ଗ୍ରୀଷ୍ମରେ ଫଙ୍ଗାଲ ଇନ୍‌ଫେକ୍ସନ

ଖରାଦିନେ ଅଧିକ ଗରମ ଯୋଗୁ ଅନେକଙ୍କ ଠାରେ ଝାଳ ଲାଗି କୁଣ୍ଡେଇ ହେବା, ଲାଲ୍‌ ପଡିବା କିମ୍ବା ଫଙ୍ଗାଲ ଇନ୍‌ଫେକ୍ସନ ଭଳି ସମସ୍ୟା ଦେଖା ଦେଇଥାଏ। ହେଲେ ଅନେକ ମହିଳା ଲାଜରେ ଏହାକୁ ଲୁଚାଇଥାନ୍ତି, ଆଉ ଏହି ସାମାନ୍ୟ ଅବହେଳା ହିଁ କେବେ କେବେ ଜଟିଳ ସମସ୍ୟାର ରୂପ ନେଇଥାଏ। ତେଣୁ ଯଥା ସମୟରେ ଏହାର ଚିକିତ୍ସା କରାଇବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ହିଁ ଏଥିରୁ ମୁକ୍ତି ପାଇବାର ଏକମାତ୍ର ଉପାୟ…

ଭାରତ ହେଉଛି ଏକ ଗ୍ରୀଷ୍ମପ୍ରଧାନ ଦେଶ ା ତେଣୁ ଖରାଦିନେ ବିଶେଷକରି ଦିନବେଳା ପରିବେଶର ଉତ୍ତାପ ବଢ଼ିଯାଇ ବେଳେବେଳେ ୪୫-୪୬ ଡିଗ୍ରୀରେ ପହଞ୍ଚତ୍ଥାଏ ା ଖରାର ପ୍ରାବଲ୍ୟ ହେତୁ ଅଧିକ ଝାଳ ବାହାରେ। ଏଭଳି ପରିସ୍ଥିତିରେ ବ୍ୟାକ୍ଟେରିଆ ଓ ଫଙ୍ଗାଲ ସଂକ୍ରମଣ ବେଶି ହୋଇଥାଏ ା ବିଶେଷ ଭାବରେ ପାଠ ପଢ଼ିବା କିମ୍ବା ଜବ୍‌ ପାଇଁ ବାହାରକୁ ଯାଉଥିବା ଯୁବତୀ ଏବଂ ମହିଳା, ଏମିତିକି ଗୃହିଣୀମାନଙ୍କଠାରୁ ମଧ୍ୟ ପ୍ରଚୁର ଝାଳ ବୋହି ଥାଏ ା ସେଥିପାଇଁ ପ୍ରସବ ଦ୍ୱାର ଓ ପରିସ୍ରା ନଳୀ (ୟୁରେଥ୍ରା) ଆଦି ଓଦା ବା ସନ୍ତସନ୍ତିଆ ରହିଥାଏ ା ଓଦା ରହିଲେ ଏହି ସ୍ଥାନରେ ଜୀବାଣୁ ବେଶି ପରିମାଣରେ ବଢ଼ିଯାଏ। ଏହାଛଡ଼ା ଖରାଦିନେ ଝାଳ ବୋହିବା ସହ ପାଣି ପିଇବା କମିଯାଉଥିବାରୁ ଡିହାଇଡ୍ରେଶନ ହୋଇ ପରିସ୍ରା ହଳଦିଆ ହୁଏ ଏବଂ ଡେରିରେ ହୁଏ ା ତେଣୁ ପରିସ୍ରାଥଳୀ ବା ୟୁରିନାରି ବ୍ଲାଡରରେ ବେଶି ସମୟ ପରିସ୍ରା ଜମିଗଲେ ଏହା ଏକଗ୍ରୀଭୂତ (କନ୍ସେଣ୍ଟ୍ରେଟେଡ୍‌) ହୋଇଯାଏ ଏବଂ ତା’ପରେ ସଂକ୍ରମଣ ହୋଇଥାଏ ା ଫଙ୍ଗାଲ ସଂକ୍ରମଣର ଅନ୍ୟ ନାମ ହେଉଛି କାଣ୍ଡିଡିଆସିସ୍‌ ା
ଫଙ୍ଗାଲ ଇନ୍‌ଫେକ୍ସନର ଲକ୍ଷଣ-
ଏଥିରେ ଗାଢ଼ ଧଳା ବା ହଳଦିଆ ରଙ୍ଗର ସ୍ରାବ ହେବା ସହ ଦୁର୍ଗନ୍ଧ ହୋଇଥାଏ। ଭୀଷଣ କୁଣ୍ଡାଇ ହୋଇଥାଏ ଏବଂ ପ୍ରଦାହ ରୋଗ ହୋଇଥାଏ। ବେଳେବେଳେ ସଂକ୍ରମିତ ସ୍ଥାନ ଲାଲ ପଡ଼ିଯାଇ ଫୁଲିଯାଏ ଓ ଘା’ ଭଳି ହୋଇଯାଏ ଏବଂ ପୋଡ଼ିଥାଏ। ପ୍ରାୟ ୭୫ ପ୍ରତିଶତ ମହିଳା ଜୀବନରେ ଥରଟିଏ ପାଇଁ ହେଲେ ମଧ୍ୟ ଏ ସଂକ୍ରମଣ ଭୋଗିଥାନ୍ତି। ଏହି ସଂକ୍ରମଣ ବିଶେଷ ଭାବରେ ମଧୁମେହ ରୋଗୀ, ଗର୍ଭବତୀ ମହିଳା ତଥା ସ୍ତନ୍ୟପାନ କରାଉଥିବା ମହିଳା କିମ୍ବା ଅନ୍ୟାନ୍ୟ ରୋଗ ଭୋଗୁଥିବା ମହିଳାଙ୍କଠାରେ ବେଶି ମାତ୍ରାରେ ଦେଖାଦେଇଥାଏ ା ଏହି ପ୍ରକାର ଫଙ୍ଗାଲ ସଂକ୍ରମଣ କେବେକେବେ ଖୁବ୍‌ ଜଟିଳ ସମସ୍ୟା ସୃଷ୍ଟି କରିଥାଏ ା ଏଥିରେ ପରିସ୍ରା କରିବା ସମୟରେ ବହୁ କଷ୍ଟ ହୋଇଥାଏ ା
ଚିକିସତ୍ା- ଚିକିସତ୍ାର ପ୍ରଥମ ପଦକ୍ଷେପ ହେଲା ପ୍ରତିଷେଧକ ବ୍ୟବସ୍ଥା ମାନ ଗ୍ରହଣ କରିବା। ମଧୁମେହ ରୋଗୀ ହୋଇଥିଲେ ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ। ଯଦି ଅନ୍ୟ କୌଣସି ଭାଇରାଲ ସଂକ୍ରମଣ ଜ୍ୱର ବା ରୋଗ କାରଣରୁ ଦେହରୁ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
– ଏହାଛଡ଼ା ଖରାଦିନେ ବେଶି ଟାଇଟ ଓ ସିନ୍ଥେଟିକ ପୋଷାକ ନ ପିନ୍ଧି ଢିଲା ସୂତା ପୋଷାକ ପିନ୍ଧିବା ଦରକାର।
– ଶୌଚ କରିବାକୁ ଯିବା ପୂର୍ବରୁ ଓ ପରେ ପୋଷାକ ଓ ଅଙ୍ଗପ୍ରତ୍ୟଙ୍ଗ ଭଲ ଭାବରେ ପରିଷ୍କାର କରି ଶୁଖିଲା ଓ ସଫା ପୋଷାକ ପିନ୍ଧିବା ଭଲ ା ବେଳେବେଳେ ସ୍ଥାନଟି ଅତି ଶୁଖିଲା ହୋଇ ମଧ୍ୟ କୁଣ୍ଡାଇ ହୋଇଥାଏ। ତେଣୁ ନଡ଼ିଆତେଲ ଲଗାଇଲେ ମଧ୍ୟ ଆରାମ ମିଳିଥାଏ ା
– ଏଭଳି ଫଙ୍ଗସ୍‌ ସଂକ୍ରମଣ ଆରମ୍ଭ ହେଲେ ଅବହେଳା ନ କରି ତୁରନ୍ତ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେଇ ଚିକିସତ୍ା ଆରମ୍ଭ କରିବା ଦରକାର। ଥରେ ଫଙ୍ଗାଲ ସଂକ୍ରମଣ ହେଲେ ଏହା ଉପରେ ବ୍ୟାକ୍ଟେରିଆଲ ଇନ୍‌ଫେକ୍‌ଶନ ମଧ୍ୟ ହୋଇଯାଏ। ତେଣୁ ବ୍ଲଡ୍‌ ସୁଗାର, ପରିସ୍ରା ପରୀକ୍ଷା ତଥା ସଂକ୍ରମଣ ସ୍ଥାନରୁ ସ୍ବାବ ଟେଷ୍ଟ କରାଇନେବା ଭଲ। ଆଣ୍ଟିବାୟୋଟିକ କଭରେଜ ସହ ଅଣ୍ଟିଫଙ୍ଗାଲ ଲୋସନ ବା ଶାମ୍ପୁରେ ଦିନକୁ ୨ଥର ଧୋଇ ଆଣ୍ଟିଫଙ୍ଗାଲ କ୍ରିମ୍‌ ଲଗାଇବା ଦରକାର। ଆବଶ୍ୟକ ସ୍ଥଳେ ଟାବ୍‌ଲେଟ ଖାଇବା ବି ଜରୁରୀ। ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଯାଏଁ ଆଣ୍ଟିଫଙ୍ଗାଲ ଜେଲ୍‌ ମଧ୍ୟ ବ୍ୟବହାର କରିପାରିବେ ା ଯେହେତୁ ଏହି ରୋଗ ବାରମ୍ବାର ମଧ୍ୟ ହୋଇପାରେ, ତେଣୁ ଏପରି ନ ହେବା ଲାଗି ପରିଷ୍କାର ରହିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଦରକାର।

ଡା. ସରୋଜିନୀ ଷଡ଼ଙ୍ଗୀ
– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ରୋଡ୍‌, କଟକ-୧୨
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?