ଜି୭ର ଶକ୍ତି ଜାଗରଣ

ଥରେ ନୋବେଲ ବିଜେତା ରାସାୟନଶାସ୍ତ୍ରବିତ୍‌ ରିଚାର୍ଡ ସ୍ମଲେଙ୍କୁ ଜରୁରୀଭିତ୍ତିରେ ବୈଶ୍ୱିକ ଆହ୍ବାନଗୁଡ଼ିକୁ ତାଲିକାଭୁକ୍ତ କରିବାକୁ କୁହାଯାଇଥିଲା। ଦାରିଦ୍ର୍ୟ, କ୍ଷୁଧା, ସଂଘର୍ଷ ଏବଂ ସଂସାଧନ ଉପଲବ୍ଧତାର ଚିରାଚରିତ ପ୍ରସଙ୍ଗକୁ ଦର୍ଶାଇବାବେଳେ ସେ ଶକ୍ତି ସୁରକ୍ଷାକୁ ତାଙ୍କ ତାଲିକାର ଶୀର୍ଷରେ ରଖିଥିଲେ। ସ୍ମଲେ ଯୁକ୍ତି ବାଢ଼ିଥିଲେ ଯେ, ଯଦି ଆମେ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣକୁ ନିଶ୍ଚିତ କରିପାରିବା ତେବେ ଅନ୍ୟ ସମସ୍ତ ଆହ୍ବାନକୁ ସମାଧାନ କରିବାରେ ସକ୍ଷମ ହେବା। ଏବେ ଜି୭ ଦେଶଗୁଡ଼ିକ ସେମାନଙ୍କ ଅର୍ଥ ବ୍ୟବସ୍ଥା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଉପରେ ଶକ୍ତି ଅସୁରକ୍ଷାର ବ୍ୟାପକ ପ୍ରଭାବକୁ ଅନୁଭବ କରୁଥିବାବେଳେ ସାରା ବିଶ୍ୱ ସ୍ମଲେଙ୍କ ଯୁକ୍ତି ଠିକ୍‌ ବୋଲି ଜାଣିପାରୁଛି। ଶକ୍ତି ସୁରକ୍ଷା ପରିପ୍ରେକ୍ଷୀରେ ଆମ ନିକଟରେ ଅନ୍ତର୍ଜାତୀୟ ବ୍ୟବସ୍ଥା କିମ୍ବା ବିଜ୍ଞାନ ଆଧାରିତ ନୀତି ନିର୍ଦ୍ଧାରଣର ସୀମିତ ଉପାୟ ରହିଛି। ଏଣୁ ଏବକାର ବୈଶ୍ୱିକ ଆର୍ଥିକ ସଙ୍କଟ ଏବଂ ୟୁକ୍ରେନ୍‌ରେ ଲାଗି ରହିଥିବା ଯୁଦ୍ଧ ଦ୍ୱାରା ହଠାତ୍‌ ସୃଷ୍ଟି ହୋଇଥିବା ଶକ୍ତି ଜାଗରଣ ଅଧିକ ଗଠନମୂଳକ କାର୍ଯ୍ୟକଳାପ ଏବଂ ଅନୁଭବ ଆଧାରିତ ଘରୋଇ ଶକ୍ତି ନୀତି ପାଇଁ ବାଟ କଢ଼ାଇ ନେବ ବୋଲିି ଆଶା କରାଯାଏ। ଜୁଲାଇ ୬ରେ ଆଣବିକ ଶକ୍ତି ଓ ପ୍ରାକୃତିକ ବାଷ୍ପକୁ ୟୁରୋପୀୟ ସଂଘ(ଇୟୁ)ର ବୈଜ୍ଞାନିକ ବର୍ଗୀକରଣ ନିୟମ ଅଧୀନରେ ପରିବେଶୀୟ ସହନୀୟ ଆର୍ଥିକ କାର୍ଯ୍ୟକଳାପ ଭାବେ ବର୍ଗୀକୃତ କରିବାରେ ୟୁରୋପିଆନ ପାର୍ଲାମେଣ୍ଟ ସମର୍ଥନ କଲାବେଳେ ଏକ ସୂଚନା ମିଳିଥିଲା। ଏହି ବିଧେୟକ ସପକ୍ଷରେ ୩୨୮ ଭୋଟ ମିଳିଥିଲାବେଳେ ବିପକ୍ଷରେ ମିଳିଥିଲା ୨୭୮ ଭୋଟ। ୩୩ ଜଣ ସପକ୍ଷରେ କିମ୍ବା ବିପକ୍ଷରେ ଭୋଟ ଦେଇନଥିଲେ। ଏହି ଭୋଟ କରାଯିବା ଏକ ଉତ୍ତମ ପଦକ୍ଷେପ। ଏଥିରେ ୟୁରୋପର ପରିବେଶଗତ କାର୍ଯ୍ୟକ୍ରମ ପାଇଁ ଏକ ବିର୍ତ୍ତନୀୟ ପରିବର୍ତ୍ତନକୁ ସୂଚାଉଥିବା ସାଧାରଣ ବିଚାରକୁ ଗ୍ରହଣ କରାଯାଇଥିଲା।
ଭୌଗୋଳିକ ବିଶେଷଜ୍ଞମାନେ ଶକ୍ତିକୁ ନେଇ ସାମାଜିକ ବିପଦ ସମ୍ପର୍କରେ ଯାହା କୁହନ୍ତି ଇୟୁର ଶକ୍ତି ନୀତିରେ ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ସମ୍ଭବତଃ ସବୁଠୁ ଉଲ୍ଲେଖନୀୟ ଯେ, ୨୦୧୧ରେ ଜାପାନରେ ଫୁକୁସୀମା ଦୁର୍ଘଟଣା ପରେ ଘରୋଇ ଆଣବିକ ଶକ୍ତି ପର୍ଯ୍ୟାୟକ୍ରମେ ବନ୍ଦ କରିବାରେ ଜର୍ମାନୀର ନିଷ୍ପତ୍ତି ଜାତିସଂଘ ବିଶେଷଜ୍ଞ କମିଟି ନିଷ୍କର୍ଷ ବିରୋଧରେ ଗଲା, କାରଣ ଉକ୍ତ କମିଟି ସବିଶେଷ ଡାଟା ରେକର୍ଡିଂର ୧୦ ବର୍ଷ ପରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ କ୍ୟାନ୍‌ସର ସହ ଏହି ଘଟଣାର ସମ୍ପର୍କ ନିର୍ଦ୍ଧାରଣ କରିପାରି ନାହିଁ। ଅପରପକ୍ଷେ ଜାପାନ ନିଜେ ଆଣବିକ ଶକ୍ତି ଉପତ୍ାଦନ ଜାରି ରଖିତ୍ଛି। ଉଭୟ ଜି ୭ ଏବଂ ଅନ୍ୟ ଦେଶରେ ରାଜନୈତିକ କ୍ଷେତ୍ରର ଦୁଇପକ୍ଷ(ବାମ ଓ ଦକ୍ଷିଣପନ୍ଥୀ) ଦ୍ୱାରା ଶକ୍ତି ଓ ପରିବେଶକୁ ନେଇ ନିଆଯାଉଥିବା ସାବଧାନତାପୂର୍ଣ୍ଣ ସିଦ୍ଧାନ୍ତକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନାହିଁ। ଏଭଳି ସ୍ଥିତି ବହୁ ସମୟରେ ନୀତି ନିର୍ଦ୍ଧାରଣରେ ବିଜ୍ଞାନର ବିଚାରଶୀଳ ଉପଯୋଗ ଠାରୁ ଅଧିକ ପ୍ରଭାବଶାଳୀ ହୋଇଯାଉଛି। କିନ୍ତୁ ଏବେ ଦକ୍ଷିଣପନ୍ଥୀ ୟୁରୋପୀୟ ରାଜନୀତିଜ୍ଞମାନେ ପରିବେଶୀୟ ନୀତି ଆଡକୁ ଢ଼ଳୁଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ସର୍ବିୟାର ଏକ ଲିଥିୟମ ମାଇନିଂ ପ୍ରୋଜେକ୍ଟ ରଦ୍ଦ କରିବା ଘଟଣାରେ ଏହା ଦେଖାଯାଇଛି। ଏହି ସମୟରେ ଆମେରିକାରେ ଗୁରୁତ୍ୱପୂର୍ଣ୍ଣ ମିନେରାଲ୍ସ ଉପରେ ସରକାରୀ ନିର୍ଦ୍ଦେଶର ପୁନରାବୃତ୍ତି ସତ୍ତ୍ୱେ ଅନେକ ପ୍ରୋଜେକ୍ଟ ପରିବେଶୀୟ ବିବାଦ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ନିକଟରେ ପାସ୍‌ ହୋଇଥିବା ଇନ୍‌ଫ୍ଲେଶନ ରିଡକ୍‌ସନ ଆକ୍ଟ ଲାଗୁ ହେବାରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। କାରଣ, ଏହାର ମାଇନିଂ ପ୍ରୋଭିଜନକୁ ବିରୋଧ କରିବାକୁ ପରିବେଶ ଲାଗି କାର୍ଯ୍ୟକରୁଥିବା ଗୋଷ୍ଠୀଗୁଡ଼ିକ ପ୍ରସ୍ତୁତ ହୋଇଗଲେଣି।
ଏବକାର ଜଳବାୟୁ ସମ୍ପର୍କିତ ଲଢ଼େଇ ତୀବ୍ର ହୋଇଛି। ଏହା ପ୍ରକୃତି ଏବଂ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ମଧ୍ୟରେ ଥିବା ସମ୍ପର୍କକୁ ନେଇ ଲୋକମାନଙ୍କ ବିଚାରଧାରାରେ ରହିଥିବା ମୌଳିକ ବିବାଦକୁ ପ୍ରକାଶ କରିଛି। ଜଳବାୟୁ ଉପରେ ଜୀବାଶ୍ମ ଇନ୍ଧନ ଶିଳ୍ପର ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଦୁଃଖପ୍ରକାଶ କରୁଥିଲାବେଳେ ସମୃଦ୍ଧ ଓ ସୁଖଦ ସମାଜ ଚାହଁୁଥିବା ଲୋକମାନଙ୍କର ଶକ୍ତି ଯୋଗାଣ ଦୃଷ୍ଟିକୋଣ ଏବକାର ସ୍ଥିତିରେ କୌଣସି ନିଷ୍ପତ୍ତିକୁ ଆଗକୁ ବଢ଼ିବାକୁ ଦେଉନାହିଁ। ପରିବେଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉତ୍ତମ ଲକ୍ଷ୍ୟ ରଖିଥିବା ଗ୍ରେଟା ଥନ୍‌ବର୍ଗଙ୍କ ଭଳି କର୍ମକର୍ତ୍ତାମାନେ ପରିବେଶ ସଚେତନତା ଜାଗ୍ରତ କରିବାରେ ବହୁତ ବଡ଼ କାମ କରିଛନ୍ତି। କିନ୍ତୁ ପରିବେଶଗତ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ବିଷୟରେ କିଛି କମ୍‌ ରହିଯାଇଛି।
ଶକ୍ତି ଯୋଗାଣ ପାଇଁ ବୃହତ୍‌ କୋଇଲା କିମ୍ବା ଆଣବିକ ପ୍ଲାଣ୍ଟର ଆବଶ୍ୟକତା ଉପରେ ବିଚାର କରାଯାଉ। ସୌର ଓ ବାୟୁ ଶକ୍ତି ପାଇଁ ରହିଥିବା ବ୍ୟାଟେରି ଫାର୍ମ କିମ୍ବା ଜଳବିଦ୍ୟୁତ୍‌ ଶକ୍ତି ନିମନ୍ତେ ଗଚ୍ଛିତ ଭିତ୍ତିଭୂମି ଅନୁପସ୍ଥିତିରେ କେବଳ ଆଣବିକ ଶକ୍ତି ଏବଂ ଜୀବାଶ୍ମ ଇନ୍ଧନ ଅତ୍ୟଧିକ ଶକ୍ତି ଯୋଗାଇ ଦେବାର କ୍ଷମତା ରହିଛି ବୋଲି ଅନେକ ଜୀବାଶ୍ମ ଇନ୍ଧନ ସମଥର୍ର୍କ କହନ୍ତି। କିନ୍ତୁ ଏହା ଉପରେ କମ୍‌ ଧ୍ୟାନ ଦେଉଛନ୍ତି। ଏହି ଭିତ୍ତିଭୂମି ଲାଗି ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଧାତବ ଉତ୍ତୋଳନ ପାଇଁ ଅନୁମତି ଦେବା ଲାଗି ପରିବେଶବିତ୍‌ମାନେ ସହମତି ପ୍ରକାଶ କରିବା ଦରକାର। ଶକ୍ତି ଚାହିଦା ଲାଗି ଏହାର ରିସାଇକିଲିଂ ଏବଂ ଏକ ଚକ୍ରୀୟ ଅର୍ଥ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ଦରକାର। ଏଥିପାଇଁ ପ୍ରାରମ୍ଭିକ ସ୍ତରରେ ରିସାଇକେଲ କରିବାକୁ ଅଧିକ ଜିନିଷ ଗଚ୍ଛିତ ରଖିବାକୁ ପଡ଼ିବ। ଅନ୍ୟ ପକ୍ଷରେ ଖୁବ୍‌ ସହଜରେ ରିସାଇକେଲ ହୋଇପାରୁଥିବା ଉପତ୍ାଦ ପ୍ରସ୍ତୁତ କରିବାର ଆହ୍ବାନକୁ ଗ୍ରହଣ କରିବାକୁ ହେବ। ଏଣୁ ଏକ ନୂଆ ଟେକ୍‌ନୋଲୋଜି ନିମନ୍ତେ ଉପଯୋଗିତା, ରିସାଇକେଲ ଏବଂ ନୂତନତ୍ୱ ମଧ୍ୟରେ କିଭଳି ସନ୍ତୁଳନ ରକ୍ଷା କରାଯାଇପାରିବ ତା’ର ମୂଲ୍ୟାୟନ କରିବା ଆବଶ୍ୟକ।
ବ୍ୟାପକ ପ୍ରଯୁକ୍ତିଗତ ସମସ୍ୟା ଏବଂ ଚାଇନା ଓ ରୁଷିଆ ସହ ଜି୭ ଦେଶଗୁଡ଼ିକ ମଧ୍ୟରେ ଲାଗିରହୁଥିବା ଉତ୍ତେଜନାକୁ ଦେଖିଲେ ଶକ୍ତି ନୀତିର ସମନ୍ବୟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଜି୭ ଦେଶଗୁଡ଼ିକ ପ୍ରଥମେ ଉତ୍ସର ବିବିଧ କ୍ଷେତ୍ରରେ ନିବେଶକୁ ମାର୍ଗଦର୍ଶନ କରିବା ଲାଗି ଶକ୍ତି ସୁରକ୍ଷା ଉପରେ ଏକ ବୈଜ୍ଞାନିକ ପ୍ୟାନେଲ ଗଠନ କରିବାକୁ ହେବ। ଦେଶର ରାଜନୈତିକ ବିରଧାରାକୁ ବାଦ୍‌ ଦେଇ କେବଳ ବୈଜ୍ଞାନିକ ଓ ଇଞ୍ଜିନିୟରିଂ ଉପରେ ପ୍ୟାନେଲର କାର୍ଯ୍ୟ କେନ୍ଦ୍ରିତ ହେବା ଉଚିତ। ପ୍ୟାନେଲର ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ପ୍ରତିଷ୍ଠିତ ସଂସ୍ଥା ସମେତ ଜାତୀୟ ଆଇନ ମଧ୍ୟ ଦରକାର ହୋଇପାରେ। ୨୦୨୩ରେ ଜାପାନରେ ଜି୭ ସମ୍ମିଳନୀ ଅନୁଷ୍ଠିତ ହେବ। ଗୋଟିଏ ବର୍ଷରୁ କମ୍‌ ସମୟ ଥିଲେ ବି ଜାପାନ ଶକ୍ତି ସୁରକ୍ଷା ଓ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନେଇଛି।
ଜଳବାୟୁ ପରିବର୍ତ୍ତନ ରୋକିବା ଏବଂ ଶକ୍ତି ସୁରକ୍ଷା କରିବା ଲାଗି ସମାଧାନର ବାଟ ଦୀର୍ଘମିଆଦୀ ଯୋଜନା ମାଧ୍ୟମରେ ପ୍ରସ୍ତୁତ କରାଯିବା ଉଚିତ। ଏହା ପ୍ରକୃତିର ମୌଳିକ ନିୟମ ସହ ଅନୁକୂଳ ହେବା ଦରକାର , ରାଜନୈତିକ ଫାଇଦା ଲାଗି ନୁହେଁ। ଏବେ କାର୍ଯ୍ୟ କରୁଥିବା ଏନର୍ଜି ଚାର୍ଟର ଟ୍ରିଟି, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି କିମ୍ବା ଅନ୍ତର୍ଜାତୀୟ ଅକ୍ଷୟଶକ୍ତି ଏଜେନ୍ସିର ଆଇନ ବା ନିର୍ଦ୍ଦେଶର ଅଭାବ ରହିଛି ଓ ଏବକାର ସ୍ଥିତିରୁ ଅନେକ ସଦସ୍ୟ ଲାଭବାନ୍‌ ହେଉଛନ୍ତି। ଅନ୍ୟପକ୍ଷରେ ଏକ ମାନକ ସ୍ଥିର କରିବାର ଜି୭ର ମଧ୍ୟ କ୍ଷମତା ରହିଛି। ବିଶ୍ୱର ପ୍ରମୁଖ ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକ ପାଇଁ ଏହି ମାନକ ଶକ୍ତି ସୁରକ୍ଷା କରିବା ସହ ଏହାକୁ ଅନୁକରଣ କରିବାକୁ ଅନ୍ୟ ଦେଶଗୁଡ଼ିକ ପାଇଁ ଏକ ସଙ୍ଗତ ବିଜ୍ଞାନ ଆଧାରିତ ମଡେଲ ସୃଷ୍ଟି କରିବ।

– ସଲିମ୍‌ ଏଚ.ଅଲି
ପ୍ରାଧ୍ୟାପକ (ଶକ୍ତି ଓ ପରିବେଶ), ଡିଲାଓ୍ବେର ବିଶ୍ୱବିଦ୍ୟାଳୟ, ଆମେରିକା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?