ଆସୁଛି ଗଣେଶ ପୂଜା,କିଭଳି ନିଜକୁ ଦେବେ ଫେଷ୍ଟିଭ୍‌ ଲୁକ୍‌

ପୂଜାପାର୍ବଣ ସମୟରେ ଆକର୍ଷଣୀୟ ଲୁକ୍‌ ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। ତେବେ ଏଥିପାଇଁ କିଛି ସିମ୍ପଲ ଟିପ୍ସ ଆପଣେଇଲେ ଫେଷ୍ଟିଭ୍‌ ଲୁକ୍‌ ପାଇପାରିବେ…

* ଶାଢ଼ି : ଅଲ୍‌ ଟାଇମ୍‌ ସୋବର୍‌ ଲୁକ୍‌ ଦେଇଥାଏ ଶାଢ଼ି। ତେଣିକି ସେ ପାର୍ବଣ ଋତୁ ହେଉ ଅବା ବାହାଘର, ବ୍ରତଘରର ଅଥବା କୌଣସି ପାର୍ଟି, ଫଙ୍କଶନ୍‌ର ଆୟୋଜନ ହେଉ, ଶାଢ଼ିକୁ ଟିକେ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ପିନ୍ଧିଦେଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତେଣୁ ଗଣେଶ ପୂଜା ଭଳି ବିଶେଷ ଅବସରରେ ମଧ୍ୟ ଯୁବତୀ ଚାହିଁଲେ ଶାଢ଼ି ସାଙ୍ଗକୁ ଡିଜାଇନ୍‌ର ବ୍ଲାଉଜ୍‌ ପିନ୍ଧି ନିଜକୁ ସୁନ୍ଦର ଲୁକ୍‌ ଦେଇପାରିବେ।

* ସାଲଓ୍ବାର୍‌ କମିଜ୍‌: ଶାଢ଼ି ପରି ସାଲଓ୍ବାର୍‌ କମିଜ୍‌ ବି ଯୁବତୀଙ୍କୁ ସୋବର୍‌ ଲୁକ୍‌ ଦେଇଥାଏ। ପୂଜାପର୍ବ ସମୟରେ ଯେଉଁମାନଙ୍କର ସାଲଓ୍ବାର୍‌ କମିଜ୍‌ ପିନ୍ଧିବା ପସନ୍ଦ, ସେମାନେ ଚାହିଁଲେ ହାଲ୍‌କା ଗୋଲାପୀ, ହାଲ୍‌କା ସୁନେଲି କିମ୍ବା ଧଳା ଓ ନାଲିରଙ୍ଗର କମ୍ବିନେଶନବାଲା ସାଲଓ୍ବାର୍‌ କମିଜ୍‌ ପିନ୍ଧି ନିଜକୁ ଟିକେ ଭିନ୍ନ ଲୁକ୍‌ ଦେଇପାରିବେ।

* ବାନ୍ଧେନୀ ଦୁପଟ୍ଟା: ବାନ୍ଧେନୀ ଦୁପଟ୍ଟା ଦେଖିବାକୁ ଯେମିତି ସୁନ୍ଦର ଲାଗିଥାଏ, ଏହାକୁ କୁର୍ତ୍ତି ଉପରେ ପକାଇ ମଧ୍ୟ ଆକର୍ଷଣୀୟ ଲୁକ୍‌ ପାଇହୁଏ। ମୁଖ୍ୟତଃ ଏହି ଦୁପଟ୍ଟାକୁ ଦେହରେ ପକାଇ ସହଜରେ ଫେଷ୍ଟିଭ୍‌ ଲୁକ୍‌ ପାଇହୁଏ। ବିଶେଷକରି ପ୍ଲେନ୍‌ ସୁଟ୍‌ ଉପରେ ଏହି ଦୁପଟ୍ଟା ପକାଇଲେ ଲୁକ୍‌ ଅଧିକ ସୁନ୍ଦର ଲାଗିଥାଏ।

* କ୍ରପ୍‌ ଟପ୍‌ ଓ ଲେହେଙ୍ଗା: ଅଧିକାଂଶ ଯୁବତୀ ଜିନ୍ସ ସହିତ କ୍ରପ୍‌ ଟପ୍‌ ପିନ୍ଧିବାକୁ ଖୁବ୍‌ ପସନ୍ଦ କରିଥାନ୍ତି। କିନ୍ତୁ ଗଣେଶ ପୂଜା ଭଳି ଅବସରରେ ଜିନ୍ସ ପରିବର୍ତ୍ତେ ଯଦି ଲେହେଙ୍ଗା କିମ୍ବା ଲଙ୍ଗ୍‌ ସ୍କର୍ଟ ସହ ମ୍ୟାଚିଂ କ୍ରପ୍‌ ଟପ୍ସକୁ ପେୟାର୍‌ କରାଯାଏ ତା’ହେଲେ ବି ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।

* ଧୋତି ପ୍ୟାଣ୍ଟ ସହ ଶର୍ଟ କୁର୍ତ୍ତି: ଗଣେଶ ପୂଜା ଅବସରରେ ଯଦି ଯୁବତୀମାନେ ଷ୍ଟାଇଲିଶ୍‌ ଲୁକ୍‌ ଚାହୁଁଥାନ୍ତି, ତା’ହେଲେ ତାଙ୍କ ପାଇଁ ଧୋତି ପ୍ୟାଣ୍ଟ ସହ ଶର୍ଟ କୁର୍ତ୍ତି ଏକ ଭଲ ଅପ୍ସନ ହୋଇପାରିବ। ଏହା ସେମାନଙ୍କୁ ଏକଦମ୍‌ ଡିଫରେଣ୍ଟ ଲୁକ୍‌ ପ୍ରଦାନ କରିବ।

* ଶରାରା ସୁଟ୍‌: ଏହା ହେଉଛି ଏକପ୍ରକାର ଭର୍ସାଟାଇଲ୍‌ ଆଉଟ୍‌ଫିଟ୍‌। ଏହାକୁ ଟିକେ ମଡର୍ନ ଷ୍ଟାଇଲ୍‌ରେ କ୍ୟାରି କରି ପାର୍ଟି ଲୁକ୍‌ ପାଇହେବ। ନଚେତ୍‌ ଟିକେ ଟ୍ରାଡିଶନାଲ୍‌ ଓ୍ବେରେ ପିନ୍ଧି ସୋବର୍‌ ଅଥବା ଫେଷ୍ଟିଭ୍‌ ଲୁକ୍‌ ପାଇପାରିବେ। ଶରାରା ସୁଟ୍‌ ସାଙ୍ଗରେ ଶର୍ଟ କୁର୍ତ୍ତି ଯେମିତି ସୁନ୍ଦର ଲାଗେ ସେମିତି ପେପଲମ୍‌ ଶର୍ଟ କୁର୍ତ୍ତି ମଧ୍ୟ ଭଲ ମ୍ୟାଚ୍‌ କରିଥାଏ। ପୂଜାପାର୍ବଣ ସମୟରେ ଯୁବତୀ ଚାହିଁଲେ ଏହା ଉପରେ ଜ୍ୟାକେଟ୍‌ ପିନ୍ଧି ମଧ୍ୟ ଟିକେ ଭିନ୍ନ ଲୁକ୍‌ ପାଇପାରିବେ।
କିଛି ଜରୁରୀ ଟିପ୍ସ

-ପୂଜାପାର୍ବଣ ସମୟରେ ଡାର୍କ କଲର୍‌ ତୁଳନାରେ ଯଦି ବ୍ରାଇଟ୍‌ କଲର୍‌ର ପୋଷାକ ପିନ୍ଧାଯାଏ, ତା’ହେଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।

-ସେହିପରି ପିଙ୍କ୍‌ କିମ୍ବା ପିଚ୍‌ କଲର୍‌ର ହାଲ୍‌କା ଶେଡ୍ସବାଲା ପୋଷାକ ସାଙ୍ଗକୁ ଯଦି ସିଲ୍‌ଭର ଅଥବା ପର୍ଲର ଜୁଏଲେରିକୁ ମ୍ୟାଚିଂ କରି ପିନ୍ଧାଯାଏ, ତା’ହେଲେ ଗଣେଶ ପୂଜାରେ ଯୁବତୀଙ୍କୁ ଟିକେ ଭିନ୍ନ ଲୁକ୍‌ ମିଳିଥାଏ।

-ଆଜିକାଲି ନ୍ୟୁଡ୍‌ କଲର୍ସର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। ତେଣୁ ଯୁବତୀ ଚାହିଁଲେ ଏହି ଫେଷ୍ଟିଭ୍‌ ସିଜନ୍‌ରେ ହାଲ୍‌କା ଜୁଏଲେରି ସହିତ ନ୍ୟୁଡ୍‌ ପିଙ୍କ୍‌ ମେକ୍‌ଅପ୍‌ ନେଇ ନିଜକୁ ଆକର୍ଷଣୀୟ ଲୁକ୍‌ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri