Posted inଜାତୀୟ

ଭେଣ୍ଟିଲେଟରରେ କଲ୍ୟାଣ ସିଂ: ଦିଲ୍ଲୀରୁ ସିଧା ହସ୍ପିଟାଲ ପହଞ୍ଚିଲେ ଯୋଗୀ

ଲକ୍ଷ୍ନୌ,୨୦ ।୮: ପୁଣିଥରେ ବିଗିଡି ଯାଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଜିଆଇରେ ଭର୍ତ୍ତି ଥିବା ଶ୍ରୀ ସିଂଙ୍କୁ ଦେଖିବାକୁ ଯାଇଛନ୍ତି । ଦିଲ୍ଲୀ ଗସ୍ତରେ ଥିବା ଯୋଗୀ ସିଧା ସଞ୍ଜୟ ଗାନ୍ଧୀ ପିଜିଆଇରେ ପହଞ୍ଚିଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଜଣାପଡିଛି । ବେଳକୁ ବେଳ ଅବନତି ହେଉଥିବାରୁ ଶ୍ରୀ ସିଂଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି ବୋଲି ସୂଚନା ମିଳିଛି । ପିଜିଆଇର ନିର୍ଦ୍ଦେଶକ ପ୍ରଫେସର ଆର୍ କେ ଧିମାନ କହିଛନ୍ତି ଏବେ ଶ୍ରୀ ସିଂ ଭେଣ୍ଟିଲେଟରରେ ଅଛନ୍ତି । ତାଙ୍କର ବ୍ଲଡ ପ୍ରେସର ଲୋ ଥିବା ବେଳେ ଠିକ୍ ଭାବେ ପରିସ୍ରା ହେଉନାହିଁ । ଏହାସହ ତାଙ୍କର ଡାଏଲିସିସ ମଧ୍ୟ କରାଯାଇଛି । ଶୁକ୍ରବାର ରାତି କିମ୍ବା ଶନିବାର ସକାଳ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କିଛି କହିହେବ ବୋଲି ପ୍ରଫେସର ଧିମାନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ହିଂସା: ପ୍ରଦର୍ଶନକାରୀଙ୍କୁ ପାକିସ୍ତାନ ପଳାଇବାକୁ କହିଲେ ଏସ୍‌ପି; ଭିଡ଼ିଓ ଭାଇରାଲ

ମିରଟ,୨୮।୧୨: ସିଏଏ ହିଂସା ସମୟର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ମିରଟ ସିଟି ଏସ୍‌ପି ଅଖିଳେଶ ନାରାୟଣ ପ୍ରଦର୍ଶନକାରୀଙ୍କୁ ପାକିସ୍ତାନ ପଳାଇବାକୁ...

ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚା ମୂର୍ତ୍ତି ନିର୍ମାଣ କରୁଛନ୍ତି ନନ୍ଦଲାଲ ପଣ୍ଡିତ

ଜୟପୁର,୧୦।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚା ମୂର୍ତ୍ତି ନିର୍ମାଣ ଜାରି ରହିଛି। ଏହାକୁ ଖ୍ୟାତି ସମ୍ପନ୍ନ କାରିଗର ନନ୍ଦଲାଲ୍‌ ପଣ୍ଡିତ...

ଅଫିସରଙ୍କୁ ଚେତାବନୀ ଦେଇଛନ୍ତି ଗଡ଼କରୀ: ୮ ଦିନରେ କାମ ନ ହେଲେ ଲୋକଙ୍କୁ କହି ଆରମ୍ଭ ହେବ ମାଡ଼

ନୂଆଦିଲ୍ଲୀ,୧୮।୮: କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଆର୍‌ଏସ୍‌ଏସ୍‌ ଦ୍ୱାରା ପରିଚାଳିତ ଲଘୁ ଉଦ୍ୟୋଗ...

ଦମ୍ପତିଙ୍କ ବ୍ୟକ୍ତିଗତ ସମ୍ପର୍କରେ ସାମାଜିକ ସ୍ବୀକୃତି ଆବଶ୍ୟକ ନୁହେଁ, ହାଇକୋର୍ଟ…

ପାଟନା, ୨୯।୬ : ଦମ୍ପତିଙ୍କ ବ୍ୟକ୍ତିଗତ ସମ୍ପର୍କରେ ସାମାଜିକ ସ୍ବୀକୃତିର ଆବଶ୍ୟକତା ନାହିଁ। ପାଟନା ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ବିଚାରପତି...

ମୃତ୍ୟୁବି ଏମାନଙ୍କୁ କରିପାରିଲାନି ଅଲଗା

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର ଆଉ...

ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ

ଜୟପୁର,୧୪।୭: ଶାସନ ଗାଦିକୁ ନେଇ ରାଜସ୍ଥାନରେ ଚାଲିଥିବା ଲଢେଇ ମଧ୍ୟରେ କଂଗ୍ରେସ ଦଳ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡିଛି। ମଙ୍ଗଳବାର...

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା: ସୁପ୍ରିମ୍‌କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର …

ନୂଆଦିଲ୍ଲୀ,୩୧।୫: କରୋନା ସଂକ୍ରମଣକୁ ନେଇ ବିଭିନ୍ନ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ଜାରି ରହିଛି। ଏକ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କ ସମ୍ମୁଖରେ...

ନୀତୀଶ୍‌ଙ୍କ ନେତୃତ୍ୱକୁ ବିରୋଧ: ଏକାକୀ ନିର୍ବାଚନ ଲଢ଼ିବ ଏଲ୍‌ଜେପି

ପାଟନା,୪।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରବିବାର ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ୍‌ କୁମାରଙ୍କୁ ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)...

Advertisement
Archives

Model This Week