ଅନ୍ତର୍ଜାତୀୟ ମହିଳା ଦିବସରେ ଏକାଠି ହେଲେ ମହିଳା, ନିଜେ ସ୍ବାବଲମ୍ବୀ ହେବା ସହ…

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଆମ୍ବ ବଗିଚାଠାରେ ରବିବାର ମଧ୍ୟାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ନାରୀ ମହାସଂଘର ବ୍ଲକ ସଭାନେତ୍ରୀ ଲୁସିମା ପ୍ରଧାନଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଉପଜିଲାପାଳ ପ୍ରଣୀତା ଦାସ ଯୋଗଦେଇଥିଲେ। ସେହିପରି ଫୁଲବାଣୀ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ମୁଖ୍ୟ ବକ୍ତା ଭାବେ ତହସିଲଦାର ଧୀରଜ ପାତ୍ର ଯୋଗଦେଇଥିଲେ।

ସବ୍‌ଇନ୍ସପେକ୍ଟର ବାସନ୍ତି ବେହେରା, ଏସ୍‌କେ ଇମଦାଦ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଅନ୍ତରଙ୍ଗ ଯୁବ ମହାସଂଘର ଜିଲା ସଭାପତି ଦିଲୀପ କୁମାର ସାହୁ, ରାଇକିଆ ବ୍ଲକ ରଣବା ପଞ୍ଚାୟତର ସରପଞ୍ଚ ବନିତା ମଳିକ, ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକ, ପର୍ତ୍ତମାହା ପଞ୍ଚାୟତର ସରପଞ୍ଚ ନବଜିନି ପ୍ରଧାନ ପ୍ରମୁଖ ଯୋଗଦେଇ ଉପସ୍ଥିତ ମହିଳାଙ୍କ ଉଦ୍ଦେଶ୍ୟରେ ଏହି ଦିବସର ଉଦ୍ଦେଶ୍ୟ ଓ ମହତ୍ତ୍ୱ କହିଥିଲେ। ଉପସ୍ଥିତ ଅତିଥିଙ୍କୁ ସ୍ବାଗତ ସଙ୍ଗୀତ ସହ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା।

ପରେ ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ କହିବା ସହ ଦାରିଙ୍ଗବାଡ଼ି ଅଞ୍ଚଳରେ ଚୋରାମଦ କାରବାର ରୋକିବା ନିଶା ନିବାରଣ କରିବା ପାଇଁ କିଭଳି ମହିଳାମାନେ ସଂଘର୍ଷ କରିବା ସହ ପ୍ରଥମେ ଉକ୍ତ ବ୍ଲକ ଦାରିଙ୍ଗବାଡ଼ି ନିଶାମୁକ୍ତ ଅଞ୍ଚଳ ଘୋଷଣା ହେବା ସହ ସରକାର ଉକ୍ତ ପଞ୍ଚାୟତକୁ ସ୍ବତନ୍ତ୍ର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ ବୋଲି କହିଥିଲେ। ମହିଳାମାନେ ପ୍ରତି ୩ ମାସରେ ବୈଠକ କରି ଅଞ୍ଚଳର ବିକାଶ ପାଇଁ ଆଲୋଚନା କରନ୍ତି ସେମାନେ ନିଜେ ଓ ଅନ୍ୟଙ୍କୁ ସ୍ବାବଲମ୍ବୀ କରିପାରିଥିବା କୁହାଯାଇଥିଲା।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri