Posted inଖେଳ

ଏହି କ୍ରିକେଟର୍‌ଙ୍କ ଯୋଗୁ ସର୍ବସାଧାରଣରେ ଶର୍ଟ ଖୋଲିଦେଇଥିଲେ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ଆଜି ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରୟାଗରାଜ (ତତ୍କାଳୀନ ଆହ୍ଲାବାଦ) ରେ ଜନ୍ମଗ୍ରହଣ କରିଥିବା କୈଫ ମେୱାଲାଲ ଅଯୋଧ୍ୟା ପ୍ରସାଦ ଇଣ୍ଡରମିଡିୟଡ କଲେଜ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହା ପରେ ସେ କ୍ରିକେଟ ଦୁନିଆରେ ପାଦ ଦେଇଥିଲେ। ପିଲାଦିନରୁ ତାଙ୍କ ମନ କ୍ରିକେଟରେ ଥିଲା ଏବଂ ସେ ପ୍ରୟାଗରାଜରୁ କାନପୁରକୁ ଚାଲିଗଲେ। ଏଠାରେ ସେ ଗ୍ରୀନ ପାର୍କ ଷ୍ଟାଡିୟମର ହଷ୍ଟେଲରେ ରହିବାକୁ ଲାଗିଲେ। ଏଠାରୁ ତାଙ୍କର ଯାତ୍ରା ଆରମ୍ଭ ହୋଇ ଭାରତୀୟ କ୍ରିକେଟ ଦଳରେ ପହଞ୍ଚିଥିଲା। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ଭାରତୀୟ ଅଣ୍ଡର -୧୯ କ୍ରିକେଟ ଦଳରେ ସ୍ଥାନ ମିଳିିଥିଲା। ୨୦୦୦ରେ ଶ୍ରୀଲଙ୍କାରେ ଅଣ୍ଡର -୧୯ ବିଶ୍ୱକପ୍‌ରେ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ଏବଂ ସେ ଏଥିରେ ରେ ଟିମ ଇଣ୍ଡିଆକୁ ବିଶ୍ୱ ଚାମ୍ପିଅନ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେହି ବର୍ଷ ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେ ମାତ୍ର ଦୁଇ ବର୍ଷ ପରେ ଏକଦିବସୀୟ ଦଳର ଅଂଶ ହୋଇଥିଲେ ଏବଂ ୨୦୦୩ ବିଶ୍ୱକପରେ ସେ ଟିମ ଇଣ୍ଡିଆର ପ୍ରତିନିଧିତ୍ୱ କରିଥିଲେ। ସେତେବେଳେ ସେ ଯୁବରାଜ ସିଂଙ୍କ ସହ ଭାରତୀୟ ଦଳର ମଧ୍ୟକ୍ରମର ମେରୁଦଣ୍ଡ ଥିଲେ।
ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ମହମ୍ମଦ କୈଫଙ୍କ ନାମ ଆସିବା ମାତ୍ରେ ଏହାର ପ୍ରଥମ ସ୍ମୃତି ହେଉଛି ଲର୍ଡସ ପଡିଆରେ ଖେଳାଯାଇଥିବା ନାଟଓ୍ବେଷ୍ଟ ଟ୍ରଫି ଫାଇନାଲ କଥା ମନେପଡେ। ୨୦୦୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୈଫ୍‌ଙ୍କ ଯୋଗୁ ସୌରଭ ଗାଙ୍ଗୁଳି ନିଜ ଶର୍ଟ ଖୋଲି ଉତ୍ସବ ପାଳିଥିଲେ। ଇଂଲଣ୍ଡ ବିପକ୍ଷରେ ଖେଳା ଯାଇଥିବା ନାଟୱେଷ୍ଟ ଟ୍ରଫିର ଫାଇନାଲରେ କୈଫଙ୍କ ଇନିଂସ ଭାରତୀୟ କ୍ରିକେଟର ସ୍ମରଣୀୟ ଇନିଂସ ମଧ୍ୟରେ ଗଣାଯାଏ। ଲଡ୍‌ସଙ୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ କୈଫ ଅପରାଜିତ ୮୭ ରନ ଖେଳି ଭାରତକୁ ଏକ ଐତିହାସିକ ବିଜୟ ପ୍ରଦାନ କରିଥିଲେ। ନାଟୱେଷ୍ଟ ଟ୍ରଫିର ଅନ୍ତିମ ମ୍ୟାଚରେ ୩୨୫ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ପକ୍ଷରୁ କୈଫ ଯୁବରାଜ ସିଂଙ୍କ ଷଷ୍ଠ ଉଇକେଟ ପାଇଁ ୧୨୧ ରନ ଭାଗିଦାରୀ କରିଥିଲେ। ଯାହା ଭାରତକୁ ଜିତିବାରେ ସାହାଯ୍ୟ କରିଥିଲେ। ଏହି ବିଜୟ ପରେ ଅଧିନାୟକ ସୌରଭ ଗାଙ୍ଗୁଲି ଲର୍ଡସ ବାଲକୋନୀରେ ଶର୍ଟ ଖୋଲିଦେଇଥିଲେ।
କୈଫ ଭାରତ ପାଇଁ ୧୨୫ଟି ଏକଦିବସୀୟ ଖେଳି ହାରାହାରି ୩୨.୦୧ରେ ୨୭୫୩ ରନ ସ୍କୋର କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୧୧୧ ଥିଲ। କୈଫ ଭାରତ ପାଇଁ ୧୩ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳି ୬୨୪ ରନ ସଂଗ୍ରହ କରିଥିଲେ। ୨୦୦୬ରେ ଦକ୍ଷିଣ ଆଫ୍ରିକା ଗସ୍ତରେ କୈଫ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେ ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲର କୋଚିଂ ଦଳର ଅଂଶବିଶେଷ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା ହ୍ୟାଣ୍ଡବୁକ: ଜିଲାରେ ୨୩୭ ଅଧିକାରୀ ନେଲେ…

ଭଞ୍ଜନଗର,୩ା୭(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଜନଗଣନା ଅବସରରେ ଜିଲା ଜନଗଣନା ପୁସ୍ତିକା ପ୍ରସ୍ତୁତିକୁ ସୂଚାରୁ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ…

ଡ୍ରାଇଭରଙ୍କ ରହସ୍ୟମୟ ନିଖୋଜ ଘଟଣା: ଏ ଥାନାରୁ ସେ ଥାନାକୁ ଦୌଡିଦୌଡି ବଞ୍ଚାଇ ପାରିଲେନି ସ୍ତ୍ରୀ, ଶେଷରେ…

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ଗତ ୯ ଦିନ ହେଲା  ରହସ୍ୟଜନକ ଭାବେ ନିଖୋଜ …

ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ

ଆଳି, ୩।୭ (ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

T20 ବିଶ୍ୱକପ ଫାଇନାଲରେ ପହଞ୍ଚିବା ପରେ ଭାବପ୍ରବଣ ହୋଇଗଲେ ବିଶ୍ୱର ସବୁଠାରୁ ସୁନ୍ଦରୀ କ୍ରିକେଟର

ନୂଆଦିଲ୍ଲୀ,୩।୭: ଚଳିତ ମହିଳା T20 ବିଶ୍ୱକପରେ ଇଂଲଣ୍ଡ ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଗତ ଗୁରୁବାର (ଜୁଲାଇ ୨) ଲଣ୍ଡନର କେନିଂଟନ ଓଭାଲରେ ଇଂଲଣ୍ଡ…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri