ଘରେ ପଶି ଚୋରି କରୁଥିବା ବେଳେ ପଡ଼ିଲେ ଧରା: ସୁନା, ରୂପା ଅଳଙ୍କାର ସହ ଟଙ୍କା ଜବତ କଲା ପୋଲିସ

ଗଜପତି,୨୧।୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଦୁଇ ଦୁର୍ବୃତ୍ତଙ୍କୁ ଚୋରୀ କରୁଥିବା ସମୟରେ ଧରିଥିବା ଜଣାପଡିଛି । ସେମାନଙ୍କଠାରୁ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଜବତ ହୋଇଛି। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୩୩୧/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ବେଳେ ଅଭିଯୁକ୍ତ ଦ୍ବୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପାରଳାଖେମୁଣ୍ଡି ସହରର ସଞ୍ଜୟଗାନ୍ଧୀ କଲୋନୀର ମଙ୍ଗଳମ ଚେଣ୍ଟି (୨୭) ଏବଂ ଦୋଳବନ୍ଧ ସାହିର ଏନ. ନାଗାରାନୁ (୩୧)।

ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସୂଚନା ପ୍ରକାରେ ରାଣୀପେଣ୍ଠ ଗ୍ରାମ ସିଂହ ନଗର ଅଞ୍ଚଳର କର୍ଣ୍ଣମ ସିଂହାଦ୍ରି (୪୩) ନାମକ ଜଣେ ଅଟୋ ଚାଳକ ନିଜ ଘରେ କେହି ନଥିବାଯୋଗୁ ତାଲା ପକାଇ କାମରେ ବାହାରିଥିଲେ । ସେ ସମୟରେ ତାଙ୍କ ସ୍ତ୍ରୀ ଏକ ଘରୋଇ ବିଦ୍ୟାଳୟରେ କାମ କରୁଥିବା ଯୋଗୁଁ ସେ ଡ୍ୟୁଟି ରେ ଥିଲେ ଏବଂ ତାଙ୍କ ଛୁଆମାନେ ମଧ୍ୟ ସ୍କୁଲକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୃତ୍ତ ମଧ୍ୟାହ୍ନ ସମୟରେ ମୁଖ୍ୟ ଫାଟକର ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରି ଦ୍ୱାର ଓ ଆଲମୀରା ଭାଙ୍ଗି ଚୋରି କରିଥିଲେ ।  ପ୍ରାୟ ଅଧାଘଣ୍ଟା ପରେ  ସିଂହାଦ୍ରି ଘରକୁ ଫେରି ଆସିଥିଲେ । ତାଲା ଭଙ୍ଗାଯାଇଥିବା ଦେଖି କାଳବିଳମ୍ବ ନକରି ସେ ଚୋରି ସନ୍ଦେହ କରି ଚିତ୍କାର କରିଥିଲେ। ସେତେବେଳେ ଦୁର୍ବୃତ୍ତଦ୍ବୟ ଘରଭିତରେ ଥିଲେ। ସିଂହାଦ୍ରିଙ୍କ ଚିତ୍କାର ଶୁଣି ଦୁଇ ଅଭିଯୁକ୍ତ ପଳାଇବାକୁ ଚେଷ୍ଟା କରିଥିଲେ। ଚିତ୍କାର ଶୁଣି ଏହି ସମୟରେ ସାହି ପଡ଼ୋଶୀ ଲୋକମାନେ ଜମାହୋଇ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଦଳ ପହଞ୍ଚି ଗ୍ରାମବାସୀଙ୍କ ସାମ୍ନାରେ ଘର କବାଟ ଖୋଲି ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଧରିଥିଲେ । ଘଟଣାସ୍ଥଳରେ ସେମାନଙ୍କ ଠାରୁ ୩ ତୋଳା ସୁନା ଆଭୂଷଣ, ୧୦ ତୋଳା ଚାନ୍ଦି ଆଭୂଷଣ, ନଗଦ ରାଶି ୨୦ ହଜାର ଟଙ୍କା ଚୋରି ସାମଗ୍ରୀ  ଜବତ କରାଯାଇଥିଲା ।  ଅଭିଯୁକ୍ତ ମାନଙ୍କ ଠାରୁ ଜବତ କରାଯାଇଥିବା ନଗଦ ରାଶି ସମେତ ସୁନା ଓ ରୂପା ସାମଗ୍ରୀର ମୂଲ୍ୟ ପ୍ରାୟ ୪ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଥାନା ସୂତ୍ରରୁ ଜଣାପଡିଛି । ତେବେ ଅଭିଯୁକ୍ତ ମଙ୍ଗଳମ ଚେଣ୍ଟି ୮ ଗୋଟି ଚୋରି ମାମଲାରେ ସମ୍ପୃକ୍ତ ଥିବାର ସୂଚନା ପ୍ରଦାନ କରାଯାଇଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଓଡ଼ିଶାର…

ବଲାଙ୍ଗୀର,୮ା୩(ସୁନିଲ କୁମାର ମହାନ୍ତି): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ବଲାଙ୍ଗୀର ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦ୍‌ଘାଟିତ ହୋଇଛି।…

ଅନ୍ତର୍ଜାତୀୟ ମହିଳା ଦିବସରେ ଏକାଠି ହେଲେ ମହିଳା, ନିଜେ ସ୍ବାବଲମ୍ବୀ ହେବା ସହ…

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଆମ୍ବ ବଗିଚାଠାରେ ରବିବାର ମଧ୍ୟାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ନାରୀ ମହାସଂଘର…

ପୁଅର ମୁଣ୍ଡନ ପୂଜା ପାଇଁ ଯାଉଥିଲେ ଘଟିଲା ଭୟଙ୍କର ଦୁର୍ଘଟଣା: ୫ ଜଣଙ୍କ ଅବସ୍ଥା ଗୁରୁତର

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ପିଲିକାଢ଼ିଅ ଗ୍ରାମ ନିକଟ କେରାଣ୍ଡି ମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟି ରାସ୍ତାରେ ରବିବାର…

ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବେପରୁଆ ନୀତି : ବିଭାଗକୁ ସିଧା ସଳଖ ଦାୟୀ

ଗଞ୍ଜାମ,୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା ସମାପନ ହେବା ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା । ପ୍ରତି ବର୍ଷ ଭଳି…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ କରିନିଅନ୍ତୁ ଚେକ୍‌

ପୁରୀ,୮ା୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା। ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri