Posted inଖେଳ

ଏହି କ୍ରିକେଟର୍‌ଙ୍କ ଯୋଗୁ ସର୍ବସାଧାରଣରେ ଶର୍ଟ ଖୋଲିଦେଇଥିଲେ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ଆଜି ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରୟାଗରାଜ (ତତ୍କାଳୀନ ଆହ୍ଲାବାଦ) ରେ ଜନ୍ମଗ୍ରହଣ କରିଥିବା କୈଫ ମେୱାଲାଲ ଅଯୋଧ୍ୟା ପ୍ରସାଦ ଇଣ୍ଡରମିଡିୟଡ କଲେଜ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହା ପରେ ସେ କ୍ରିକେଟ ଦୁନିଆରେ ପାଦ ଦେଇଥିଲେ। ପିଲାଦିନରୁ ତାଙ୍କ ମନ କ୍ରିକେଟରେ ଥିଲା ଏବଂ ସେ ପ୍ରୟାଗରାଜରୁ କାନପୁରକୁ ଚାଲିଗଲେ। ଏଠାରେ ସେ ଗ୍ରୀନ ପାର୍କ ଷ୍ଟାଡିୟମର ହଷ୍ଟେଲରେ ରହିବାକୁ ଲାଗିଲେ। ଏଠାରୁ ତାଙ୍କର ଯାତ୍ରା ଆରମ୍ଭ ହୋଇ ଭାରତୀୟ କ୍ରିକେଟ ଦଳରେ ପହଞ୍ଚିଥିଲା। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ଭାରତୀୟ ଅଣ୍ଡର -୧୯ କ୍ରିକେଟ ଦଳରେ ସ୍ଥାନ ମିଳିିଥିଲା। ୨୦୦୦ରେ ଶ୍ରୀଲଙ୍କାରେ ଅଣ୍ଡର -୧୯ ବିଶ୍ୱକପ୍‌ରେ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ଏବଂ ସେ ଏଥିରେ ରେ ଟିମ ଇଣ୍ଡିଆକୁ ବିଶ୍ୱ ଚାମ୍ପିଅନ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେହି ବର୍ଷ ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେ ମାତ୍ର ଦୁଇ ବର୍ଷ ପରେ ଏକଦିବସୀୟ ଦଳର ଅଂଶ ହୋଇଥିଲେ ଏବଂ ୨୦୦୩ ବିଶ୍ୱକପରେ ସେ ଟିମ ଇଣ୍ଡିଆର ପ୍ରତିନିଧିତ୍ୱ କରିଥିଲେ। ସେତେବେଳେ ସେ ଯୁବରାଜ ସିଂଙ୍କ ସହ ଭାରତୀୟ ଦଳର ମଧ୍ୟକ୍ରମର ମେରୁଦଣ୍ଡ ଥିଲେ।
ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ମହମ୍ମଦ କୈଫଙ୍କ ନାମ ଆସିବା ମାତ୍ରେ ଏହାର ପ୍ରଥମ ସ୍ମୃତି ହେଉଛି ଲର୍ଡସ ପଡିଆରେ ଖେଳାଯାଇଥିବା ନାଟଓ୍ବେଷ୍ଟ ଟ୍ରଫି ଫାଇନାଲ କଥା ମନେପଡେ। ୨୦୦୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୈଫ୍‌ଙ୍କ ଯୋଗୁ ସୌରଭ ଗାଙ୍ଗୁଳି ନିଜ ଶର୍ଟ ଖୋଲି ଉତ୍ସବ ପାଳିଥିଲେ। ଇଂଲଣ୍ଡ ବିପକ୍ଷରେ ଖେଳା ଯାଇଥିବା ନାଟୱେଷ୍ଟ ଟ୍ରଫିର ଫାଇନାଲରେ କୈଫଙ୍କ ଇନିଂସ ଭାରତୀୟ କ୍ରିକେଟର ସ୍ମରଣୀୟ ଇନିଂସ ମଧ୍ୟରେ ଗଣାଯାଏ। ଲଡ୍‌ସଙ୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ କୈଫ ଅପରାଜିତ ୮୭ ରନ ଖେଳି ଭାରତକୁ ଏକ ଐତିହାସିକ ବିଜୟ ପ୍ରଦାନ କରିଥିଲେ। ନାଟୱେଷ୍ଟ ଟ୍ରଫିର ଅନ୍ତିମ ମ୍ୟାଚରେ ୩୨୫ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ପକ୍ଷରୁ କୈଫ ଯୁବରାଜ ସିଂଙ୍କ ଷଷ୍ଠ ଉଇକେଟ ପାଇଁ ୧୨୧ ରନ ଭାଗିଦାରୀ କରିଥିଲେ। ଯାହା ଭାରତକୁ ଜିତିବାରେ ସାହାଯ୍ୟ କରିଥିଲେ। ଏହି ବିଜୟ ପରେ ଅଧିନାୟକ ସୌରଭ ଗାଙ୍ଗୁଲି ଲର୍ଡସ ବାଲକୋନୀରେ ଶର୍ଟ ଖୋଲିଦେଇଥିଲେ।
କୈଫ ଭାରତ ପାଇଁ ୧୨୫ଟି ଏକଦିବସୀୟ ଖେଳି ହାରାହାରି ୩୨.୦୧ରେ ୨୭୫୩ ରନ ସ୍କୋର କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୧୧୧ ଥିଲ। କୈଫ ଭାରତ ପାଇଁ ୧୩ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳି ୬୨୪ ରନ ସଂଗ୍ରହ କରିଥିଲେ। ୨୦୦୬ରେ ଦକ୍ଷିଣ ଆଫ୍ରିକା ଗସ୍ତରେ କୈଫ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେ ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲର କୋଚିଂ ଦଳର ଅଂଶବିଶେଷ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?