ହାତୀଙ୍କୁ ଜଗିବେ ଗଜସାଥୀ

ବେତନଟୀ, ୨୧।୯ (ସ୍ବ.ପ୍ର.): ହାତୀପ୍ରବଣ ଅଞ୍ଚଳରେ କାମ କରିବେ ଗଜସାଥୀ। ଏଥିପାଇଁ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଗଜସାଥୀମାନଙ୍କୁ ବୁଧବାର ତାଲିମ ପ୍ରଦାନ କରାଯାଇଛି। ରେଞ୍ଜର ଘନଶ୍ୟାମ ସିଂଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ସହକାରୀ ବନ ସଂରକ୍ଷକ ରବିନାରାୟଣ ମହାନ୍ତି ପ୍ରଶିକ୍ଷଣ ଦେଇଛନ୍ତି।

ସୂଚନା ଅନୁଯାୟୀ, ରେଞ୍ଜ ଅଧୀନରେ ୧୯ଟି ବନ ସୁରକ୍ଷା ସମିତି କାର୍ଯ୍ୟ କରୁଛି। ଯେଉଁ ଅଞ୍ଚଳଗୁଡ଼ିକ ହାତୀପ୍ରବଣ ସେହି ବନ ସୁରକ୍ଷା ସମିତି ଅଧୀନ ବିଭିନ୍ନ ଗାଁକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ ସହ ପ୍ରତ୍ୟେକ କ୍ଲଷ୍ଟରରୁ ୫ଜଣ ଲେଖାଏ ଗଜସାଥୀଙ୍କୁ ଚୟନ କରାଯାଇଛି। ରେଞ୍ଜରେ ମୋଟ ୩୫ କ୍ଲଷ୍ଟର ଗଠନ କରାଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୧୭୫ଜଣ ଗଜସାଥୀ ମନୋନୀତ ହୋଇଛନ୍ତି। ରେଞ୍ଜ ଅଧୀନ ବେତନଟୀ, କୃଷ୍ଣଚନ୍ଦ୍ରପୁର, ବଡାମପୁର ଆଦି ପ୍ରତ୍ୟେକ ସେକ୍ସନ ପାଇଁ ୧୦ଟି ଲେଖାଏ କ୍ଲଷ୍ଟର ଗଠନ କରାଯାଇଥିବା ବେଳେ ବୈଶିଙ୍ଗା ସେକ୍ସନ ଲାଗି ୫ଟି ଗଠିତ ହୋଇଛି। ପ୍ରତି କ୍ଲଷ୍ଟରରୁ ଚୟନ ହୋଇଥିବା ଗଜସାଥୀମାନେ ଅବୈତନିକ ଏବଂ ସ୍ବେଚ୍ଛାସେବୀ ଭାବେ ବନ ବିଭାଗ ତତ୍ତ୍ୱାବଧାନରେ କାମ କରିବେ। ସେମାନଙ୍କୁ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ଆବଶ୍ୟକ ଟର୍ଚ୍ଚଲାଇଟ, ୟୁନିଫର୍ମ ସହ ଅନ୍ୟାନ୍ୟ ସରଞ୍ଜାମ ଯୋଗାଇ ଦିଆଯିବ। ସେମାନେ ମୁଖ୍ୟତଃ ଜନସାଧାରଣଙ୍କୁ ହାତୀମାନଙ୍କ ଚଳପ୍ରଚଳ ଉପରେ ସଚେତନ କରାଇବା ସହ ଗାଁକୁ ହାତୀ ପଶି ଆସିଲେ କ’ଣ ପଦକ୍ଷେପ ଗ୍ରହଣ କରିବାକୁ ହେବ ଏବଂ କିଭଳି ଗ୍ରାମବାସୀ ବଣୁଆ ହାତୀ ନିକଟତର ହେବେ ନାହିଁ ସେନେଇ କାମ କରିବେ। ପ୍ରଥମ ପର୍ଯ୍ୟାୟରେ କୃଷ୍ଣଚନ୍ଦ୍ରପୁର ସେକ୍ସନର ୧୦ କ୍ଲଷ୍ଟର ଏବଂ ବେତନଟୀ ସେକ୍ସନର ୮ ମୋଟ ୧୮ କ୍ଲଷ୍ଟରର ୯୦ ଗଜସାଥୀଙ୍କୁ ଏକଦିବସୀୟ ତାଲିମ ଦିଆଯାଇଛି। ବନପାଳ ପ୍ରଶାନ୍ତ ସିଂ ସାମନ୍ତ, ଅଭିନନ୍ଦନ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏଥିରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?