ଫ୍ୟୁଜନ୍‌ ଫ୍ୟାଶନ

ବିଭିନ୍ନ ଓ୍ବେଷ୍ଟର୍ନ ସହିତ ଇଣ୍ଡିଆନ୍‌ ପୋଷାକର ଫ୍ୟୁଜନ୍‌ ବର୍ତ୍ତମାନ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଆଉ ଏହି ଫ୍ୟାଶନକୁ ନେଇ ଏକ୍ସପେରିମେଣ୍ଟ କରିବାରେ ସବୁଠୁ ଆଗରେ ଅଛନ୍ତି  ଯୁବପିଢ଼ି…

ଦିନକୁ ଦିନ ଫ୍ୟୁଜନ୍‌ ଫ୍ୟାଶନ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ଏହାର ବଢୁଥିବା ଡିମାଣ୍ଡକୁ ଆଖି ଆଗରେ ରଖି ଅନେକ ବଡ଼ବଡ଼ ଫ୍ୟାଶନ୍‌ ଡିଜାଇନର ଏବଂ ଫ୍ୟାଶନ୍‌ ବ୍ରାଣ୍ଡଗୁଡ଼ିକ ବିଭିନ୍ନ ଇଣ୍ଡିଆନ୍‌ ଟ୍ରାଡିସ୍‌ନାଲ୍‌ ପୋଷାକ ସହିତ ଓ୍ବେଷ୍ଟର୍ନ ଓ୍ବେର୍‌କୁ ମିକ୍ସ ମ୍ୟାଚ୍‌ କରି ହେଉ କିମ୍ବା ଏହାକୁ ଫ୍ୟୁଜନ୍‌ କରି ଲାଟେଷ୍ଟ ଡିଜାଇନ୍‌ର ପୋଷାକ ମଧ୍ୟ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏଭଳି ଫୁଜନ୍‌ ଆଉଟ୍‌ଫିଟ୍‌କୁ ଅଧିକ ପସନ୍ଦ କରୁଛନ୍ତି ଆଜିର ଯୁବପିଢ଼ି। କେବଳ ଆମ ଦେଶରେ ନୁହେଁ, ଏଭଳି ଇଣ୍ଡୋ-ଓ୍ବେଷ୍ଟର୍ଣ୍ଣ ଫ୍ୟୁଜନ୍‌ ଫ୍ୟାଶନ୍‌ର ଡିମାଣ୍ଡ ବର୍ତ୍ତମାନ ବାହାର ଦେଶଗୁଡ଼ିକରେ ମଧ୍ୟ ବଢ଼ିବାରେ ଲାଗିଛି।
ବଦଳିଛି ଟ୍ରାଡ଼ିଶନାଲ ଫ୍ୟାବ୍ରିକ୍‌ର ଅନ୍ଦାଜ: ଦିନ ଥିଲା ପାଟ ବା ବିଭିନ୍ନ ସିଲ୍କ, ସମ୍ବଲପୁରୀ, ଚିକନ୍‌କରି, କଲମକରି, ପସ୍‌ମୀନା, ଚନ୍ଦେରୀ, ପଇଠାନି, ଫୁଲକାରି, ଇକତ୍‌, କାଞ୍ଜିବରମ୍‌ ଖଦି ଭଳି କେବଳ କୁର୍ତ୍ତୀ, ପାଇଜାମା, ଶାଢ଼ି ଆଦି ପ୍ରସ୍ତୁତ ହେଉଥିଲା। ହେଲେ ବର୍ତ୍ତମାନ ଏସବୁକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଷ୍ଟାଇଲିଶ୍‌ ଜ୍ୟାକେଟ୍‌, ଓ୍ବେଷ୍ଟ କୋଟ୍‌, ଡିଜାଇନର୍‌ ଟପ୍ସ, ସ୍କଟ୍‌, ପ୍ଲାଜୋ, ସେପାରେଟର୍ସ ଏବଂ ନୂଆ ଡିଜାଇନର ଶାଢ଼ି ପ୍ରସ୍ତୁତ କରାଯାଉଛି, ଯାହା କେବଳ ଦେଖିବାକୁ ଆକର୍ଷଣୀୟ ଲାଗୁନାହିଁ ପିନ୍ଧିବାକୁ ମଧ୍ୟ ବେଶ୍‌ ଆରାମଦାୟକ ଲାଗୁଛି। ଆମ ରାଜ୍ୟରେ ରିମ୍‌ଲୀ ମହାନ୍ତି, ନିକିତା ନାୟକ, ଧୀରେନ୍ଦ୍ର ପ୍ରତିପ ସିଂଦେଓ ଏବଂ ରୋଶନ ସାହୁ, ଜ୍ୟୋଷ୍ଣା ଦାଶ, ରଶ୍ମୀ ମହାପାତ୍ରଙ୍କ ଭଳି ଫ୍ୟାଶନ୍‌ ଡିଜାଇନର୍‌ମାନେ ଏଭଳି ଟ୍ରାଡ଼ିଶନାଲ ଫ୍ୟାବ୍ରିକ୍‌କୁ ନେଇ ବିଭିନ୍ନ ଲାଟେଷ୍ଟ ଡିଜାଇନ୍‌ର ଫ୍ୟୁଜନ୍‌ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିବା ରିତୁ କୁମାର, ମନୀଷ ମାଲହୋତ୍ରା, ସନ୍ଦୀପ୍‌ ଖୋସ୍‌ଲା, ବିଭୁ ମହାପାତ୍ରଙ୍କ ଭଳି ବଡ଼ବଡ଼ ଫ୍ୟାଶନ୍‌ ଡିଜାଇନରମାନେ ମଧ୍ୟ ଏହାକୁ ବିଭିନ୍ନ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଫ୍ୟୁଜନ୍‌ କରି ନୂଆନୂଆ ଡିଜାଇନ୍‌ ପ୍ରସ୍ତୁତ କରୁଛନ୍ତି। ତେବେ ଏଭଳି ଫ୍ୟୁଜନ୍‌ ଦ୍ୱାରା ନା କେବଳ ଟ୍ରାଡ଼ିଶନାଲ ଫ୍ୟାବ୍ରିକ୍‌ର ଅନ୍ଦାଜ ବଦଳିଯାଇଛି ବରଂ ଏସବୁ ବେଶ୍‌ ଆଇ କ୍ୟାଚି ହେବା ସହ ଖୁବ୍‌ ଲୋକପ୍ରିୟ ମଧ୍ୟ ହୋଇପାରୁଛି।
ଟ୍ରେଣ୍ଡ ପାଲଟୁଛି ଇଣ୍ଡୋ-ଓ୍ବେଷ୍ଟର୍ନ ଫ୍ୟୁଜନ୍‌: ବର୍ତ୍ତମାନ ଇଣ୍ଡିଆନ୍‌ ଫେବ୍ରିକ୍‌ରେ ପ୍ରସ୍ତୁତ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ହେଉ ଅବା ଓ୍ବେଷ୍ଟର୍ଣ୍ଣ ସହିତ ଟ୍ରାଡ଼ିଶନାଲ ଇଣ୍ଡିଆନ୍‌ ପୋଷାକକୁ ମିକ୍ସ ମ୍ୟାଚ୍‌ କରି ଦିଆଯାଉଥିବା ଲାଟେଷ୍ଟ ଡିଜାଇନ୍‌ ଅଧିକ ଆଇ କ୍ୟାଚି ଲାଗୁଛି। ତେଣୁ ଏହାର ଡିମାଣ୍ଡ କେବଳ ଆମ ଦେଶ ନୁହେଁ ବିଦେଶରେ ମଧ୍ୟ ବଢୁଥିବାର ଦେଖିବାକୁ ମିଳୁଛି। ପ୍ରଥମେ ଏଭଳି ପୋଷାକ ହ୍ୟାଣ୍ଡଲୁମ୍‌ ଏକ୍‌ଜିବିଶନ୍‌ ବା ହସ୍ତତନ୍ତ ପ୍ରଦର୍ଶନୀମାନଙ୍କରେ ଉପଲବ୍ଧ ହେଉଥିଲା। ହେଲେ ଏହାର ବର୍ଦ୍ଧିତ ଚାହିଦାକୁ ଆଖିଆଗରେ ରଖି ବର୍ତ୍ତମାନ ଅଧିକାଂଶ ଶପିଂମଲ୍‌, ଗାମେଣ୍ଟ ଶୋ’ ରୁମ୍‌, ଫ୍ୟାଶନ୍‌ ହାଉସ୍‌, ବୁଟିକ୍‌ ଏବଂ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ଗୁଡ଼ିକରେ ଏହା ସହଜରେ ମିଳି ପାରୁଛି। ଏମିତିକି ଅନେକ ଫ୍ୟାଶନ୍‌ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଇଣ୍ଡୋ-ଓ୍ବେଷ୍ଟର୍ନ ଫ୍ୟୁଜନ ପୋଷାକକୁଡ଼ିକ ଲାଗି ସ୍ବତନ୍ତ୍ର ଶପିଂ ସାଇଟ୍‌ ମଧ୍ୟ ରହିଛି। ବର୍ତ୍ତମାନ କେବଳ ପର୍ବପର୍ବାଣି, ବିବାହ କିମ୍ବା କୌଣସି ଉତ୍ସବରେ ନୁହେଁ, ଏବେ ବଡ଼ବଡ଼ ଫ୍ୟାଶନ୍‌ ଶୋ’ରେ ବି ମଡେଲ୍‌ମାନେ ସିଲ୍କ ପୋଷାକରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବାର ଦେଖିବାକୁ ମିଳୁଛି। ବନାରସୀ ସିଲ୍କ କେବଳ ଶାଢ଼ିରେ ସୀମିତ ନାହିଁ ଏହାକୁ ପୁରୁଷମାନଙ୍କ ପାଇଜାମା, ସେରଓ୍ବାନୀ ଏବଂ ଡିଜାଇନର୍‌ କୋଟ୍‌ ଆଦିରେ ଅଧିକ ବ୍ୟବହାର କରାଯାଉଛି। ଯାହାକି ଅପେକ୍ଷାକୃତ ଟ୍ରେଣ୍ଡି ଲୁକ୍‌ ଦେଉଥିବାରୁ ଯୁବପିଢି ଏହାକୁ ବେଶି ପସନ୍ଦ କରୁଛନ୍ତି। ନୀତା ଲୁଲା, ରିତୁ କୁମାର ଏବଂ ଅନ୍ୟ ନାମୀ ଫ୍ୟାଶନ୍‌ ଡିଜାଇନରମାନେ ଏଭଳି ସିଲ୍କ ଫ୍ୟାବ୍ରିକ୍‌କୁ ନେଇ ନୂଆନୂଆ ଏକ୍ସପେରିମେଣ୍ଟ କରୁଛନ୍ତି, ଯାହାକି ବେଶ୍‌ ଲୋକାଦୃତ ହୋଇପାରୁଛି।
ମିକ୍ସ ମ୍ୟାଚ୍‌ ସାଜୁଛି ଲାଟେଷ୍ଟ ଟ୍ରେଣ୍ଡ: ବର୍ତ୍ତମାନ ଓ୍ବେଷ୍ଟର୍ଣ୍ଣ ଆଉଟ୍‌ଫିଟ୍‌କୁ ଭାରତୀୟ ଝଲକ ଦେବା ଲାଗି କେହି କେହି କେହ୍ଲାପୁରୀ ଜୁତି କିମ୍ବା ଅନ୍ୟ ଏଥିନିକ ଫୁଟ୍‌ଓ୍ବେର, ଷ୍ଟୋଲ୍‌, ସ୍କାର୍ଫ, ଏବଂ ଟ୍ରାଡିଶନାଲ୍‌ ତଥା ଟ୍ରାଇବାଲ୍‌ ଜୁଏଲେରୀ ଭଳି ଟ୍ରାଡିଶନାଲ ଆସେସରିଜ୍‌ ବ୍ୟବହାର କରୁଛନ୍ତି। ସେହିପରି ଇଣ୍ଡିଆନ୍‌ ଡ୍ରେସ୍‌ ସହିତ ଓ୍ବେଷ୍ଟର୍ଣ୍ଣ ଆସେସରିଜ୍‌ ଯେପରି ଶାଢୀ ସାଙ୍ଗକୁ ଲଙ୍ଗ୍‌ କୋଟ କିମ୍ବା ଧୋତିପ୍ୟାଣ୍ଟ, ଚୁଡିଦାର କୁର୍ତ୍ତା ସାଙ୍ଗକୁ ଡିଜାଇନର ଜ୍ୟାକେଟ୍‌, ଷ୍ଟାଇଲିସ୍‌ ଫୁଟଓ୍ବେର ଆଦି ମିକ୍ସ ମ୍ୟାଚ୍‌ କରି ପିନ୍ଧିବା ବି ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି।

 

ଅଧିକ ଆଇ କ୍ୟାଚି ହୋଇପାରୁଛି
ଯଦିଓ ପ୍ରତ୍ୟେକ ପାରମ୍ପରିକ ବେଶ ପୋଷାକର ମର୍ଜଦା ଅଲଗା, ହେଲେ ସବୁବେଳେ ଏସବୁ ପିନ୍ଧିଲେ ବୋର୍‌ ଲାଗେ। ତେଣୁ ବିଭିନ୍ନ ଭେରାଇଟି, ପାଟର୍ନ ଏବଂ ଷ୍ଟାଇଲ୍‌ର ଆଉଟ୍‌ଫିଟ୍‌କୁ ନେଇ ଏକ୍ସପେରିମେଣ୍ଟ କରିବାକୁ ମୋତେ ଭଲ ଲାଗେ। ଏମିତିରେ ମାର୍କେଟ୍‌ରେ ମିଳୁଥିବା ଭଳିକି ଭଳି ଅଧିକ ଆଇକ୍ୟାଚି ଲାଗୁଥିବା ଇଣ୍ଡୋ-ଓ୍ବେଷ୍ଟର୍ନ ଫ୍ୟୁଜନ୍‌ ଓ୍ବେର୍‌ ମୋର ପ୍ରଥମ ପସନ୍ଦ ପାଲଟିଛି। ବିଭିନ୍ନ ଅନ୍‌ଲାଇନ୍‌ ସାଇଟ୍‌ରୁ ଏଭଳି ଡ୍ରେସ୍‌ ମଗାଉଛି। ବର୍ତ୍ତମାନ ସମ୍ବଲପୁରୀ କପଡ଼ାରେ ପସ୍ତୁତ ବିଭିନ୍ନ କୁର୍ତ୍ତୀ, ଟପ୍ସ ଆଦି ବ୍ୟବହାର କରୁଛି।
– ଭାଗ୍ୟଶ୍ରୀ ପ୍ରଧାନ, ଛାତ୍ରୀ, ବାଲେଶ୍ୱର
ଅପେକ୍ଷାକୃତ ଟ୍ରେଣ୍ଡି ଲାଗୁଛି
ଇଣ୍ଡିଆନ୍‌ ସହିତ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ର ଫ୍ୟୁଜନ୍‌ ସତରେ ବେଶ୍‌ ଷ୍ଟାଇଲିସ୍‌ ଲାଗୁଛି। ତେଣୁ କୌଣସି ପାର୍ଟି, ଫଙ୍କସନ୍‌ ଥିଲେ ଜିନ୍ସ, ଶାର୍ଟ ସହିତ ଟ୍ରାଡ଼ିଶନାଲ୍‌ ଫ୍ୟାବ୍ରିକ୍‌ରେ ପ୍ରସ୍ତୁତ ଡିଜାଇନର୍‌ ଜ୍ୟାକେଟ୍‌କୁ ମିକ୍ସ ମ୍ୟାଚ୍‌ କରି ପିନ୍ଧୁଛି। ଅଧିକ ଷ୍ଟାଇଲିସ୍‌ ଏବଂ ଫ୍ୟାଶନେବଲ୍‌ ଲୁକ୍‌ ପାଇଁ ଏହା ସହ ଟ୍ରାଡିସନାଲ୍‌ ଫୁଟ୍‌ଓ୍ବେର ଏବଂ ଡ଼ିଜାଇନର ଆସେସରିଜ୍‌ ବି ବ୍ୟବହାର କରୁଛି। ଏଭଳି ଫ୍ୟାଶନ୍‌ ଫ୍ୟୁଜନ୍‌ ଅପେକ୍ଷାକୃତି ଟ୍ରେଣ୍ଡି ଲାଗୁଛି।
– ମନୋଜ ସାମନ୍ତ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri