ଆସୁଛି ଗଣେଶ ପୂଜା,କିଭଳି ନିଜକୁ ଦେବେ ଫେଷ୍ଟିଭ୍‌ ଲୁକ୍‌

ପୂଜାପାର୍ବଣ ସମୟରେ ଆକର୍ଷଣୀୟ ଲୁକ୍‌ ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। ତେବେ ଏଥିପାଇଁ କିଛି ସିମ୍ପଲ ଟିପ୍ସ ଆପଣେଇଲେ ଫେଷ୍ଟିଭ୍‌ ଲୁକ୍‌ ପାଇପାରିବେ…

* ଶାଢ଼ି : ଅଲ୍‌ ଟାଇମ୍‌ ସୋବର୍‌ ଲୁକ୍‌ ଦେଇଥାଏ ଶାଢ଼ି। ତେଣିକି ସେ ପାର୍ବଣ ଋତୁ ହେଉ ଅବା ବାହାଘର, ବ୍ରତଘରର ଅଥବା କୌଣସି ପାର୍ଟି, ଫଙ୍କଶନ୍‌ର ଆୟୋଜନ ହେଉ, ଶାଢ଼ିକୁ ଟିକେ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ପିନ୍ଧିଦେଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତେଣୁ ଗଣେଶ ପୂଜା ଭଳି ବିଶେଷ ଅବସରରେ ମଧ୍ୟ ଯୁବତୀ ଚାହିଁଲେ ଶାଢ଼ି ସାଙ୍ଗକୁ ଡିଜାଇନ୍‌ର ବ୍ଲାଉଜ୍‌ ପିନ୍ଧି ନିଜକୁ ସୁନ୍ଦର ଲୁକ୍‌ ଦେଇପାରିବେ।

* ସାଲଓ୍ବାର୍‌ କମିଜ୍‌: ଶାଢ଼ି ପରି ସାଲଓ୍ବାର୍‌ କମିଜ୍‌ ବି ଯୁବତୀଙ୍କୁ ସୋବର୍‌ ଲୁକ୍‌ ଦେଇଥାଏ। ପୂଜାପର୍ବ ସମୟରେ ଯେଉଁମାନଙ୍କର ସାଲଓ୍ବାର୍‌ କମିଜ୍‌ ପିନ୍ଧିବା ପସନ୍ଦ, ସେମାନେ ଚାହିଁଲେ ହାଲ୍‌କା ଗୋଲାପୀ, ହାଲ୍‌କା ସୁନେଲି କିମ୍ବା ଧଳା ଓ ନାଲିରଙ୍ଗର କମ୍ବିନେଶନବାଲା ସାଲଓ୍ବାର୍‌ କମିଜ୍‌ ପିନ୍ଧି ନିଜକୁ ଟିକେ ଭିନ୍ନ ଲୁକ୍‌ ଦେଇପାରିବେ।

* ବାନ୍ଧେନୀ ଦୁପଟ୍ଟା: ବାନ୍ଧେନୀ ଦୁପଟ୍ଟା ଦେଖିବାକୁ ଯେମିତି ସୁନ୍ଦର ଲାଗିଥାଏ, ଏହାକୁ କୁର୍ତ୍ତି ଉପରେ ପକାଇ ମଧ୍ୟ ଆକର୍ଷଣୀୟ ଲୁକ୍‌ ପାଇହୁଏ। ମୁଖ୍ୟତଃ ଏହି ଦୁପଟ୍ଟାକୁ ଦେହରେ ପକାଇ ସହଜରେ ଫେଷ୍ଟିଭ୍‌ ଲୁକ୍‌ ପାଇହୁଏ। ବିଶେଷକରି ପ୍ଲେନ୍‌ ସୁଟ୍‌ ଉପରେ ଏହି ଦୁପଟ୍ଟା ପକାଇଲେ ଲୁକ୍‌ ଅଧିକ ସୁନ୍ଦର ଲାଗିଥାଏ।

* କ୍ରପ୍‌ ଟପ୍‌ ଓ ଲେହେଙ୍ଗା: ଅଧିକାଂଶ ଯୁବତୀ ଜିନ୍ସ ସହିତ କ୍ରପ୍‌ ଟପ୍‌ ପିନ୍ଧିବାକୁ ଖୁବ୍‌ ପସନ୍ଦ କରିଥାନ୍ତି। କିନ୍ତୁ ଗଣେଶ ପୂଜା ଭଳି ଅବସରରେ ଜିନ୍ସ ପରିବର୍ତ୍ତେ ଯଦି ଲେହେଙ୍ଗା କିମ୍ବା ଲଙ୍ଗ୍‌ ସ୍କର୍ଟ ସହ ମ୍ୟାଚିଂ କ୍ରପ୍‌ ଟପ୍ସକୁ ପେୟାର୍‌ କରାଯାଏ ତା’ହେଲେ ବି ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।

* ଧୋତି ପ୍ୟାଣ୍ଟ ସହ ଶର୍ଟ କୁର୍ତ୍ତି: ଗଣେଶ ପୂଜା ଅବସରରେ ଯଦି ଯୁବତୀମାନେ ଷ୍ଟାଇଲିଶ୍‌ ଲୁକ୍‌ ଚାହୁଁଥାନ୍ତି, ତା’ହେଲେ ତାଙ୍କ ପାଇଁ ଧୋତି ପ୍ୟାଣ୍ଟ ସହ ଶର୍ଟ କୁର୍ତ୍ତି ଏକ ଭଲ ଅପ୍ସନ ହୋଇପାରିବ। ଏହା ସେମାନଙ୍କୁ ଏକଦମ୍‌ ଡିଫରେଣ୍ଟ ଲୁକ୍‌ ପ୍ରଦାନ କରିବ।

* ଶରାରା ସୁଟ୍‌: ଏହା ହେଉଛି ଏକପ୍ରକାର ଭର୍ସାଟାଇଲ୍‌ ଆଉଟ୍‌ଫିଟ୍‌। ଏହାକୁ ଟିକେ ମଡର୍ନ ଷ୍ଟାଇଲ୍‌ରେ କ୍ୟାରି କରି ପାର୍ଟି ଲୁକ୍‌ ପାଇହେବ। ନଚେତ୍‌ ଟିକେ ଟ୍ରାଡିଶନାଲ୍‌ ଓ୍ବେରେ ପିନ୍ଧି ସୋବର୍‌ ଅଥବା ଫେଷ୍ଟିଭ୍‌ ଲୁକ୍‌ ପାଇପାରିବେ। ଶରାରା ସୁଟ୍‌ ସାଙ୍ଗରେ ଶର୍ଟ କୁର୍ତ୍ତି ଯେମିତି ସୁନ୍ଦର ଲାଗେ ସେମିତି ପେପଲମ୍‌ ଶର୍ଟ କୁର୍ତ୍ତି ମଧ୍ୟ ଭଲ ମ୍ୟାଚ୍‌ କରିଥାଏ। ପୂଜାପାର୍ବଣ ସମୟରେ ଯୁବତୀ ଚାହିଁଲେ ଏହା ଉପରେ ଜ୍ୟାକେଟ୍‌ ପିନ୍ଧି ମଧ୍ୟ ଟିକେ ଭିନ୍ନ ଲୁକ୍‌ ପାଇପାରିବେ।
କିଛି ଜରୁରୀ ଟିପ୍ସ

-ପୂଜାପାର୍ବଣ ସମୟରେ ଡାର୍କ କଲର୍‌ ତୁଳନାରେ ଯଦି ବ୍ରାଇଟ୍‌ କଲର୍‌ର ପୋଷାକ ପିନ୍ଧାଯାଏ, ତା’ହେଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।

-ସେହିପରି ପିଙ୍କ୍‌ କିମ୍ବା ପିଚ୍‌ କଲର୍‌ର ହାଲ୍‌କା ଶେଡ୍ସବାଲା ପୋଷାକ ସାଙ୍ଗକୁ ଯଦି ସିଲ୍‌ଭର ଅଥବା ପର୍ଲର ଜୁଏଲେରିକୁ ମ୍ୟାଚିଂ କରି ପିନ୍ଧାଯାଏ, ତା’ହେଲେ ଗଣେଶ ପୂଜାରେ ଯୁବତୀଙ୍କୁ ଟିକେ ଭିନ୍ନ ଲୁକ୍‌ ମିଳିଥାଏ।

-ଆଜିକାଲି ନ୍ୟୁଡ୍‌ କଲର୍ସର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। ତେଣୁ ଯୁବତୀ ଚାହିଁଲେ ଏହି ଫେଷ୍ଟିଭ୍‌ ସିଜନ୍‌ରେ ହାଲ୍‌କା ଜୁଏଲେରି ସହିତ ନ୍ୟୁଡ୍‌ ପିଙ୍କ୍‌ ମେକ୍‌ଅପ୍‌ ନେଇ ନିଜକୁ ଆକର୍ଷଣୀୟ ଲୁକ୍‌ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri