ଗଦ୍‌ଗଦା ଜଳପ୍ରପାତ

ପାହାଡ଼ ପର୍ବତ ଘେରା ରାୟଗଡ଼ା ଜିଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଝରଣା ଓ ଜଳପ୍ରପାତର ଅଭାବ ନାହିଁ। ହେଲେ ଏଥିମଧ୍ୟରୁ କେତୋଟି ଜିଲା ତଥା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବାବେଳେ ଆଉ କେତେକ ଦୃଷ୍ଟି ଆଢ଼ୁଆଳରେ ରହିଛି। ଜିଲାର ପ୍ରମୁଖ ଜଳପ୍ରପାତ ମଧ୍ୟରେ ବିଷମକଟକ ବ୍ଲକ୍‌ କୁର୍ଲି ପଞ୍ଚାୟତ ତଥା ନିୟମଗିରି ପର୍ବତାଞ୍ଚଳରେ ରହିଥିବା ଗଦ୍‌ଗଦା ଜଳପ୍ରପାତ ଅନ୍ୟତମ।
ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପ୍ରାୟ ୩୦ ରୁ ୪୦ ଫୁଟ ଉଚ୍ଚରୁ ଝରିଆସୁଥିବା ଝରଣା ଏବଂ ଶୈବପୀଠ ଏଠାକାର ପ୍ରମୁଖ ଆକର୍ଷଣ। ଏତଦ୍‌ବ୍ୟତୀତ ଆଦିମ ଜନଜାତି ଡଙ୍ଗରିଆଙ୍କ ଚାଲିଚଳଣି ଓ ନିୟମଗିରି ପର୍ବତର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଏହା ପରିସରରେ ପିକ୍‌ନିକ୍‌ର ମଜା ଉଠାଇବାକୁ ଏଠାରେ ଶୀତଋତୁରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ନିୟମଗିରି ପାହାଡ଼ର ସବୁଜିମାଭରା ଅଙ୍କାବଙ୍କା ରାସ୍ତାଦେଇ ଯିବାବେଳେ ଶୀତର ସ୍ପର୍ଶ ଏବଂ ରାସ୍ତା ପାର୍ଶ୍ୱରେ କଦଳୀ ବଗିଚା, କମଳା, ହଳଦୀ, ଅଦା ବଗିଚାର ଦୃଶ୍ୟ ମଧ୍ୟ ମନକୁ କମ୍‌ ଛୁଇଁ ନ ଥାଏ। ଚାଟିକଣା ତଥା ନିୟମଗିରି ପାଦଦେଶରେ ରହିଥିବା ଶୈବପୀଠକୁ ଇକୋ ଟୁରିଜମ୍‌ କରିବା ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫଳକ ଲାଗିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସୁବିଧା କରାଯାଇନାହିଁ। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ବନ ବିଭାଗ ପକ୍ଷରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଇକୋ ଟୁରିଜମ୍‌ ନିମନ୍ତେ ମଞ୍ଜୁର କରାଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ତାହା ହୋଇପାରି ନ ଥିଲା। ଏବେ ବିଷମକଟକ ବ୍ଲକ୍‌ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ବ୍ୟୟରେ ଗଦ୍‌ଗଦା ଜଳପ୍ରପାତ ପରିସରର ଉନ୍ନତୀକରଣ କରାଯାଉଛି। ଏହି ଅଞ୍ଚଳର ବିକାଶ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍କରପୁର ସାହି ରାସ୍ତା ସିଲ୍‌ କଲା ବିଏମ୍‌ସି: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ୮୫ ପରିବାରକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୬ା୫: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଶଙ୍କରପୁର ସାହିକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଶୁକ୍ରବାର ବିଳମ୍ବିତ ରାତିରୁ ସିଲ୍‌ କରିଛି ବ୍ରହ୍ମପୁର ମହାନଗର ନିଗମ(ବିଏମସି)। ଶନିବାରଠାରୁ...

କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୪ ଗିରଫ: ଗଜପତିରୁ ଦିଲ୍ଲୀ ହେଉଥିଲା ଚାଲାଣ

ବ୍ରହ୍ମପୁର ଅଫିସ,୧୬।୯: ଗଜପତିରୁ ନିୟମିତ ବ୍ୟବଧାନରେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ନଜିର ରହିଛି। ଏହାକୁ ରୋକିବା ପାଇଁ ଉଭୟ ଅବକାରୀ ଓ ପୋଲିସ...

ଗଞ୍ଜାମ ଜିଲା: ୧୩୫ ଜଣଙ୍କ କୋଭିଡ -୧୯ ଟେଷ୍ଟ ରିପୋର୍ଟକୁ ଅପେକ୍ଷା, ୧୦୫ ନେଗେଟିଭ୍‌

ଛତ୍ରପୁର,୭ା୧(ଡି.ଏନ୍‌.ଏ.)- ବ୍ରହ୍ମପୁର ବଡମେଡିକାଲରେ କୋଭିଡ-୧୯ ସାମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଉଛି। ସୋମବାର ସନ୍ଧ୍ୟାସୁଦ୍ଧା ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ...

୮ ଭରିର ସୁନାଗହଣା ସହ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭବାନୀପାଟଣା,୨୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଇଛାପୁର ଗାଁରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୮ ଭରି ସୁନା ଗହଣା ସହ...

ବ୍ରହ୍ମପୁର ପୋଲିସ ଜିଲାରେ ୧୧୬ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ,୧୨ା୮- ଗଞ୍ଜାମ ଜିଲାରେ କରୋନା ଭୟାଭୟ ସ୍ଥିତିରେ ପହଞ୍ଚିଛି। ଅଗଷ୍ଟରେ ମଧ୍ୟ ଏଭଳି ସ୍ଥିତି ଜାରି ରହିଛି। ଏହିଧାରାରେ ବ୍ରହ୍ମପୁର ପୋଲିସ ଜିଲାରେ କରୋନା...

ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବରେ ଶ୍ରଦ୍ଧାଳୁଙ୍କ ସମାଗମ

ସୋରଡ଼ା,୧୧।୨(ଡି.ଏନ୍‌.ଏ.): ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବ ଅସୁରବନ୍ଧ ପଞ୍ଚାୟତର ଦନ୍ତଲିଙ୍ଗି ଗ୍ରାମରେ ଶୁଭାରମ୍ଭ ହୋଇଯାଇଛି। ମିଶନ ଧର୍ମ ସଂଘର ପ୍ରୋଭିନସିଆଲ ଫାଦର ମ୍ୟାଥୁ...

ଗୁରୁବାର ଭୋଟ ଗଣନା: କେନ୍ଦୁଝର ପ୍ରଶାସନର ପ୍ରସ୍ତୁତି ଶେଷ, କେନ୍ଦ୍ରଗୁଡ଼ିକୁ ମୋବାଇଲ ଫୋନ ମନା

କେନ୍ଦୁଝର,୨୨।୫(ସ୍ବ.ପ୍ର.): ଗୁରୁବାର ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଭୋଟ ଗଣନା କରାଯିବ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଅବଜର୍ଭର ଡ଼....

ପୁରୁଣା ବ୍ରହ୍ମପୁରରେ ମାଙ୍କଡ଼ ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଆହତ, ମାରିଦେବାକୁ ଅଞ୍ଚଳବାସୀଙ୍କ ଦାବି

ବ୍ରହ୍ମପୁର ଅଫିସ,୨୨ା୫: ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଗତ ଏକ ମାସ ହେଲା ଏକ ପାଗଳ ହନୁମାଙ୍କଡ଼ର ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ଼ଟି ସ୍ଥାନୀୟ...

Advertisement
Archives

Model This Week