ଜୁଆ ଆଡ୍ଡା ଉପରେ ଚଢ଼ାଉ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଭାଟକୁମରଡ଼ା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁରବାର ସନ୍ଧ୍ୟାରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ସମୟରେ କିଛି ଜୁଆଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗୋଡ଼ାଇ ଗୋଡ଼ାଇ ପୋଲିସ ୭ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ରମେଶ ଚନ୍ଦ୍ର ବେହେରା, ରଞ୍ଜନ ସ୍ବାଇଁ, ବିନୋଦ କୁମାର ଦଳବେହେରା, ଶାନ୍ତନୁ ସ୍ବାଇଁ, କୈଳାଶ ରେଡ୍ଡୀ ସୀମାଞ୍ଚଳ ସ୍ବାଇଁ ଓ ସଞ୍ଜୟ ସ୍ବାଇଁ। ସେମାନଙ୍କ ନିକଟରୁ ୬୦ ହଜାର ୬ଶହ ଟଙ୍କା ଜବତ କରାଯାଇଛି। ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ତତ୍ତ୍ବାବଧାନରେ ଏଏସ୍‌ଆଇ ରବୀନ୍ଦ୍ର ନାଥ ପାଣିଗ୍ରାହୀଙ୍କ ସମେତ ପୋଲିସ ଫୋର୍ସ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଏ ନେଇ କେସ ନଂ. ୩୭୧/୨୧ରେ ମାମଲା ରୁଜୁ କରିଥିବା ଆଇଆଇସି ମଲ୍ଲିିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ ଭ୍ୟାନରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଆର.ଉଦୟଗିରି,୧୬ା୮(ଡି.ଏନ.ଏ.)- ମୋହନା ପୋଲିସ ଏକ ଗାଡ଼ି ସହ ୧୩ ବସ୍ତା ଗଞ୍ଜେଇ ଜବତ କରିଛି। ଆର୍‌.ଉଦୟଗିରି ଏସଡିପିଓ ଅନିଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ମୋହନା ଆଇଆଇସି...

ନର୍ସ ନିହାରିକା ହତ୍ୟା ମାମଲା : ପ୍ରେମିକଙ୍କୁ ନେଇ ବଢୁଛି ସନ୍ଦେହ

ଜଗତ୍‌ସିଂହପୁର ଅଫିସ/ବିରିଡ଼ି(ଡି.ଏନ୍‌.ଏ.),୧୯ା୯: ବିରିଡ଼ି ଥାନା କୁଳକଇଜଙ୍ଗା ପଞ୍ଚାୟତ ନୂଆପାରି ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ର ଓରଫ ରୂପାଲୀ(୨୪)ଙ୍କ ମୃତଦେହ ଉଦ୍ଧାର ହେବାର...

୩୧ ଜଣଙ୍କ ସ୍ବାବ୍‌ ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ

ବନ୍ତ,୫।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମରେ ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ୟ ପର୍ଯ୍ୟାୟରେ ୩୧ ଜଣଙ୍କର ସ୍ବାବ୍‌ ସଂଗ୍ରହ କରାଯାଇଛି। ଏଥିରେ ସରପଞ୍ଚ...

ହାତିଆସୁଣୀ ପୀଠର ଉନ୍ନତୀକରଣ କରାଯାଉ

ବୋଲଗଡ଼, ୯।୧୦(ଡି.ଏନ୍‌.ଏ.):ରା.େଜ୍ୟ ସରକାର ବିଭିନ୍ନ ପୀଠର ପୁନରୁଦ୍ଧାର ଏବଂ ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ଖୋର୍ଦ୍ଧା ଜିଲା...

୮ ଘଣ୍ଟିଆ ଝାରସୁଗୁଡା ବନ୍ଦ : ଅଞ୍ଚଳରେ ପ୍ରଭାବ

ଝାରସୁଗୁଡା ଅଫିସ, ୬।୧୧: ଭାଜପା ତରଫରୁ ଶନିବାର ଝାରସୁଗୁଡ଼ା ଜିଲା ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲା ମମିତା ମେହେରଙ୍କ ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର...

ଗ୍ରାହକ ସେବା ସର୍ବୋଚ୍ଚ ଲକ୍ଷ୍ୟ: ଶିଭମ୍‌ ହୋଣ୍ଡା

ପୁରୀ ଅଫିସ, ୨୦।୧୨:ପୁରୀ ଭିଆଇପି ରୋଡରେ ଥିବା ଶିଭମ୍‌ ହୋଣ୍ଡା ୪ର୍ଥ ବର୍ଷରେ ପଦାର୍ପଣ କରିଛି। ଗ୍ରାହକ ସେବାକୁ ସର୍ବୋଚ୍ଚ ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ହୋଣ୍ଡାର...

ଅନ୍ଧାରୀ ନାଳରେ ଲୀନ ହେବ ବଳମ ଗ୍ରାମ

ନାକଟିଦେଉଳ,୨୬ା୧: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକର ବଳମ ଗ୍ରାମ ଅନ୍ଧାରୀ ନାଳ ମଧ୍ୟରେ ଲୀନ ହେବାକୁ ବସିଛି। ଏହି ନାଳରେ ବର୍ଷାଦିନେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ...

ସମ୍ବର୍ଦ୍ଧିତ ହେଲେ କୃତୀ ପ୍ରତିଭା

ପାଟଣା,୨୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମୁଖ୍ୟ ଷ୍ଟାଡିୟମରେ ଶୁକ୍ରବାର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ପରିଚାଳନା...

Advertisement
Archives

Model This Week