Posted inଫୁରସତ

କଟାମୁଣ୍ଡରେ ୧୮ ମାସ ବଞ୍ଚିଲା ଗଞ୍ଜା

ମଣିଷ ହୁଅନ୍ତୁ କିମ୍ବା ପଶୁପକ୍ଷୀ। ଭାବିଲେ କାହାର ମୁଣ୍ଡ କଟିଗଲେ ସେ ଦୀର୍ଘଦିନ ଧରି ବଞ୍ଚି ରହିପାରେ କି? ମାତ୍ର ଏକ ଗଞ୍ଜା ସହିତ ଏପରି ଘଟିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମାଂସ ବିକ୍ରି କରିବା ପାଇଁ ମାଲିକ ଗଞ୍ଜାକୁ ହତ୍ୟା କରିଥିଲେ, କିନ୍ତୁ ଏହା ବିନା ମୁଣ୍ଡରେ ଜୀବନ୍ତ ରହିଲା। ଏହା ଶୁଣିବା ଏକ ଚମତ୍କାରଠାରୁ କମ୍‌ ନୁହେଁ।

bizarre death, chicken that lived for 18 months without head, chicken that lived without head, headless chicken lived 18 months, headless rooster lived for 18 months, rooster survived without head, rooster without head became famous

ଯେଉଁମାନେ ମାଂସ ଖାଇବାକୁ ଭଲ ପାଆନ୍ତି, ଆଜି ଆମେ ସେମାନଙ୍କୁ ଏକ ଗଞ୍ଜାର କାହାଣୀ କହିବୁ; ଯାହାକୁ ମାଂସ ପାଇଁ ହତ୍ୟା କରାଯାଇଥିଲା। କିନ୍ତୁ ଏହା ସହିତ ଯାହା ଘଟିଲା, ତାହା ଏକ ଚମତ୍କାର ହୋଇଗଲା। ଗଞ୍ଜାର ମୁଣ୍ଡ କଟାଯାଇଥିଲେ ମଧ୍ୟ ଏହା ମରି ନ ଥିଲା। ଏପରିକି ଏହାର ମାଲିକ ମଧ୍ୟ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହା କାହାଣୀ ନୁହେଁ, ସତ ଘଟଣା।

ରିପୋର୍ଟ ଅନୁଯାୟୀ, ଏହି ମାମଲା ଆମେରିକାର କଲରାଡୋରୁ ଆସିଛି। ଯେଉଁଠାରେ ଲୟଡ଼ ଓଲସେନ ଏବଂ କ୍ଲାରା ନାମକ ଦମ୍ପତି ରହୁଥିଲେ। ଥରେ ସେ ମାଂସ ପାଇଁ ସମୁଦାୟ ୫୦ଟି କୁକୁଡ଼ା ମାରିଦେଲେ କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ଗଞ୍ଜା ଜୀବିତ ଏବଂ ସକ୍ରିୟ ଥିବା ଦେଖି ଦମ୍ପତି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଏହି ମୁଣ୍ଡବିହୀନ କୁକୁଡ଼ାକୁ ରାତିସାରା ଏକ ଆପଲ ବାକ୍ସରେ ରଖିଥିଲେ। ସେମାନେ ଭାବିଲେ ଯେ, କମ୍‌ ସମୟ ମଧ୍ୟରେ ସେ ନିଶ୍ଚିତ ଭାବରେ ମରିଯିବ। ତା’ ପରଦିନ ଯେତେବେଳେ ସେମାନେ ବାକ୍ସ ଖୋଲିଲେ ଗଞ୍ଜାଟି ଜୀବିତ ଥିଲା।

ସବୁଠାରୁ କୌତୂହଳର ବିଷୟ ହେଉଛି, ସେ କେବଳ ୨-୪ ସପ୍ତାହ ନୁହେଁ ବରଂ ମୋଟ୍‌ ୧୮ ମାସ ପର୍ଯ୍ୟନ୍ତ ମୁଣ୍ଡ ବିନା ବଞ୍ଚିଥିଲା। ଜଣେ ବ୍ୟକ୍ତି ଏହାକୁ ଦେଖିବା ପାଇଁ ୩୦୦ ମାଇଲରୁ ଆସିଥିଲେ ଏବଂ ସେ ଏହ ଗଞ୍ଜା ଉପରେ ଏକ ସ୍ଲାଇଡ୍‌ ଶୋ’ ତିଆରି କରି ମଧ୍ୟ ଟଙ୍କା ରୋଜଗାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri