମିଟି ବୈଠକ ଭିସିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ା ସୁପ୍ରିମକୋର୍ଟ ସଡକ ସୁରକ୍ଷା କମିଟିଙ୍କ ନିର୍ଦ୍ଦେଶ ଅନୁସାରେ ସଡକ ଦୁର୍ଘଟଣା ସହ ଏଥିରେ ମୃତ୍ୟୁ ସଂଖ୍ୟା କିଭଳି କମାଯାଇ ପାରିବ ସେ ନେଇ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବ ବୈଠକଗୁଡିକରେ କମିଟିର ଅଧ୍ୟକ୍ଷ ତଥା ଜିଲାପାଳ ଓ କମିଟି ସଦସ୍ୟମାନେ ଯେଉଁସବୁ ପରାମର୍ଶ କିମ୍ବା ନିର୍ଦ୍ଦେଶ ଦେଉଛନ୍ତି ତାହା କାର୍ଯ୍ୟକାରୀ ହେଉ ନ ଥିବା ଜଣାପଡିଛି ା
ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଅଞ୍ଚଳ ମରଣଯନ୍ତା ପାଲଟିଛି। ସେଠାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ା ଉକ୍ତ ଅଞ୍ଚଳରେ ୨ଟି ରାସ୍ତା ଏନଏଚଏଆଇ ଓ ଗୋଟିଏ ପିଡବ୍ଲ୍ୟୁଡି ରାସ୍ତା ରହିଛି ା ଏଥିରେ ଏନଏଚଏଆଇ ବିଶେଷ ବାଧକ ସାଜୁଥିବା ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡିଥିଲା ା ସୁପ୍ରିମକୋର୍ଟ ସଡକ ସୁରକ୍ଷା କମିଟି ଗତ ଫେବୃୟାରୀରେ ଗଞ୍ଜାମ ଜିଲା ଗସ୍ତରେ ଆସି କେଉଁଠି ଦୁର୍ଘଟଣା ଘଟୁଛି ତାହାର ଅନୁଧ୍ୟାନ କରିବା ସହ ପ୍ରତିକାର ପାଇଁ ପରାମର୍ଶ ଦେଇଥିଲେ ା ଆସନ୍ତା ଅଗଷ୍ଟ ମାସରେ ପୁଣି ଉକ୍ତ କମିଟି ଆସିବେ ା କ’ଣ ସବୁ ପଦକ୍ଷେପ ନିଆଯାଇଛି ତା’ ଉପରେ ରିପୋର୍ଟ ଦେବାକୁୂ ଗଞ୍ଜାମ ଓ ବ୍ରହ୍ମପୁର ଏସ୍‌ପି ଏବଂ ଗଞ୍ଜାମ, ଭଞ୍ଜନଗର ଆରଟିଓଙ୍କୁ ରିପୋର୍ଟ ଦାଖଲ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏନଏଚ୍‌ରେ କେଉଁ ସ୍ଥାନରେ କିଭଳି ଦୁର୍ଘଟଣା ବୃଦ୍ଧି ପାଉଛି ସେ ସମ୍ପର୍କରେ ଦୁଇ ଏସ୍‌ପି ପୃଥକ ଟିମ୍‌ ଗଠନ କରି ଅନୁଧ୍ୟାନ କରିବା ସହ ବୈଠକରେ ରିପୋର୍ଟ ଉପସ୍ଥାପନ କରିଥିଲେ ା ଛତ୍ରପୁର ବାଇପାସ୍‌ ଏନଏଚ୍‌ରେ ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ଲାଗି ଟେଣ୍ଡର ସରିଛି । ଆସନ୍ତା ଅକ୍ଟୋବରରୁ ଏହାର କାମ ଆରମ୍ଭ ହେବ ା ଏହି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବାକୁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତପ୍ତପାଣି ଘାଟି ଓ ସାନଘାଟିରେ ଦୁର୍ଘଟଣା ବଢୁଥିବାରୁ ଠିକ୍‌ ସ୍ଥାନରେ ସାଇନେଜ୍‌, ଲାଇଟ୍‌ ଲଗାଇବା ସହ ନିର୍ମାଣ ଜନିତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମେଡିକାଲରେ ଟ୍ରମା କେୟାର ସେଣ୍ଟର ଥିବା ବେଳେ ଖଲ୍ଲିକୋଟ ଓ ଭଞ୍ଜନଗର ଠାରେ ଆଉ ଗୋଟିଏ ଲେଖାଏ ଟ୍ରମା କେୟାର ସେଣ୍ଟର ଖୋଲିବା ନେଇ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ା ସେହିପରି ଜିଲାରେ ୧୦୮ ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ନିଷ୍ପତ୍ତିି ହୋଇଛି ା ଗଞ୍ଜାମ ଏସପିଙ୍କ ଅଞ୍ଚଳରେ ଗତବର୍ଷ ୨୪୯ଟି ଦୁର୍ଘଟଣା ଘଟିବା ସହ ୧୨୮ ଜଣଙ୍କ ଜୀବନ ଯାଇଥିଲା ା ଚଳିତବର୍ଷ ୨୩୪ଟି ଦୁର୍ଘଟଣା ଘଟିବା ସହ ଏଥିରେ ୧୨୧ ଜୀବନ ଯାଇଥିବା ସୂଚନା ଦିଆଯାଇଛି ା ବିଭିନ୍ନ ଥାନା ଅଂଚଳରେ ଟ୍ରାଫିକ୍‌ ନିୟମ ସଚେତନତା ବୈଠକକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ା ହେଲମେଟ୍‌, ସିଟ୍‌ ବେଲ୍ଟ ଯାଞ୍ଚ ସହ ଡ୍ରିଙ୍କ ଓ ଡ୍ରାଇଭିଂ ଏନଫୋର୍ସମେଣ୍ଟକୁ କଡାକଡି କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ା ବୈଠକରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍‌, ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁୂ, ଭଞ୍ଜନଗର ଆରଟିଓ ଶୁଭେନ୍ଦୁ ରାୟ, ଗଞ୍ଜାମ ଏମଭିଆଇ ରବୀନ୍ଦ୍ର ନାଥ ଜେନା, ଏନଏଚଏଆଇ ପିଡିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri