ପୁରୀ ଜେଲରେ ଗ୍ୟାଙ୍ଗ୍‌ଓ୍ବାର

ପୁରୀ ଅଫିସ,୩୦।୮:ପୁରୀ ଜେଲରେ ସୋମବାର ଗ୍ୟାଙ୍ଗଓ୍ବାର ଘଟିଛି। ଏହି ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ ଧୀରେନ୍ଦ୍ର ବରାଳ ଓରଫ ପପୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କର ପ୍ରତିପକ୍ଷ ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ପପୁଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ କଟକସ୍ଥିତ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ପପୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ ବୋଲି ଜେଲ କର୍ତ୍ତୃପକ୍ଷ କହୁଥିବାବେଳେ ତାଙ୍କୁ ହତ୍ୟା କରିବାକୁ ପୋଲିସ ଷଡ଼ଯନ୍ତ୍ର ରଚିଥିବା ନେଇ ସ୍ତ୍ରୀ ମଞ୍ଜୁ ବରାଳ ଅଭିଯୋଗ ଆଣିଛନ୍ତି।
କହିଛନ୍ତି, ସୋମବାର ସକାଳେ ସେ ଜେଲ ଭିତରେ ବସି ଚା’ ପିଉଥିବା ବେଳେ ତାଙ୍କୁ ଏକ ଧାରୁଆ ଚାମଚରେ ଆକ୍ରମଣ କରାଯାଇଥିଲା। ସୌଭାଗ୍ୟବଶତଃ ସେହି ସମୟରେ ତାଙ୍କୁ ଅନ୍ୟ କେହି ଡ଼ାକିଦେବାରୁ ସେ ବେକ ବୁଲାଇ ଦେଇଥିଲେ। ଫଳରେ ଚାମଚଟି ଡାହାଣପଟ ବେକର କିଛି ଅଂଶରେ ଘଷିହୋଇଯାଇଥିଲା। ଏଥିରେ ବେକର କିଛି ଅଂଶ କଟିଯାଇଛି। ତେବେ ଆକ୍ରମଣକାରୀଙ୍କ ନାମ ପପୁ ଜାଣି ନ ଥିଲେ ମଧ୍ୟ ଘର କଣାସ ଅଞ୍ଚଳରେ ବୋଲି କହିଛନ୍ତି। ଏକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁରୀ ଅଠରନଳାର ଦେବୁଲାଙ୍କ ସହଯୋଗୀ ଭାବେ ସେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ପପୁ ବହୁ ଦାଦାବଟି ସମେତ ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତ ରହିଛନ୍ତି। ଅନ୍ୟପକ୍ଷରେ ପପୁଙ୍କ ସ୍ତ୍ରୀ ମଞ୍ଜୁ ଏ ନେଇ ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡାଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ମଞ୍ଜୁ ଅଭିଯୋଗ କରିଛନ୍ତି ଯେ, ଗତ ୨୩ ତାରିଖଠାରୁ ବିଚାରାଧୀନ କଏଦୀ ଭାବେ ପପୁ ପୁରୀ ଜେଲ୍‌ରେ ରହିଛନ୍ତି। ପୋଲିସ ପ୍ରଶାସନ ଓ ଆପରାଧିକ ଗୋଷ୍ଠୀ ମିଳିତ ଭାବେ ପପୁଙ୍କୁ ମାରିଦେବା ଯୋଜନା କରୁଥିବା ଖବର ମିଳୁଥିଲା। ଏବେ ଏହା ସତ୍ୟ ପ୍ରମାଣିତ ହୋଇଛି। ପପୁଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଗଲା। ଫଳରେ ସେ ଏବେ ଗୁରୁତର ଅଛନ୍ତି। ଜେଲ ଭିତରେ ତାଙ୍କୁ ଯଦି ଆକ୍ରମଣ କରାଯାଇପାରୁଛି, ତେବେ ସେ କେଉଁଠାରେ ସୁରକ୍ଷିତ ରହିପାରିବେ ବୋଲି ମଞ୍ଜୁ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପପୁଙ୍କ ନାମରେ କେହି ଅଭିଯୋଗ କରି ନ ଥିଲେ ମଧ୍ୟ ପୋଲିସ ବିନା କାରଣରେ ତାଙ୍କୁ ଉଠାଇ ନେଇଥିଲା। ପରିବାର ଲୋକେ ବାରମ୍ବାର ଏତଲାକାରୀଙ୍କ ନାମ ପଚାରିଥିଲେ ମଧ୍ୟ ପୋଲିସ ଚୁପ୍‌ ରହିଥିଲା। ଏବେ ପପୁଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଦେବା ପାଇଁ ମଞ୍ଜୁ ଦାବି କରିଛନ୍ତି। ଅତିରିକ୍ତ ଜେଲର ମନୋଜ କୁମାର ସୂତାର କହିଛନ୍ତି, ପପୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବାବେଳେ ଏଭଳି ଘଟିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ଅପରପକ୍ଷେ ଜେଲ୍‌ରେ ପପୁଙ୍କୁ ଜଣେ କଏଦୀ ଆକ୍ରମଣ କରିଥିବା କୁହାଯାଉଛି। ଜେଲରେ କିଛି ଦିନ ହେବ ଉତ୍ତେଜନାପୂର୍ଣ୍ଣ ମାହୋଲ ରହିଥିଲା। ଏହି ଆକ୍ରମଣ ଘଟଣା ପରେ ଜେଲ ଭିତର ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଥିବା ଅନୁମାନ କରାଯାଉଛି। ଉଲ୍ଲେଖ ଥାଉ କି, ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପପୁଙ୍କୁ ଭେଟିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପୋଲିସ ଛାଡ଼ି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri