ଫ୍ୟୁଜନ୍‌ ଫ୍ୟାଶନ

ବିଭିନ୍ନ ଓ୍ବେଷ୍ଟର୍ନ ସହିତ ଇଣ୍ଡିଆନ୍‌ ପୋଷାକର ଫ୍ୟୁଜନ୍‌ ବର୍ତ୍ତମାନ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଆଉ ଏହି ଫ୍ୟାଶନକୁ ନେଇ ଏକ୍ସପେରିମେଣ୍ଟ କରିବାରେ ସବୁଠୁ ଆଗରେ ଅଛନ୍ତି  ଯୁବପିଢ଼ି…

ଦିନକୁ ଦିନ ଫ୍ୟୁଜନ୍‌ ଫ୍ୟାଶନ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ଏହାର ବଢୁଥିବା ଡିମାଣ୍ଡକୁ ଆଖି ଆଗରେ ରଖି ଅନେକ ବଡ଼ବଡ଼ ଫ୍ୟାଶନ୍‌ ଡିଜାଇନର ଏବଂ ଫ୍ୟାଶନ୍‌ ବ୍ରାଣ୍ଡଗୁଡ଼ିକ ବିଭିନ୍ନ ଇଣ୍ଡିଆନ୍‌ ଟ୍ରାଡିସ୍‌ନାଲ୍‌ ପୋଷାକ ସହିତ ଓ୍ବେଷ୍ଟର୍ନ ଓ୍ବେର୍‌କୁ ମିକ୍ସ ମ୍ୟାଚ୍‌ କରି ହେଉ କିମ୍ବା ଏହାକୁ ଫ୍ୟୁଜନ୍‌ କରି ଲାଟେଷ୍ଟ ଡିଜାଇନ୍‌ର ପୋଷାକ ମଧ୍ୟ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏଭଳି ଫୁଜନ୍‌ ଆଉଟ୍‌ଫିଟ୍‌କୁ ଅଧିକ ପସନ୍ଦ କରୁଛନ୍ତି ଆଜିର ଯୁବପିଢ଼ି। କେବଳ ଆମ ଦେଶରେ ନୁହେଁ, ଏଭଳି ଇଣ୍ଡୋ-ଓ୍ବେଷ୍ଟର୍ଣ୍ଣ ଫ୍ୟୁଜନ୍‌ ଫ୍ୟାଶନ୍‌ର ଡିମାଣ୍ଡ ବର୍ତ୍ତମାନ ବାହାର ଦେଶଗୁଡ଼ିକରେ ମଧ୍ୟ ବଢ଼ିବାରେ ଲାଗିଛି।
ବଦଳିଛି ଟ୍ରାଡ଼ିଶନାଲ ଫ୍ୟାବ୍ରିକ୍‌ର ଅନ୍ଦାଜ: ଦିନ ଥିଲା ପାଟ ବା ବିଭିନ୍ନ ସିଲ୍କ, ସମ୍ବଲପୁରୀ, ଚିକନ୍‌କରି, କଲମକରି, ପସ୍‌ମୀନା, ଚନ୍ଦେରୀ, ପଇଠାନି, ଫୁଲକାରି, ଇକତ୍‌, କାଞ୍ଜିବରମ୍‌ ଖଦି ଭଳି କେବଳ କୁର୍ତ୍ତୀ, ପାଇଜାମା, ଶାଢ଼ି ଆଦି ପ୍ରସ୍ତୁତ ହେଉଥିଲା। ହେଲେ ବର୍ତ୍ତମାନ ଏସବୁକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଷ୍ଟାଇଲିଶ୍‌ ଜ୍ୟାକେଟ୍‌, ଓ୍ବେଷ୍ଟ କୋଟ୍‌, ଡିଜାଇନର୍‌ ଟପ୍ସ, ସ୍କଟ୍‌, ପ୍ଲାଜୋ, ସେପାରେଟର୍ସ ଏବଂ ନୂଆ ଡିଜାଇନର ଶାଢ଼ି ପ୍ରସ୍ତୁତ କରାଯାଉଛି, ଯାହା କେବଳ ଦେଖିବାକୁ ଆକର୍ଷଣୀୟ ଲାଗୁନାହିଁ ପିନ୍ଧିବାକୁ ମଧ୍ୟ ବେଶ୍‌ ଆରାମଦାୟକ ଲାଗୁଛି। ଆମ ରାଜ୍ୟରେ ରିମ୍‌ଲୀ ମହାନ୍ତି, ନିକିତା ନାୟକ, ଧୀରେନ୍ଦ୍ର ପ୍ରତିପ ସିଂଦେଓ ଏବଂ ରୋଶନ ସାହୁ, ଜ୍ୟୋଷ୍ଣା ଦାଶ, ରଶ୍ମୀ ମହାପାତ୍ରଙ୍କ ଭଳି ଫ୍ୟାଶନ୍‌ ଡିଜାଇନର୍‌ମାନେ ଏଭଳି ଟ୍ରାଡ଼ିଶନାଲ ଫ୍ୟାବ୍ରିକ୍‌କୁ ନେଇ ବିଭିନ୍ନ ଲାଟେଷ୍ଟ ଡିଜାଇନ୍‌ର ଫ୍ୟୁଜନ୍‌ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିବା ରିତୁ କୁମାର, ମନୀଷ ମାଲହୋତ୍ରା, ସନ୍ଦୀପ୍‌ ଖୋସ୍‌ଲା, ବିଭୁ ମହାପାତ୍ରଙ୍କ ଭଳି ବଡ଼ବଡ଼ ଫ୍ୟାଶନ୍‌ ଡିଜାଇନରମାନେ ମଧ୍ୟ ଏହାକୁ ବିଭିନ୍ନ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଫ୍ୟୁଜନ୍‌ କରି ନୂଆନୂଆ ଡିଜାଇନ୍‌ ପ୍ରସ୍ତୁତ କରୁଛନ୍ତି। ତେବେ ଏଭଳି ଫ୍ୟୁଜନ୍‌ ଦ୍ୱାରା ନା କେବଳ ଟ୍ରାଡ଼ିଶନାଲ ଫ୍ୟାବ୍ରିକ୍‌ର ଅନ୍ଦାଜ ବଦଳିଯାଇଛି ବରଂ ଏସବୁ ବେଶ୍‌ ଆଇ କ୍ୟାଚି ହେବା ସହ ଖୁବ୍‌ ଲୋକପ୍ରିୟ ମଧ୍ୟ ହୋଇପାରୁଛି।
ଟ୍ରେଣ୍ଡ ପାଲଟୁଛି ଇଣ୍ଡୋ-ଓ୍ବେଷ୍ଟର୍ନ ଫ୍ୟୁଜନ୍‌: ବର୍ତ୍ତମାନ ଇଣ୍ଡିଆନ୍‌ ଫେବ୍ରିକ୍‌ରେ ପ୍ରସ୍ତୁତ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ହେଉ ଅବା ଓ୍ବେଷ୍ଟର୍ଣ୍ଣ ସହିତ ଟ୍ରାଡ଼ିଶନାଲ ଇଣ୍ଡିଆନ୍‌ ପୋଷାକକୁ ମିକ୍ସ ମ୍ୟାଚ୍‌ କରି ଦିଆଯାଉଥିବା ଲାଟେଷ୍ଟ ଡିଜାଇନ୍‌ ଅଧିକ ଆଇ କ୍ୟାଚି ଲାଗୁଛି। ତେଣୁ ଏହାର ଡିମାଣ୍ଡ କେବଳ ଆମ ଦେଶ ନୁହେଁ ବିଦେଶରେ ମଧ୍ୟ ବଢୁଥିବାର ଦେଖିବାକୁ ମିଳୁଛି। ପ୍ରଥମେ ଏଭଳି ପୋଷାକ ହ୍ୟାଣ୍ଡଲୁମ୍‌ ଏକ୍‌ଜିବିଶନ୍‌ ବା ହସ୍ତତନ୍ତ ପ୍ରଦର୍ଶନୀମାନଙ୍କରେ ଉପଲବ୍ଧ ହେଉଥିଲା। ହେଲେ ଏହାର ବର୍ଦ୍ଧିତ ଚାହିଦାକୁ ଆଖିଆଗରେ ରଖି ବର୍ତ୍ତମାନ ଅଧିକାଂଶ ଶପିଂମଲ୍‌, ଗାମେଣ୍ଟ ଶୋ’ ରୁମ୍‌, ଫ୍ୟାଶନ୍‌ ହାଉସ୍‌, ବୁଟିକ୍‌ ଏବଂ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ଗୁଡ଼ିକରେ ଏହା ସହଜରେ ମିଳି ପାରୁଛି। ଏମିତିକି ଅନେକ ଫ୍ୟାଶନ୍‌ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଇଣ୍ଡୋ-ଓ୍ବେଷ୍ଟର୍ନ ଫ୍ୟୁଜନ ପୋଷାକକୁଡ଼ିକ ଲାଗି ସ୍ବତନ୍ତ୍ର ଶପିଂ ସାଇଟ୍‌ ମଧ୍ୟ ରହିଛି। ବର୍ତ୍ତମାନ କେବଳ ପର୍ବପର୍ବାଣି, ବିବାହ କିମ୍ବା କୌଣସି ଉତ୍ସବରେ ନୁହେଁ, ଏବେ ବଡ଼ବଡ଼ ଫ୍ୟାଶନ୍‌ ଶୋ’ରେ ବି ମଡେଲ୍‌ମାନେ ସିଲ୍କ ପୋଷାକରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବାର ଦେଖିବାକୁ ମିଳୁଛି। ବନାରସୀ ସିଲ୍କ କେବଳ ଶାଢ଼ିରେ ସୀମିତ ନାହିଁ ଏହାକୁ ପୁରୁଷମାନଙ୍କ ପାଇଜାମା, ସେରଓ୍ବାନୀ ଏବଂ ଡିଜାଇନର୍‌ କୋଟ୍‌ ଆଦିରେ ଅଧିକ ବ୍ୟବହାର କରାଯାଉଛି। ଯାହାକି ଅପେକ୍ଷାକୃତ ଟ୍ରେଣ୍ଡି ଲୁକ୍‌ ଦେଉଥିବାରୁ ଯୁବପିଢି ଏହାକୁ ବେଶି ପସନ୍ଦ କରୁଛନ୍ତି। ନୀତା ଲୁଲା, ରିତୁ କୁମାର ଏବଂ ଅନ୍ୟ ନାମୀ ଫ୍ୟାଶନ୍‌ ଡିଜାଇନରମାନେ ଏଭଳି ସିଲ୍କ ଫ୍ୟାବ୍ରିକ୍‌କୁ ନେଇ ନୂଆନୂଆ ଏକ୍ସପେରିମେଣ୍ଟ କରୁଛନ୍ତି, ଯାହାକି ବେଶ୍‌ ଲୋକାଦୃତ ହୋଇପାରୁଛି।
ମିକ୍ସ ମ୍ୟାଚ୍‌ ସାଜୁଛି ଲାଟେଷ୍ଟ ଟ୍ରେଣ୍ଡ: ବର୍ତ୍ତମାନ ଓ୍ବେଷ୍ଟର୍ଣ୍ଣ ଆଉଟ୍‌ଫିଟ୍‌କୁ ଭାରତୀୟ ଝଲକ ଦେବା ଲାଗି କେହି କେହି କେହ୍ଲାପୁରୀ ଜୁତି କିମ୍ବା ଅନ୍ୟ ଏଥିନିକ ଫୁଟ୍‌ଓ୍ବେର, ଷ୍ଟୋଲ୍‌, ସ୍କାର୍ଫ, ଏବଂ ଟ୍ରାଡିଶନାଲ୍‌ ତଥା ଟ୍ରାଇବାଲ୍‌ ଜୁଏଲେରୀ ଭଳି ଟ୍ରାଡିଶନାଲ ଆସେସରିଜ୍‌ ବ୍ୟବହାର କରୁଛନ୍ତି। ସେହିପରି ଇଣ୍ଡିଆନ୍‌ ଡ୍ରେସ୍‌ ସହିତ ଓ୍ବେଷ୍ଟର୍ଣ୍ଣ ଆସେସରିଜ୍‌ ଯେପରି ଶାଢୀ ସାଙ୍ଗକୁ ଲଙ୍ଗ୍‌ କୋଟ କିମ୍ବା ଧୋତିପ୍ୟାଣ୍ଟ, ଚୁଡିଦାର କୁର୍ତ୍ତା ସାଙ୍ଗକୁ ଡିଜାଇନର ଜ୍ୟାକେଟ୍‌, ଷ୍ଟାଇଲିସ୍‌ ଫୁଟଓ୍ବେର ଆଦି ମିକ୍ସ ମ୍ୟାଚ୍‌ କରି ପିନ୍ଧିବା ବି ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି।

 

ଅଧିକ ଆଇ କ୍ୟାଚି ହୋଇପାରୁଛି
ଯଦିଓ ପ୍ରତ୍ୟେକ ପାରମ୍ପରିକ ବେଶ ପୋଷାକର ମର୍ଜଦା ଅଲଗା, ହେଲେ ସବୁବେଳେ ଏସବୁ ପିନ୍ଧିଲେ ବୋର୍‌ ଲାଗେ। ତେଣୁ ବିଭିନ୍ନ ଭେରାଇଟି, ପାଟର୍ନ ଏବଂ ଷ୍ଟାଇଲ୍‌ର ଆଉଟ୍‌ଫିଟ୍‌କୁ ନେଇ ଏକ୍ସପେରିମେଣ୍ଟ କରିବାକୁ ମୋତେ ଭଲ ଲାଗେ। ଏମିତିରେ ମାର୍କେଟ୍‌ରେ ମିଳୁଥିବା ଭଳିକି ଭଳି ଅଧିକ ଆଇକ୍ୟାଚି ଲାଗୁଥିବା ଇଣ୍ଡୋ-ଓ୍ବେଷ୍ଟର୍ନ ଫ୍ୟୁଜନ୍‌ ଓ୍ବେର୍‌ ମୋର ପ୍ରଥମ ପସନ୍ଦ ପାଲଟିଛି। ବିଭିନ୍ନ ଅନ୍‌ଲାଇନ୍‌ ସାଇଟ୍‌ରୁ ଏଭଳି ଡ୍ରେସ୍‌ ମଗାଉଛି। ବର୍ତ୍ତମାନ ସମ୍ବଲପୁରୀ କପଡ଼ାରେ ପସ୍ତୁତ ବିଭିନ୍ନ କୁର୍ତ୍ତୀ, ଟପ୍ସ ଆଦି ବ୍ୟବହାର କରୁଛି।
– ଭାଗ୍ୟଶ୍ରୀ ପ୍ରଧାନ, ଛାତ୍ରୀ, ବାଲେଶ୍ୱର
ଅପେକ୍ଷାକୃତ ଟ୍ରେଣ୍ଡି ଲାଗୁଛି
ଇଣ୍ଡିଆନ୍‌ ସହିତ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ର ଫ୍ୟୁଜନ୍‌ ସତରେ ବେଶ୍‌ ଷ୍ଟାଇଲିସ୍‌ ଲାଗୁଛି। ତେଣୁ କୌଣସି ପାର୍ଟି, ଫଙ୍କସନ୍‌ ଥିଲେ ଜିନ୍ସ, ଶାର୍ଟ ସହିତ ଟ୍ରାଡ଼ିଶନାଲ୍‌ ଫ୍ୟାବ୍ରିକ୍‌ରେ ପ୍ରସ୍ତୁତ ଡିଜାଇନର୍‌ ଜ୍ୟାକେଟ୍‌କୁ ମିକ୍ସ ମ୍ୟାଚ୍‌ କରି ପିନ୍ଧୁଛି। ଅଧିକ ଷ୍ଟାଇଲିସ୍‌ ଏବଂ ଫ୍ୟାଶନେବଲ୍‌ ଲୁକ୍‌ ପାଇଁ ଏହା ସହ ଟ୍ରାଡିସନାଲ୍‌ ଫୁଟ୍‌ଓ୍ବେର ଏବଂ ଡ଼ିଜାଇନର ଆସେସରିଜ୍‌ ବି ବ୍ୟବହାର କରୁଛି। ଏଭଳି ଫ୍ୟାଶନ୍‌ ଫ୍ୟୁଜନ୍‌ ଅପେକ୍ଷାକୃତି ଟ୍ରେଣ୍ଡି ଲାଗୁଛି।
– ମନୋଜ ସାମନ୍ତ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଆଉ ଏକ ବଡ଼ ଝଟ୍‌କା: TMCରୁ ଆଉ ଜଣେ ଏମ୍‌ପିଙ୍କ ଇସ୍ତଫା; ଜାଣନ୍ତୁ ଏବେ ଦିଦିଙ୍କ ସହ କେତେ ରହିଲେ ଏମ୍‌ପି-ବିଧାୟକ

କୋଲକାତା,୧୧।୫: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ ସବୁ କିଛି ଠିକ୍‌ ଚାଲିନାହିଁ ଏବଂ ଦଳରେ ଦଳବଦଳର ସ୍ଥିତି ସୃଷ୍ଟି ହୋଇଛି। ଦଳର ରାଜ୍ୟ…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବ୍ଲକ ମୁଖ୍ୟ ଉନ୍ନୟନ ଅଧିକାରୀ

ଲାଞ୍ଜିଗଡ଼,୧୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ-ଜନମନ ଗୃହ ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ…

ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ: ପିଏମ ମୋଦିଙ୍କୁ ‘ଡୋୟନ’ କହିଲା ରୁଷିଆ, ଏହାର ପ୍ରକୃତ ଅର୍ଥ ଜାଣିଲେ…

ନୂଆଦିଲ୍ଲୀ, ୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସେବା ପ୍ରଦାନ କରି ଏକ ନୂଆ ରେକର୍ଡ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

୩୦୦ କିଲୋ ମାଛ, ୬,୦୦୦ କମଳା ଧରି ଫିଫା ବିଶ୍ୱକପ୍‌ରେ ପହଞ୍ଚିଲା ଏହି ଦେଶ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୬: ଫିଫା ବିଶ୍ୱକପ (FIFA ବିଶ୍ୱକପ ୨୦୨୬)ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏଥର ମୋଟ ୪୮ଟି ଦଳ…

ବର୍ଜ୍ୟବସ୍ତୁ ପରିଚାଳନା ଠପ୍‌, ସହର ପାଲଟିବ ଡମ୍ପିଂୟାର୍ଡ: ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ କଥାରେ ନାହିଁ ତାଳମେଳ

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ):ସଫେଇ ଗାଡ଼ି ଅଛି, ସଫେଇ କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ସହରରୁ ନିଷ୍କାସିତ ମଇଲା, ଆବର୍ଜନା ପକାଇବା ପାଇଁ ସ୍ଥାୟୀ ଡମ୍ପିଂୟାର୍ଡ଼ କିମ୍ବା ଜାଗା ନାହିଁ।…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

ଯାଉଥିଲେ ବିଧାୟକ, ହଠାତ୍‌ ଗାଡ଼ି ଉପରେ ପଡ଼ିଲା ଗଛ: ଆଉ ତା’ପରେ…

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୧୧।୬ ( ଅଶୋକ ପରିଡ଼ା /ଶିବଦତ୍ତ ସାହୁ ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri