୩ଶହ ଗ୍ରାମ ଚୋରି ସୁନା ଜବତ କଲା ଗଜପତି ପୋଲିସ, ଆଲମାରୀ ଭାଙ୍ଗି….

ଗଜପତି,୭।୨(ଗିରିଧାରୀ ପରିଛା): ଗଜପତି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା ଅଳଙ୍କାର ଜବତ କରିଛି । ଗିରଫ ୩ଜଣ ହେଲେ ଗଜପତି ଜିଲା ସେରଙ୍ଗ ଥାନା‌ ମାରିଗୁଡା ଗାଁର ମରାଠି ଗିରି ବାବୁ, ଅରୁଣ କୁମାର ପ୍ରଧାନ ଏବଂ ପରିଡା ଗାଁର ମୁରଲି ନାୟକ । ଚୋରି ହୋଇଥିବା ଦୁଇ ଲକ୍ଷ ଟଙ୍କା ଜବତ ହୋଇନଥିବା ବେଳେ ତାହାକୁ ଜବତ ପାଇଁ ଏବଂ ଏହି ଗ୍ୟାଙ୍ଗ ଅନ୍ୟ କୌଣସି ଚୋରି ଘଟଣାରେ କି ନୁହେଁ ତାହା ଜାଣିବାକୁ ଆବଶ୍ୟକ ହେଲେ ଏମାନଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ଯତୀନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି।

ଗତ ଜାନୁଆରୀ ୨୫ତାରିଖ ଦିନ ମାରିଗୁଡା ଗାଁର ଆର.ଲକ୍ଷ୍ମୀ କଲ୍ୟାଣୀ ତାଙ୍କ ପରିବାର ସହ ଶ୍ରୀକାକୁଲମ ସୂର୍ଯ୍ୟମନ୍ଦିର ଯାଇଥିଲେ। ସେମାନେ ସେହିଦିନ ରାତିରେ ଘରକୁ ଫେରି ଦେଖିଲା ବେଳକୁ ଘରର ଆଲମାରୀ ଭାଙ୍ଗି ସେଥିରେ ଥିବା ୩ଶହ ଗ୍ରାମ ସୁନା ଅଳଙ୍କାର ଏବଂ ୨ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ସେରଙ୍ଗ ଥାନା‌ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଆଜି ଚୋର ଧରାପଡ଼ିବା ସହ ସେମାନେ ଚୋରି ସୁନା ଅଳଙ୍କାରକୁ ନିକଟସ୍ଥ ଜଙ୍ଗଲରୁ ମାଟି ତଳେ ପୋତି ରଖିଥିଲେ। ଯାହାକୁ ପୋଲିସ ଜବତ କରିଥିବା ଏସପି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?