ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ମହାଆଡ଼ମ୍ବରରେ ପାଳିତ ହୋଇଛି । ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ସ୍ଥାନୀୟ ବ୍ଲକ ତଥା ପୋଲିସ ଥାନା ଅନ୍ତର୍ଗତ ସମସ୍ତ ପ୍ରାର୍ଥନା ଗୃହ ଓ ଚର୍ଚ୍ଚ ଗୁଡ଼ିକ ରଙ୍ଗ ବେରଙ୍ଗର ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ ହୋଇଛି। ମୁଖ୍ୟତଃ ସ୍ଥାନୀୟ ସହରର ନୂଆସାହି ବାପଟିଷ୍ଟ ଚର୍ଚ୍ଚ, ମାଲିକାପଡ଼ି ବାପଟିଷ୍ଟ ଚର୍ଚ୍ଚ, କନବାଗିରି ବାପଟିଷ୍ଟ ଚର୍ଚ୍ଚ, ସିଏନଆଇ ଚର୍ଚ୍ଚ, କୁମ୍ଭାରକୁପା ଓ ସୁକାନାଣ୍ଡା କାଥଲିକ୍ ଚର୍ଚ୍ଚ, ଗ୍ରେସିଙ୍ଗିଆ, ତେଲିଙ୍ଗିଆ, କଳିଙ୍ଗା ର ସମସ୍ତ ଚର୍ଚ୍ଚ, ପ୍ରାର୍ଥନା ଗୃହ ସବୁଠାରେ ସହ ସହ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ନୂତନ ବସ୍ତ୍ର ପରିଧାନ ସହ ଆଧ୍ଯାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା।

ଏହି ମହାପର୍ବରେ ଖୁସିର ଉଦ୍ଦୀପନା ସହ ପ୍ରାର୍ଥନା, ଭକ୍ତି ସଙ୍ଗୀତ, ଯୁବ ପିଢ଼ିଙ୍କ ନାଚ ଗୀତ ସହ ମହାଆନନ୍ଦରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ପାଳନ କରାଯାଇଛି । ସମସ୍ତ ଚର୍ଚ୍ଚ ଗୁଡ଼ିକରେ ପାଳକ ଓ ବକ୍ତାମାନଙ୍କ ଦ୍ଵାରା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ଵ, ମାନବ ସମାଜର ସେବା, ଯୀଶୁଙ୍କ ମୃତ୍ୟୁ, ପୁନରୁତ୍ଥାନ ଓ ଭବିଷ୍ୟତରେ ହେବାକୁ ଥିବା ଯୀଶୁଖ୍ରୀଷ୍ଟଙ୍କ ଦିତ୍ୱୀୟ ଆଗମନ ବିଷୟରେ କହିବା ସହ ପବିତ୍ର ବାଇବଲରେ ଲିଖିତ ବାକ୍ୟ ପଠନ କରି ଉପଦେଶ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି । ଅଞ୍ଚଳରେ ଅତି ଆନନ୍ଦ ଉଲ୍ଲାସରେ ବଡ଼ଦିନ ପାଳନ ହୋଇଥିବା ବେଳେ ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶିଙ୍କ ତତ୍ତ୍ଵାବଧାନରେ ପୋଲିସ ଆଇଆଇସି ବିଜୟ କୁମାର ସ୍ଵାଇଁଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଚର୍ଚ୍ଚ ଗୁଡ଼ିକରେ ପୋଲିସ ବାହିନୀ ଉପସ୍ଥିତ ଥିଲେ । ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ଥାନା ଅନ୍ତର୍ଗତ ଅଞ୍ଚଳରେ କୌଣସି ବିଶୃଙ୍ଖଳା ଘଟିନଥିବା ବେଳେ ଶାନ୍ତି ଶୃଙ୍ଖଳାରେ ଖ୍ରୀଷ୍ଟ ସମ୍ପ୍ରଦାୟର ବଡ଼ ଉତ୍ସବ ଖ୍ରୀଷ୍ଟମାସ ବା ବଡ଼ଦିନ ପାଳିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri