ଜି-୭ ହେଲେ ଏକଜୁଟ, ରୁଷିଆରୁ ତେଲ ଆମଦାନୀ ବନ୍ଦ ନିଷ୍ପତ୍ତି…

ଲଣ୍ଡନ, ୯।୫ : ୟୁକ୍ରେନ ବିରୁଦ୍ଧରେ ରୁଷିଆର ଆକ୍ରମଣ ଜାରି ରହିଛି। ଅପରପକ୍ଷରେ, ଆମେରିକା, ଜର୍ମାନୀ ସମେତ ଅନେକ ଦେଶ ରୁଷିଆ ଯୁଦ୍ଧ ଶେଷ ନକରିବାରୁ କ୍ରୋଧିତ ହୋଇ ପ୍ରତିବନ୍ଧକ ଲଗାଇଛନ୍ତି। ଏପରିସ୍ଥଳେ ଜି -୭ଦେଶର ନେତାମାନେ ରବିବାର ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବାକୁ ପ୍ରତିଶୃତି ଦେଇଛନ୍ତି।

ଦଳର ନେତାମାନେ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇ ତାଙ୍କୁ ସମର୍ଥନ ଜଣାଇଛନ୍ତି। ଜି -୭ ରେ ଆମେରିକା, ବ୍ରିଟେନ, କାନାଡା, ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ଜାପାନ ଅନ୍ତର୍ଭୁକ୍ତ।
ଜି -୭ ଏକ ବିବୃତ୍ତିରେ କହିଛି ଯେ ରୁଷିଆରୁ ତେଲ ଆମଦାନୀ ବନ୍ଦ ହେବା ଦ୍ୱାରା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୂଖ୍ୟ ଉପକରଣ ନଷ୍ଟ ହୋଇଯିବ ଏବଂ ଯୁଦ୍ଧ ଲଢ଼ିବା ପାଇଁ ଅର୍ଥ ସରିଯିବ।

ଜି -୭ ନେତା ଏବଂ ଜେଲେନସ୍କିଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆ ବିରୋଧରେ ଆମେରିକା ମଧ୍ୟ ନୂଆ କଟକଣା ଘୋଷଣା କରିଛି। ପାଶ୍ଚାତ୍ୟ ବାଣିଜ୍ୟକୁ ରୁଷିଆର ତିନୋଟି ବଡ ଟେଲିଭିଜନ ଷ୍ଟେଶନକୁ ବିଜ୍ଞାପନ ପ୍ରଦାନ ବନ୍ଦ କରାଯିବ। ଆମେରିକାର ଆକାଉଣ୍ଟିଂ ଫର୍ମ କୌଣସି ରୁଷିଆ ସେବାକୁ ଯୋଗାଇ ଦିଆଯିବ ନାହିଁ। ରୁଷିଆ ଶିଳ୍ପ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେବା ବନ୍ଦ ଏବଂ ଅତିରିକ୍ତ ପ୍ରତିବନ୍ଧକ ଲଗାଇବା ଆଦି ନୂତନ କଟକଣା ମଧ୍ୟରେ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ବୋମା ତିଆରି ପାଇଁ ଏଆଇ ପ୍ଲାଟ୍‌ଫର୍ମ ବ୍ୟବହାର କରିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୫ା୫(ପି.ଟି.):ଦିଲ୍ଲୀ ଲାଲ୍‌କିଲ୍ଲା ବିସ୍ଫୋରଣ ମାମଲାରେ ଚାର୍ଜଶିଟ୍‌ ହୋଇଥିବା ଅଭିଯୁକ୍ତଙ୍କର ବୈଶ୍ୱିକ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ସହ ସମ୍ପୃକ୍ତି ରହିଛି ଓ ସେ ବୋମା ପ୍ରସ୍ତୁତି ପାଇଁ ଆର୍ଟିଫିସିଆଲ…

ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫ା୫: ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରୁଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହଠାତ୍‌…

ଭାରତକୁ ଟାର୍ଗେଟ କରାଯାଇନି: ରୁବିଓ

ନୂଆଦିଲ୍ଲୀ,୨୫ା୫(ପି.ଟି.): ଭାରତ ଓ ଆମେରିକା ମଧ୍ୟରେ ବହୁପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବାକୁ ଯାଉଛି, ଯାହା ଉଭୟ ଦେଶ ପାଇଁ ଲାଭଦାୟକ ଏବଂ ସ୍ଥାୟୀ ହେବ…

Petrol-Diesel Price Hike: ଗ୍ରାହକଙ୍କୁ ଜୋରଦାର ଝଟକା, ୧୦ ଦିନରେ ପୁଣିଥରେ ବଢିଳା ତୈଳ ଦର

ନୂଆଦିଲ୍ଲୀ,୨୫।୫: ଆଜି ଅର୍ଥାତ ସୋମବାର ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ୨୫ ମଇ, ୨୦୨୬ ସକାଳ ୬ଟାରୁ ନୂଆ ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri