Posted inଖେଳ

ମ୍ୟାଚ୍‌ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍‌ରେ ଭର୍ତ୍ତି କରିଦେଇଥିଲେ ପାଣି

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍‌ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ ଜଡ଼ିତ କିଛି ମଜାଦାର କଥା ସୌରଭ ଏକାଧିକ ଥର ଅନ୍ୟକୁ ଜଣାଇଛନ୍ତି। ଉପରକୁ ସରଳ ଏବଂ ସଭ୍ୟ ଜଣାପଡ଼ୁଥିବା ସଚିନ ବାସ୍ତବରେ କେତେ ଦୁଷ୍ଟ ଥିଲେ ତାହା ଏକ ସାକ୍ଷାତକାରରେ ସେ କହିଥିଲେ। ଏକଦା ସଚିନ ତାଙ୍କ କୋଠରୀରେ ପାଣି ଭର୍ତ୍ତି କରିଦେଇଥିଲେ। ଏପରିକି ମ୍ୟାଚ୍‌ ହାରିବା ପରେ କାନ୍ଦିଥିବା ସୌରଭ କହିଥିଲେ।

ସାମ୍ବାଦିକ ସୌରଭ କପୁର ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଗାଙ୍ଗୁଲୀଙ୍କ ସାକ୍ଷାତକାରର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ଗାଙ୍ଗୁଲୀ କହିଥିଲେ, ସେତେବେଳେ ମୁଁ ୧୪ ବର୍ଷର ଥିଲି। ଇନ୍ଦୋରରେ ଜାତୀୟସ୍ତରର କ୍ୟାମ୍ପ ଥିଲା। ବାସୁ ସାର୍‌ ସମସ୍ତଙ୍କୁ ବହୁତ ଦୌଡ଼ାନ୍ତି। ଆମେ ଥକି ଯାଇଥିଲୁ। ମୁଁ ଅପରାହ୍ନରେ ଶୋଇଯାଇଥିଲି। ରବିବାର ଛୁଟି ଥିଲା। ମୁଁ ଓ ମୋ ବନ୍ଧୁ ଶୋଇଥିଲୁ। ୫ଟାରେ ନିଦ ଖୋଲିବା ପରେ ପୁରା କୋଠରୀରେ ପାଣି ଭର୍ତ୍ତି ହୋଇଯାଇଥିବା ଦେଖିବାକୁ ପାଇଥିଲୁ। ସୁଟ୍‌କେସ୍‌ ଓ ଚପଲ ଆଦି ପାଣିରେ ଭାସୁଥିଲେ। ଆମକୁ ପାଇପ୍‌ ଫାଟିଯାଇଥିବା ଭଳି ଲାଗିଥିଲା। ହେଲେ ବାଥରୁମ୍‌ ଶୁଖିଲା ଥିଲା। କବାଟ ଖୋଲିବା ପରେ ସଚିନ ଏବଂ ବିନୋଦ କାମ୍ପଲୀ ଫାଟକ ପାଖରେ ଛିଡ଼ା ହୋଇଥିବା ଦେଖିଥିଲି। ଟେନିସ ଖେଳିବାକୁ ଚାଲ ବୋଲି ସେମାନେ କହିଥିଲେ। କବାଟ କାହିଁକି ଠକ୍‌ଠକ୍‌ କଲନାହିଁ ବୋଲି ମୁଁ ପଚାରିଥିଲି। ପରେ ସାରା ଘଟଣା ସ୍ପଷ୍ଟ ହୋଇଥିଲା।

୧୯୯୬-୯୭ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଭାରତ ହାରି ଯାଇଥିଲା। ୧୨୦ ରନ୍‌ ଆମେ କରିପାରି ନ ଥିଲୁ। ହାରିବା ପରେ ସଚିନ ରାଗିଯାଇଥିଲେ। ମୁଁ ପ୍ରଥମ ଥର ସଚିନଙ୍କୁ ଡ୍ରେସିଂ ରୁମ୍‌ରେ କାନ୍ଦିବା ଦେଖିଥିଲି। ପରେ ସବୁତକ ରାଗ ସେ ମୋ ଉପରେ ଶୁଝାଇଥିଲେ। ରନ୍‌ କରିବାକୁ ଚାହୁଁଛ ଯଦି କାଲିଠାରୁ ମୋ ସହ ଦୌଡ଼। ମୋ ସହ ଟିମ୍‌ରେ ରହିବାକୁ ଚାହୁଁଥିଲେ ଏପରି କରିବାକୁ ପଡ଼ିବ। ଅଧିନାୟକଙ୍କୁ ରାଗ ଲାଗିବା ଠିକ୍‌ ବୋଲି ଗାଙ୍ଗୁଲିଙ୍କୁ ସଚିନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri