ଗଣାନାଂ ତ୍ୱାଂ ଗଣପତି…

ଗଣେଶଙ୍କ ବିଗ୍ରହର ଗଜମୁଖ ଭାରତର ଆଦିମ ବାଣୀ ଓଁକାରର ପ୍ରତୀକ, ତେଣୁ ଗଣେଶ ଓଁକାର ସ୍ବରୂପ ପରଂବ୍ରହ୍ମ ଭାବେ ମଧ୍ୟ ପୂଜିତ। ଯଜୁର୍ବେଦରେ ଗଣେଶଙ୍କ ମନ୍ତ୍ର ନିମ୍ନ ଭାବେ ରହିଛି – ”ଗଣାନାଂ ତ୍ୱାଂ ଗଣପତି ହବାମହେ, ପ୍ରିୟାଣାଂ ତ୍ୱାଂ ପ୍ରିୟପତି ହବାମହେ, ନିଧିନାଂ ତ୍ୱାଂ ନିଧିପତିଂ ହବାମହେ, ବସୋର୍ମମ।“ ଓଡ଼ିଆ ଜନଜୀବନ ତଥା ଶିକ୍ଷାୟତନରେ ଗଣେଶ ପୂଜା ବା ଗଣନାଥଙ୍କ ପୂଜା ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ମହାପ୍ରଭୁ ଶ୍ରୀଗଣେଶ କେବଳ ବିଦ୍ୟାଦାତା ନୁହନ୍ତି, ସେ ଧର୍ମଦାତା ଓ ସିଦ୍ଧିଦାତା ଭାବେ ଅଗ୍ରପୂଜ୍ୟର ଆସନ ଗ୍ରହଣ କରିଛନ୍ତି। କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତରେ ଶ୍ରୀଗଣେଶଙ୍କ ପୂଜା ମହାଆଡ଼ମ୍ବର ସହକାରେ ପୂଜା ହୋଇଥାଏ। ଓଡ଼ିଶାର ଶରତ ଋତୁରେ ଶ୍ରୀଗଣେଶ ପୂଜା ହେଉଛି ଅନ୍ୟତମ ପାର୍ବଣ। ଭାଦ୍ରବ ମାସ ପବିତ୍ର ଶୁକ୍ଳ ଚତୁର୍ଥୀଦିନ ଏହି ପୂଜା କରାଯାଇଥାଏ। ସେଦିନ ଛାତ୍ରୀଛାତ୍ରଙ୍କ ଠାରୁ ଅନେକେ ଗଣେଶଙ୍କ ଶ୍ରଦ୍ଧାଳୁ ଉପବାସ କରିବା ସହ ବିଦ୍ୟା, ଧନ ଓ ଶୁଭକାମନା କରି ଶୁଦ୍ଧପୂତ ମନରେ ଗଣପତିଙ୍କ ପୂଜା କରନ୍ତି। ଆମ ଦେଶରେ ସମସ୍ତ ଲୌକିକ ଓ ଧାର୍ମିିକ କର୍ମର ଆରମ୍ଭରେ ଗଣନାଥଙ୍କ ପୂଜା କରାଯାଏ। ‘ଶ୍ରୀଗଣଶାୟ ନମଃ’ ପ୍ରାୟ ସବୁ ଶୁଭକର୍ମର ଆଦ୍ୟ ଉଚ୍ଚାରଣ। ଗଣାନାଂ ପତିଃ ଗଣପତିଃ, ତେଣୁ ମନ୍ତ୍ରରୁ ହିଁ ଜଣାଯାଏ ଯେ, ଗଣେଶ ସର୍ବସାଧାରଣଙ୍କ ଦେବତା। ଗଣପତି ସମୂହବାଚକ ହୋଇଥିବାରୁ ସମଗ୍ର ମାନବ ଜାତିର ସର୍ବସିଦ୍ଧିଦାତା ଭାବେ ସେ ପୂଜ୍ୟ। ପୁରାଣ ଓ ଶାସ୍ତ୍ର ଅନୁଯାୟୀ ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ତାଙ୍କର ଅନ୍ୟ ନାମ ବିଶ୍ଲେଷଣ। ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ। ସେ ଅଶୁଭକୁ ଦୂର କରି ଶୁଭ ଆଣନ୍ତି। ତେଣୁ ତାଙ୍କର ଉଦ୍ଦେଶ୍ୟରେ କୁହାଯାଏ ”ଓଁ ନମୋ ଗଣେଶ ବିଘ୍ନେଶ, ଗିରିଜା ନନ୍ଦ ପ୍ରଭୋ, ମମ ବିଘ୍ନ ବିନାଶୟ, ଗଣାଧିପତୟେ ନମଃ“।
ଓଡ଼ିଶାରେ ଗଣେଶ ପୂଜା ଏକ ବିଶେଷ ମହତ୍ତ୍ୱ ରଖିଛି। ଓଡ଼ିଶାର ପ୍ରାୟ ସବୁ ତୀର୍ଥସ୍ଥଳ ଦେବଦେବୀଙ୍କ ପୀଠ, ଦେବାଳୟ ଓ ମନ୍ଦିରମାନଙ୍କରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ମୂର୍ତ୍ତି ବିରାଜମାନ ହୋଇଥାଏ। ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ର ଶ୍ରୀମନ୍ଦିରରେ ବିରାଟ ଗଣେଶ ମୂର୍ତ୍ତି ସ୍ଥାପିତ ହୋଇଛନ୍ତି। ଇତିହାସ ତଥ୍ୟରୁ ଜଣାଯାଏ ଯେ ଗଜପତି ପୁରୁଷୋତ୍ତମଦେବ କାଞ୍ଚତ୍ ବିଜୟ କରି କାଞ୍ଚତ୍ରାଜାଙ୍କ ଇଷ୍ଟ ଦେବତା ଏହି ଗଣପତି ମୂର୍ତ୍ତି ଆଣି ବିଧି ସହକାରେ ଶ୍ରୀମନ୍ଦିରରେ ଅଧିଷ୍ଠିତ କରାଇଛନ୍ତି। ସେହିପରି ମନ୍ଦିରମାଳିନୀ ସହର ଭାବେ ପରିଚିତ ଭୁବନେଶ୍ୱରରେ ମଧ୍ୟ ବହୁ ଗଣେଶ ବିଗ୍ରହ ରହିଛି। ସମାଜ ମଧ୍ୟରେ ଜ୍ଞାନର ପ୍ରସାର ଓ ବୃଦ୍ଧି ଦିଗରେ ଗଣେଶ ପୂଜାରେ ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ରଖିଥାଏ। ସମସ୍ତେ ଭକ୍ତିଭାବ ପ୍ରଣୋଦିତ ହୋଇ ଶ୍ରୀ ଗଣେଶଙ୍କ କୃପାପ୍ରାପ୍ତି ସହ ସଂସ୍କୃତିର ବିକାଶ ଦିଗରେ କାର୍ଯ୍ୟ କରିଥାନ୍ତି। ଆମ ସାମାଜିକ ପ୍ରଥା ଓ ପରମ୍ପରାରେ ବିନାୟକ ବ୍ରତ ଏକ ମହାନ୍‌ ବ୍ରତ ଭାବେ ପାଳିତ। ଏହି ବ୍ରତରେ ସାଧାରଣ ପୂଜାପୂଜିର ଦ୍ରବ୍ୟ ବ୍ୟତୀତ ମାଳତୀ, ଭୃଙ୍ଗରାଜ, ବିଲ୍ବ, ଶ୍ୱେତଦୁର୍ବା, ବଦରୀ, ଧୁତୁରା, ତୁଳସୀ, ଶମୀ, ବୃହତୀ, କରବୀର, ନିଆଳି, ଅର୍ଜ୍ଜୁନ, ବିଷ୍ଣୁତ୍ରୟ, ଦାଢ଼ିମ୍ବ, ଦେବଦାରୁ, ମରୁପତ୍ର, ଅଶ୍ୱତ୍‌ଥ, ଜାଇ, କେତକୀ, ଅଗସ୍ତିପତ୍ର, ଆମ୍ର, ଖୁର୍ଜର, କଦଳୀ, ନାରିକେଳ, ମୋଦକ ୨୧ଗୋଟି, ଦୁର୍ବା ୨୧ କେରା, ରକ୍ତ ବସ୍ତ୍ର ଓ ଯଜ୍ଞୋପବୀତ ବ୍ୟବହାର କରାଯାଏ। ଓଡ଼ିଶାର ସମସ୍ତ ଶିକ୍ଷାୟତନରେ ବିଦ୍ୟାଦାତା ମହାପ୍ରଭୁ ଶ୍ରୀଗଣେଶଙ୍କ ପୂଜା ହୋଇଥାଏ। କେହି କେହି ନିଜ ପୂଜାଘରେ ମଧ୍ୟ ଶ୍ରୀଗଣେଶଙ୍କ ପୂଜା କରିଥାନ୍ତି। ଏହି ଦିନରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଶ୍ରୀ ଗଣେଶଙ୍କ ପୂଜା ଆଉ କେହି ଖାତା ପୂଜା କରି ବ୍ୟବସାୟର ଉନ୍ନତି ପାଇଁ ମହାପ୍ରଭୁ ଗଣନାଥଙ୍କ ଆଶୀର୍ବାଦ ନେଇଥାନ୍ତି।
ଶ୍ରୀଗଣେଶପୂଜାରେ ଗଣେଶଙ୍କ ପ୍ରିୟ ରାଶିଲଡ଼ୁ, ନଡ଼ିଆ, ମୋଦକ ପ୍ରଭୃତି ନୈବେଦ୍ୟ ସମର୍ପଣ ହୋଇଥାଏ। ଏହି ଜିନିଷର ବିଶେଷକରି ରାଶିର ଔଷଧୀୟ ଗୁଣ ହେଉଛି ଏହା ମସ୍ତିଷ୍କର ସ୍ନାୟୁ ସବଳ କରିଥାଏ, ଯାହା ମେଦାବର୍ଦ୍ଧକ ଭାବେ କାର୍ଯ୍ୟ କରେ। ବିଦ୍ୟାଦାତା, ବିଘ୍ନନାଶକ, ଧନ ଦେବତା, ଗଣପତିଙ୍କ ଜନ୍ମକାହାଣୀ ମଧ୍ୟ ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ପୁରାଣ କାହାଣୀ ଅନୁଯାୟୀ କୈଳାସପତି ଶିବଙ୍କ ପତ୍ନୀ ପାର୍ବତୀ ନିଜ ଅଙ୍ଗରୁ ଗଣପତିଙ୍କୁ ଜନ୍ମ ଦେଇ ନିଜ ଦ୍ୱାରର ରକ୍ଷକ ଭାବେ ଜଗାଇଥିଲେ। ଏହି ସମୟରେ ତପସ୍ୟା ସାରି ମହାପ୍ରଭୁ ଭୋଳାଶଙ୍କର ପାର୍ବତୀଙ୍କୁ ସାକ୍ଷାତ କରିବାକୁ ଆସିବାରୁ ଶ୍ରୀଗଣେଶ ତାଙ୍କ ବାଟ ଛାଡ଼ି ନ ଥିଲେ। ପରବର୍ତ୍ତୀ ସମୟରେ କଥୋପକଥନ ହୋଇ ଦୁଇଜଣଙ୍କ ମଧ୍ୟରେ ମୁହଁାମୁହିଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇ ପ୍ରଥମେ ସ୍ବୟଂ ଶିବଶମ୍ଭୁ ଗଣପତିଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ପରେ ସେ ଯୁଦ୍ଧରେ ବିଜୟୀ ହେଲେ ଓ ଗଣନାଥଙ୍କ ମସ୍ତକ ଛେଦନ କରିଥିଲେ। କିନ୍ତୁ ଶିବ ପାର୍ବତୀଙ୍କ ପାଖରେ ପହଞ୍ଚତ୍ବା ପରେ ସମସ୍ତ ସମ୍ପର୍କ ବିଷୟରେ ଜାଣି ଗଣନାଥଙ୍କ ଛିଣ୍ଡି ଯାଇଥିବା ମସ୍ତିଷ୍କର ଖୋଜା ଚାଲିଲା। ପରିଶେଷରେ ତାହା ନ ମିଳିବାରୁ ଏକ ହସ୍ତୀର ମସ୍ତକ ଛେଦନ କରାଯାଇ ଗଣନାଥଙ୍କ ଶରୀରରେ ଲାଗିଥିଲା ଓ ସଞ୍ଜୀବନୀ ମନ୍ତ୍ରରେ ସେ ଜୀବନ୍ୟାସ ପାଇଥିଲେ। ଶିବଙ୍କ ବର ତାଙ୍କୁ ମିଳିଥିଲା ଯେ, ପ୍ରତ୍ୟେକ ଦେବଦେବୀଙ୍କ ପୂଜା ପୂର୍ବରୁ ତାଙ୍କ ଆରାଧନା କରାଯିବ। ଶ୍ରୀଗଣେଶଙ୍କ ସ୍ତୁତିଟି ହେଉଛି -”ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ। ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା।“ ଓଡ଼ିଶାର ପୁରପଲ୍ଲୀରେ ତେଲି ସମ୍ପ୍ରଦାୟରେ ପ୍ରାୟତଃ ଶ୍ରୀଗଣେଶଙ୍କ ପୂଜା ସାତଦିନ ବା ନଅଦିନ ବ୍ୟାପୀ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥାଏ। ଶ୍ରୀଗଣନାଥଙ୍କ ପୂଜା ଓଡ଼ିଆର ଜନଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ପାର୍ବଣ କହିଲେ ଅତ୍ୟୁକ୍ତି ହେବନାହିଁ।

ଡ. ଅରୁନ୍ଧତୀ ଦେବୀ
ନିର୍ଦ୍ଦେଶିକା-ସମ୍ପାଦିକା, ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ, କଟକ
ମୋ: ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri