ହାତୀଙ୍କୁ ଜଗିବେ ଗଜସାଥୀ

ବେତନଟୀ, ୨୧।୯ (ସ୍ବ.ପ୍ର.): ହାତୀପ୍ରବଣ ଅଞ୍ଚଳରେ କାମ କରିବେ ଗଜସାଥୀ। ଏଥିପାଇଁ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଗଜସାଥୀମାନଙ୍କୁ ବୁଧବାର ତାଲିମ ପ୍ରଦାନ କରାଯାଇଛି। ରେଞ୍ଜର ଘନଶ୍ୟାମ ସିଂଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ସହକାରୀ ବନ ସଂରକ୍ଷକ ରବିନାରାୟଣ ମହାନ୍ତି ପ୍ରଶିକ୍ଷଣ ଦେଇଛନ୍ତି।

ସୂଚନା ଅନୁଯାୟୀ, ରେଞ୍ଜ ଅଧୀନରେ ୧୯ଟି ବନ ସୁରକ୍ଷା ସମିତି କାର୍ଯ୍ୟ କରୁଛି। ଯେଉଁ ଅଞ୍ଚଳଗୁଡ଼ିକ ହାତୀପ୍ରବଣ ସେହି ବନ ସୁରକ୍ଷା ସମିତି ଅଧୀନ ବିଭିନ୍ନ ଗାଁକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ ସହ ପ୍ରତ୍ୟେକ କ୍ଲଷ୍ଟରରୁ ୫ଜଣ ଲେଖାଏ ଗଜସାଥୀଙ୍କୁ ଚୟନ କରାଯାଇଛି। ରେଞ୍ଜରେ ମୋଟ ୩୫ କ୍ଲଷ୍ଟର ଗଠନ କରାଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୧୭୫ଜଣ ଗଜସାଥୀ ମନୋନୀତ ହୋଇଛନ୍ତି। ରେଞ୍ଜ ଅଧୀନ ବେତନଟୀ, କୃଷ୍ଣଚନ୍ଦ୍ରପୁର, ବଡାମପୁର ଆଦି ପ୍ରତ୍ୟେକ ସେକ୍ସନ ପାଇଁ ୧୦ଟି ଲେଖାଏ କ୍ଲଷ୍ଟର ଗଠନ କରାଯାଇଥିବା ବେଳେ ବୈଶିଙ୍ଗା ସେକ୍ସନ ଲାଗି ୫ଟି ଗଠିତ ହୋଇଛି। ପ୍ରତି କ୍ଲଷ୍ଟରରୁ ଚୟନ ହୋଇଥିବା ଗଜସାଥୀମାନେ ଅବୈତନିକ ଏବଂ ସ୍ବେଚ୍ଛାସେବୀ ଭାବେ ବନ ବିଭାଗ ତତ୍ତ୍ୱାବଧାନରେ କାମ କରିବେ। ସେମାନଙ୍କୁ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ଆବଶ୍ୟକ ଟର୍ଚ୍ଚଲାଇଟ, ୟୁନିଫର୍ମ ସହ ଅନ୍ୟାନ୍ୟ ସରଞ୍ଜାମ ଯୋଗାଇ ଦିଆଯିବ। ସେମାନେ ମୁଖ୍ୟତଃ ଜନସାଧାରଣଙ୍କୁ ହାତୀମାନଙ୍କ ଚଳପ୍ରଚଳ ଉପରେ ସଚେତନ କରାଇବା ସହ ଗାଁକୁ ହାତୀ ପଶି ଆସିଲେ କ’ଣ ପଦକ୍ଷେପ ଗ୍ରହଣ କରିବାକୁ ହେବ ଏବଂ କିଭଳି ଗ୍ରାମବାସୀ ବଣୁଆ ହାତୀ ନିକଟତର ହେବେ ନାହିଁ ସେନେଇ କାମ କରିବେ। ପ୍ରଥମ ପର୍ଯ୍ୟାୟରେ କୃଷ୍ଣଚନ୍ଦ୍ରପୁର ସେକ୍ସନର ୧୦ କ୍ଲଷ୍ଟର ଏବଂ ବେତନଟୀ ସେକ୍ସନର ୮ ମୋଟ ୧୮ କ୍ଲଷ୍ଟରର ୯୦ ଗଜସାଥୀଙ୍କୁ ଏକଦିବସୀୟ ତାଲିମ ଦିଆଯାଇଛି। ବନପାଳ ପ୍ରଶାନ୍ତ ସିଂ ସାମନ୍ତ, ଅଭିନନ୍ଦନ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏଥିରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା,୨୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ଡିମିଟିଗୁଡ଼ାରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି।...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri