ଗଜମୋତି ପାନ

ସୁବାସ ତାରଣିଆଁ

କେଉଁ ଆବହମାନ କାଳରୁ ଆମ ସମାଜରେ ଅନ୍ଧବିଶ୍ୱାସ, କୁସଂସ୍କାର ଓ ଗୁଣିଗାରେଡ଼ି ପ୍ରଚଳିତ ରହିଆସିଛି। ଭଲ ଫସଲ ଅମଳ ପାଇଁ କ୍ଷେତରେ ବଳି ଦିଆଯାଉଛି ତ କେଉଁଠି ରିଷ୍ଟ ଖଣ୍ଡନ, ମନସ୍କାମନା ପୂରଣ ପାଇଁ ଦେବଦେବୀଙ୍କ ପାଖରେ ପଶୁବଳି ଦିଆଯାଉଛି। ଆଉ କେଉଁଠି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନରବଳି ମଧ୍ୟ ଦିଆଯାଉଛି। ଏବେ ବିଜ୍ଞାନ ଯୁଗରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଥିଲେ ମଧ୍ୟ ମହାମାରୀ ଅସାଧ୍ୟ ରୋଗରୁ ଉପଶମ ପାଇବା ପାଇଁ ଲୋକମାନେ ଗୁଣିଗାରେଡ଼ି, ତାନ୍ତ୍ରିକ ଓ ଭଣ୍ଡବାବାଙ୍କ ଉପରେ ବିଶ୍ୱାସ କରନ୍ତି। କିଛିଦିନ ତଳେ ଯାଜପୁର ଜିଲା ଦାନଗଦି ଥାନା ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଜଣେ ଯୁବକ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ଗୁଣିଗାରେଡ଼ି ସନ୍ଦେହରେ ଆମ ସମାଜରେ ଏପରି ହତ୍ୟାକାଣ୍ଡ କିଛି ନୂଆ କଥା ନୁହେଁ। ଶହ ଶହ ସଂଖ୍ୟାରେ ଏପରି ଅଘଟଣ ଘଟିଚାଲିଛି। କାହାର ଦେହ ଦୀର୍ଘଦିନ ଧରି ଖରାପ ରହି ମୃତ୍ୟୁବରଣ କଲେ ସେମାନେ ଗୁଣିଗାରେଡ଼ି କରାଯାଇଥିବା ବିଶ୍ୱାସ କରନ୍ତି। ବିଶେଷକରି ଅନେକ ଦୁର୍ଗମ ଅଞ୍ଚଳର ଅଧିବାସୀମାନଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇପଡ଼ିଛି। ସେସବୁ ଅଞ୍ଚଳକୁ ଗମନାଗମନର ସୁବିଧା ନାହିଁ କିମ୍ବା ସ୍ବାସ୍ଥ୍ୟସେବାର ସୁଯୋଗ ନାହିଁ। ଫଳରେ ସେମାନେ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରିବାକୁ ବାଧ୍ୟ ହୁଅନ୍ତି। ଆଜିର ଡିଜିଟାଲ ଯୁଗରେ ମଣିଷ ମନରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଏଭଳି ବସା ବାନ୍ଧିଛି ଯେ, ତାହା ବିଲୋପ ହେବା କାଠିକର ପାଠ ହୋଇପଡ଼ିଛି। ସେହିପରି ରାଜନୈତିକ ନେତାମାନେ ନିଜର ରିଷ୍ଟ ଖଣ୍ଡନ ପାଇଁ ତଥା ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଦୀର୍ଘବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବା ପାଇଁ ପଶୁପକ୍ଷୀଙ୍କୁ ବଳି ଦେବା,ଭଣ୍ଡବାବା ଓ ତାନ୍ତ୍ରିକମାନଙ୍କୁ ଦାମୀ ଉପହାର, ପ୍ରଚୁର ଅର୍ଥ ପ୍ରଦାନ କରିବାର ଅନେକ ନଜିର ରହିଛି। ପ୍ରତିଦିନ ଖବରକାଗଜର ପୃଷ୍ଠା ଲେଉଟାଇଲେ ଆଖି ସାମ୍ନାରେ ପଡ଼େ ଗୁଣି ଗାରେଡ଼ି ସନ୍ଦେହରେ ୁ ହାତ୍ୟା ଘଟଣା। ଏସବୁକୁ ଅନୁଧ୍ୟାନ କଲେ, ଜଣାଯାଏ ଯେ, ନିଜର ହୀନ ଚରିତାର୍ଥ ଏବଂ ରିଷ୍ଟ ଖଣ୍ଡନ ପାଇଁ କେତେ ଯେ ନିରୀହ ପଶୁ, ପକ୍ଷୀ ଓ ମଣିଷଙ୍କୁ ହତ୍ୟା କରାଯାଉଛି ତାହା କଳନା କରିବା କଷ୍ଟସାଧ୍ୟ।
ବହୁ ବର୍ଷ ପୂର୍ବେ ନେପାଳର ତତ୍କାଳୀନ ରାଜା ଓଡ଼ିଶା ଭ୍ରମଣରେ ଆସି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ମନ୍ଦିରର କାରୁକାର୍ଯ୍ୟ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ଐତିହ୍ୟ ବିଷୟରେ ଜାଣି ସେ ଏତେ ଭାବବିହ୍ବଳ ହୋଇଯାଇଥିଲେ ଯେ, ଜଗନ୍ନାଥଙ୍କ ସେଦିନର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପଣ୍ଡାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏକଥା ଶୁଣି ପଣ୍ଡାମାନେ ଶ୍ରୀଜଗନ୍ନାଥଙ୍କ ପାଖରେ ଗୁହାରି ପଡ଼ି ମହାପ୍ରଭୁଙ୍କୁ ନେପାଳ ରାଜାଙ୍କ କଥା ଜଣାଇଲେ। ପ୍ରଭୁ ଜଗନ୍ନାଥ ନେପାଳ ରାଜାଙ୍କୁ ପରୀକ୍ଷା କରିବା ପାଇଁ ପଣ୍ଡାମାନଙ୍କୁ ସ୍ବପ୍ନାଦେଶ କଲେ, ଯାଅ ନେପାଳ ରାଜାଙ୍କୁ କହିବ ମୋ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ବହନ କରିବାର ଆବଶ୍ୟକ ନାହିଁ, ଯଦି ସେ ଇଚ୍ଛାପ୍ରକାଶ କରୁଛନ୍ତିି, ତେବେ ମୋ ପାଇଁ ଗଜମୋତି ଚୂନ ଲଗା ଖଣ୍ଡିଏ ପାନ ଦିଅନ୍ତୁ। ପଣ୍ଡାମାନେ ଜଗନ୍ନାଥଙ୍କ ବାଣୀକୁ ନେପାଳ ରାଜାଙ୍କ ଆଗରେ ପ୍ରକାଶ କରିବାରୁ, ମହାରାଜ ମନେ ମନେ ଭାବିଥିଲେ, କିଛି ଦାମୀ ଜିନିଷ ବଦଳରେ ଏଇ ସାମାନ୍ୟ ଗଜମୋତି ଚୂନ ଲଗା ପାନ ଖଣ୍ଡିଏ ମାଗିଥିବାରୁ ମହାପ୍ରଭୁଙ୍କ ପାଇଁ ଗଜମୋତି ଚୂନ ଲଗା ପାନ ଖଣ୍ଡିଏ ଦେବା ପାଇଁ ଗର୍ବ ଓ ଦମ୍ଭପଣରେ ପଣ୍ଡାମାନଙ୍କୁ କହି ପ୍ରଭୁ ଜଗନ୍ନାଥଙ୍କଠାରୁ ବିଦାୟ ନେଇ ନିଜ ଦେଶ ନେପାଳ ଅଭିମୁଖେ ଯାତ୍ରା କରିଥିଲେ। ପୁରାଣ ଶାସ୍ତ୍ର ଅନୁସାରେ ଗଜମୋତି ସାଧାରଣତଃ ହାତୀଙ୍କ ମୁଣ୍ଡରୁ ମିଳିଥାଏ ଏବଂ ଏହା ଏପରି ଏକ ଦୁର୍ଲଭ ଜିନିଷ ଯେ, କୋଟିଏ ହାତୀଙ୍କ ମୁଣ୍ଡରୁ ଗୋଟିଏ ଗଜମୋତି ମିଳିବା ବି ବିରଳ। ନିଜ ଦେଶ ନେପାଳରେ ପହଞ୍ଚତ୍ ମହାରାଜ ତାଙ୍କ ପ୍ରଜାମାନଙ୍କୁ ଆଦେଶ ଦେଲେ ଯେ, ମୁଁ ଗଜମୋତି ପାନ ପ୍ରଭୁ ଜଗନ୍ନାଥଙ୍କୁ ଦେବା ପାଇଁ ପ୍ରତିଜ୍ଞା କରି ଆସିଛି। ତେଣୁ ଯେତେଶୀଘ୍ର ପାରୁଛ ଯାଅ ହାତୀ ଶିକାର କରି ତା’ର ମୁଣ୍ଡରେ ଥିବା ଗଜମୋତି ଆଣି ମୋତେ ଦିଅ, ଏଥିପାଇଁ ଦରକାର ପଡ଼ିଲେ ଆମ ଦେଶରୁ ହାତୀବଂଶ ଲୋପ ପାଇଯାଉ ପଛେ, କିନ୍ତୁ ମୋତେ ଗଜମୋତି ଦେବା ନିହାତି ଜରୁରୀ। ରାଜାଙ୍କ ଆଦେଶ ପାଳନ କରି ପ୍ରଜାମାନେ ଗଜମୋତି ଅନୁସନ୍ଧାନରେ ବାହାରି ହାତୀ ମରା ଅଭିଯାନରେ ଲାଗିପଡ଼ିଲେ। ଦିନ ପରେ ଦିନ ବିତି ଚାଲିଲା, ଗୋଟିଏ ପରେ ଗୋଟିଏ ହାତୀ ଶିକାର କରାଗଲା ହେଲେ, ଗଜମୋତିର ସନ୍ଧାନ ମିଳିଲା ନାହିଁ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସେ ଦେଶରୁ ନିରୀହ ପଶୁ ହାତୀମାନଙ୍କ ବଂଶ ଲୋପ ପାଇଗଲା, କିନ୍ତୁ ଗଜମୋତି ମିଳିପାରିଲା ନାହିଁ। ଏହାପରେ ନେପାଳ ରାଜା ନିଜକୁ ଲଜ୍ଜିତ ଅନୁଭବ କରି ଶ୍ରୀଜଗନ୍ନାଥଙ୍କ ନିକଟକୁ ଯାଇ ସାଷ୍ଟାଙ୍ଗ ପ୍ରଣିପାତ ହୋଇଥିଲେ ଏବଂ ନିଜର ପ୍ରତିଜ୍ଞା ପୂରଣ କରିପାରି ନ ଥିବାରୁ ଜଗନ୍ନାଥଙ୍କ ନିକଟରେ ନିଜର ଭୁଲ୍‌ ସ୍ବୀକାର କରିଥିଲେ। ଏହି ଘଟଣାକୁ ତର୍ଜମା କଲେ ଜଣାଯାଏ ଯେ, ଗଜମୋତି ପାନ ପାଇଁ ରାଜକୋଷରୁ ପ୍ରଚୁର ଅର୍ଥ ଖର୍ଚ୍ଚ ହେଲା, ପ୍ରଜାମାନଙ୍କର ହାତୀ ଶିକାର କରି ଏକ ପ୍ରକାର ଅପରାଧୀ ବୋଲି ପ୍ରମାଣିତ ହେଲେ ଏବଂ ସେ ଦେଶର ହାତୀବଂଶ ଲୋପ ପାଇଗଲା, କିନ୍ତୁ ଗଜମୋତି ମିଳିପାରିଲା ନାହିଁ।
ପିତୃଭକ୍ତ ଶ୍ରବଣ କୁମାର ନିଜର ଅନ୍ଧ ମାତାପିତାଙ୍କ ସ୍ବପ୍ନକୁ ସାକାର କରିବାକୁ ଯାଇ ନିଜ କାନ୍ଧରେ ବାହୁଙ୍ଗି ସାହାଯ୍ୟରେ ମାତାପିତାଙ୍କୁ ବସାଇ ଖାଲି ପାଦରେ ଚାଲି ଚାଲି ଗୟା, କାଶୀ, ପ୍ରୟାଗ ଓ ଅଯୋଧ୍ୟା ଆଦି ପ୍ରମୁଖ ତୀର୍ଥ ସ୍ଥାନ ଭ୍ରମଣ କରିଥିଲେ। ୧୨ ବର୍ଷର ବାଳକ ଧର୍ମପଦ ୧୨ ଶହ ବଢ଼େଇଙ୍କ ଜୀବନ ବଞ୍ଚାଇବାକୁ ଯାଇ କୋଣାର୍କର ମୁଣ୍ଡି ମାରି ନିଜେ ପ୍ରାଣବଳି ଦେଇଥିଲେ। ସତୀ ସାବିତ୍ରୀ ସତିତ୍ୱ ବଳରେ ଯମରାଜଙ୍କୁ ପ୍ରସନ୍ନ କରି ନିଜ ସ୍ବାମୀଙ୍କ ଜୀବନ ଫେରି ପାଇଥିଲେ। ଦାସିଆର ଭକ୍ତିରେ ସନ୍ତୁଷ୍ଟ ହୋଇ ପ୍ରଭୁ ଜଗନ୍ନାଥ ନିଜେ ହାତ ବଢାଇ ତା’ର ନଡ଼ିଆ ଗ୍ରହଣ କରିଥିଲେ; ଯାହା ଇତିହାସରେ ସବୁଦିନ ପାଇଁ ସ୍ମରଣୀୟ ଓ ଉଦାହରଣ ହୋଇ ରହିଛି ଯାହା ନେପାଳ ରାଜାଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଥିଲା। ତେଣୁ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ କେବେ ଲୋପ ପାଇବ ଅନ୍ଧବିଶ୍ୱାସ ଓ କୁସଂସ୍କାର ପ୍ରଥା। ଏଥିପାଇଁ ସଚେତନତାର ଅଭାବ ଓ ଆମତ୍ ବଡ଼ିମା ମୁଖ୍ୟତଃ ଦାୟୀ।
କଣ୍ଟି, ବାହାରଣା, ବାଲିକୁଦା, ଜଗତ୍‌ସିଂହପୁର, ମୋ :୮୩୨୮୮୪୦୨୧୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri