ଝାରପଡ଼ା ଜେଲରେ ଗ୍ୟାଙ୍ଗ୍‌ଷ୍ଟର ରାଜ୍‌

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଜେଲରେ ଚାଲୁଛି ଗ୍ୟାଙ୍ଗଷ୍ଟର୍‌ଙ୍କ ରାଜୁତି। ବାହାରେ ଯେପରି ରାଜ୍‌ କରୁଥିଲେ, ଜେଲ ଭିତରେ ବି ସେମିତି ଚାଲିଛି। ବଡ଼ ବଡ଼ ଅପରାଧୀମାନେ ଗୋଷ୍ଠୀ କରି ସେଥିରେ କଏଦୀଙ୍କୁ ସାମିଲ କରୁଛନ୍ତି। ଗୋଷ୍ଠୀ କରି ଖଟି କରୁଛନ୍ତି, ଆଉ ନିଜର ଦବ୍‌ଦବା ପାଇଁ ମୁହାଁମୁହିଁ ହେଉଛନ୍ତି। ଶୁକ୍ରବାର ଭାଇରାଲ ହୋଇଥିବା ଏକ ଭିଡିଓ ଏକଥା କହୁଛି। ଉକ୍ତ ଭିଡିଓରେ ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଗୋଷ୍ଠୀ ଖଟି କରୁଥିବା ଦେଖିବାକୁ ମିଳୁଛି। ଜେଲ ପରିସର ଏକ ଗଛ ମୂଳ ମଣ୍ଡପରେ ଧଳା ରଙ୍ଗର ଧୋତି ପିନ୍ଧି ଟିଟୋ ଅନ୍ୟ ସାଥୀଙ୍କ ସହ ବସି ଖଟି କରୁଛନ୍ତି। ଅପରାଧର ତରିକା ବିଷୟରେ ଆଲୋଚନା କରୁଛନ୍ତି। ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନ ଥିବାବେଳେ କେହି ବି ମାସ୍କ ପିନ୍ଧିନାହାନ୍ତି। କେହି ଅତି ନିକଟରୁ ଏଭଳି ଭିଡିଓ ଶୁଟ୍‌ କରି ସୋସିଆଲ ମିଡିଆରେ ଛାଡ଼ି ଦେବା ପରେ ଝାରପଡ଼ା ଜେଲର ଗୁମର ପଦାକୁ ଆସିଛି। ତେବେ କଟକଣା ସତ୍ତ୍ୱେ ଜେଲ ଭିତରକୁ ମୋବାଇଲ୍‌ ଫୋନ୍‌ କିପରି ଗଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏହି ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିବା ଜଣାପଡିଛି।
ମିଳିଥିବା ସୂତ୍ର ଅନୁସାରେ, ଟିଟୋ ଓ ତାଙ୍କ ସହଯୋଗୀମାନେ ଏଭଳି ସବୁଦିନ ସେଠାରେ ଖଟି କରିବା ସହ ବାହାରେ ଅପରାଧ ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରନ୍ତି। ଲୁଚାଇ ରଖିଥିବା ମୋବାଇଲ୍‌ ଫୋନ୍‌ ସାହାଯ୍ୟରେ ଅପରାଧ ଘଟାଉଛନ୍ତି। କେତେଜଣ କର୍ମଚାରୀ ଅର୍ଥ ଲୋଭ ଓ ଭୟରେ ମୋବାଇଲ୍‌ ଫୋନ୍‌ ସହ ନିଶା ସାମଗ୍ରୀ ଯୋଗାଇ ଦେଉଛନ୍ତି। ଜେଲ ଭିତରେ ମଧ୍ୟ ଲୁଚାଛପାରେ ଗ୍ୟାଙ୍ଗଷ୍ଟର୍‌ମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ତାହାକୁ ଅପ୍‌ଡେଟ୍‌ ମଧ୍ୟ କରୁଛନ୍ତି। ତେବେ କେଉଁ ଏକ ଗୋଷ୍ଠୀର ମୋବାଇଲ୍‌ ଫୋନ୍‌ରେ ଉକ୍ତ ଭିଡିଓ ଶୁଟ୍‌ ହୋଇଥିବା କୁହାଯାଉଛି। ଏହାସହ ଟିଟୋ ଏବଂ ତାଙ୍କ ସହ ଖଟି କରୁଥିବା ଅନ୍ୟ କଏଦୀ ନିଜ ସେଲ୍‌ରେ ନ ରହି ପଦାକୁ କିଭଳି ଗଲେ? ତାଙ୍କୁ ଖଟି କରିବା ପାଇଁ ଜେଲ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି କି? ଏଭଳି ଅନେକ ପ୍ରଶ୍ନରେ ଏବେ ଜେଲ ବିଭାଗ ଛନ୍ଦି ହୋଇପଡିଛି।
ଏନେଇ ଝାରପଡା ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ୍‌ ଧୀରେନ୍ଦ୍ର ବାରିକ କହିଛନ୍ତି, ଏନେଇ ଲକ୍ଷ୍ମୀସାଗର ଥାନାରେ ଏକ ଅଭିଯୋଗ ଦିଆଯାଇଛି। କିଭଳି ଜେଲ ଭିତରକୁ ମୋବାଇଲ ଗଲା, କିଏ ଏଭଳି ଭିଡିଓ ରେକର୍ଡିଂ କରି ବାହାରକୁ ଛାଡିଲେ ଓ ଏଥିରେ ଜେଲର କେହି କର୍ମଚାରୀ ସାମିଲି ଅଛନ୍ତି କି ନାହିଁ ତାହାର ତଦନ୍ତ ହେବ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri