ଗ୍ରୀଷ୍ମରେ ଫଙ୍ଗାଲ ଇନ୍‌ଫେକ୍ସନ

ଖରାଦିନେ ଅଧିକ ଗରମ ଯୋଗୁ ଅନେକଙ୍କ ଠାରେ ଝାଳ ଲାଗି କୁଣ୍ଡେଇ ହେବା, ଲାଲ୍‌ ପଡିବା କିମ୍ବା ଫଙ୍ଗାଲ ଇନ୍‌ଫେକ୍ସନ ଭଳି ସମସ୍ୟା ଦେଖା ଦେଇଥାଏ। ହେଲେ ଅନେକ ମହିଳା ଲାଜରେ ଏହାକୁ ଲୁଚାଇଥାନ୍ତି, ଆଉ ଏହି ସାମାନ୍ୟ ଅବହେଳା ହିଁ କେବେ କେବେ ଜଟିଳ ସମସ୍ୟାର ରୂପ ନେଇଥାଏ। ତେଣୁ ଯଥା ସମୟରେ ଏହାର ଚିକିତ୍ସା କରାଇବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ହିଁ ଏଥିରୁ ମୁକ୍ତି ପାଇବାର ଏକମାତ୍ର ଉପାୟ…

ଭାରତ ହେଉଛି ଏକ ଗ୍ରୀଷ୍ମପ୍ରଧାନ ଦେଶ ା ତେଣୁ ଖରାଦିନେ ବିଶେଷକରି ଦିନବେଳା ପରିବେଶର ଉତ୍ତାପ ବଢ଼ିଯାଇ ବେଳେବେଳେ ୪୫-୪୬ ଡିଗ୍ରୀରେ ପହଞ୍ଚତ୍ଥାଏ ା ଖରାର ପ୍ରାବଲ୍ୟ ହେତୁ ଅଧିକ ଝାଳ ବାହାରେ। ଏଭଳି ପରିସ୍ଥିତିରେ ବ୍ୟାକ୍ଟେରିଆ ଓ ଫଙ୍ଗାଲ ସଂକ୍ରମଣ ବେଶି ହୋଇଥାଏ ା ବିଶେଷ ଭାବରେ ପାଠ ପଢ଼ିବା କିମ୍ବା ଜବ୍‌ ପାଇଁ ବାହାରକୁ ଯାଉଥିବା ଯୁବତୀ ଏବଂ ମହିଳା, ଏମିତିକି ଗୃହିଣୀମାନଙ୍କଠାରୁ ମଧ୍ୟ ପ୍ରଚୁର ଝାଳ ବୋହି ଥାଏ ା ସେଥିପାଇଁ ପ୍ରସବ ଦ୍ୱାର ଓ ପରିସ୍ରା ନଳୀ (ୟୁରେଥ୍ରା) ଆଦି ଓଦା ବା ସନ୍ତସନ୍ତିଆ ରହିଥାଏ ା ଓଦା ରହିଲେ ଏହି ସ୍ଥାନରେ ଜୀବାଣୁ ବେଶି ପରିମାଣରେ ବଢ଼ିଯାଏ। ଏହାଛଡ଼ା ଖରାଦିନେ ଝାଳ ବୋହିବା ସହ ପାଣି ପିଇବା କମିଯାଉଥିବାରୁ ଡିହାଇଡ୍ରେଶନ ହୋଇ ପରିସ୍ରା ହଳଦିଆ ହୁଏ ଏବଂ ଡେରିରେ ହୁଏ ା ତେଣୁ ପରିସ୍ରାଥଳୀ ବା ୟୁରିନାରି ବ୍ଲାଡରରେ ବେଶି ସମୟ ପରିସ୍ରା ଜମିଗଲେ ଏହା ଏକଗ୍ରୀଭୂତ (କନ୍ସେଣ୍ଟ୍ରେଟେଡ୍‌) ହୋଇଯାଏ ଏବଂ ତା’ପରେ ସଂକ୍ରମଣ ହୋଇଥାଏ ା ଫଙ୍ଗାଲ ସଂକ୍ରମଣର ଅନ୍ୟ ନାମ ହେଉଛି କାଣ୍ଡିଡିଆସିସ୍‌ ା
ଫଙ୍ଗାଲ ଇନ୍‌ଫେକ୍ସନର ଲକ୍ଷଣ-
ଏଥିରେ ଗାଢ଼ ଧଳା ବା ହଳଦିଆ ରଙ୍ଗର ସ୍ରାବ ହେବା ସହ ଦୁର୍ଗନ୍ଧ ହୋଇଥାଏ। ଭୀଷଣ କୁଣ୍ଡାଇ ହୋଇଥାଏ ଏବଂ ପ୍ରଦାହ ରୋଗ ହୋଇଥାଏ। ବେଳେବେଳେ ସଂକ୍ରମିତ ସ୍ଥାନ ଲାଲ ପଡ଼ିଯାଇ ଫୁଲିଯାଏ ଓ ଘା’ ଭଳି ହୋଇଯାଏ ଏବଂ ପୋଡ଼ିଥାଏ। ପ୍ରାୟ ୭୫ ପ୍ରତିଶତ ମହିଳା ଜୀବନରେ ଥରଟିଏ ପାଇଁ ହେଲେ ମଧ୍ୟ ଏ ସଂକ୍ରମଣ ଭୋଗିଥାନ୍ତି। ଏହି ସଂକ୍ରମଣ ବିଶେଷ ଭାବରେ ମଧୁମେହ ରୋଗୀ, ଗର୍ଭବତୀ ମହିଳା ତଥା ସ୍ତନ୍ୟପାନ କରାଉଥିବା ମହିଳା କିମ୍ବା ଅନ୍ୟାନ୍ୟ ରୋଗ ଭୋଗୁଥିବା ମହିଳାଙ୍କଠାରେ ବେଶି ମାତ୍ରାରେ ଦେଖାଦେଇଥାଏ ା ଏହି ପ୍ରକାର ଫଙ୍ଗାଲ ସଂକ୍ରମଣ କେବେକେବେ ଖୁବ୍‌ ଜଟିଳ ସମସ୍ୟା ସୃଷ୍ଟି କରିଥାଏ ା ଏଥିରେ ପରିସ୍ରା କରିବା ସମୟରେ ବହୁ କଷ୍ଟ ହୋଇଥାଏ ା
ଚିକିସତ୍ା- ଚିକିସତ୍ାର ପ୍ରଥମ ପଦକ୍ଷେପ ହେଲା ପ୍ରତିଷେଧକ ବ୍ୟବସ୍ଥା ମାନ ଗ୍ରହଣ କରିବା। ମଧୁମେହ ରୋଗୀ ହୋଇଥିଲେ ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ। ଯଦି ଅନ୍ୟ କୌଣସି ଭାଇରାଲ ସଂକ୍ରମଣ ଜ୍ୱର ବା ରୋଗ କାରଣରୁ ଦେହରୁ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
– ଏହାଛଡ଼ା ଖରାଦିନେ ବେଶି ଟାଇଟ ଓ ସିନ୍ଥେଟିକ ପୋଷାକ ନ ପିନ୍ଧି ଢିଲା ସୂତା ପୋଷାକ ପିନ୍ଧିବା ଦରକାର।
– ଶୌଚ କରିବାକୁ ଯିବା ପୂର୍ବରୁ ଓ ପରେ ପୋଷାକ ଓ ଅଙ୍ଗପ୍ରତ୍ୟଙ୍ଗ ଭଲ ଭାବରେ ପରିଷ୍କାର କରି ଶୁଖିଲା ଓ ସଫା ପୋଷାକ ପିନ୍ଧିବା ଭଲ ା ବେଳେବେଳେ ସ୍ଥାନଟି ଅତି ଶୁଖିଲା ହୋଇ ମଧ୍ୟ କୁଣ୍ଡାଇ ହୋଇଥାଏ। ତେଣୁ ନଡ଼ିଆତେଲ ଲଗାଇଲେ ମଧ୍ୟ ଆରାମ ମିଳିଥାଏ ା
– ଏଭଳି ଫଙ୍ଗସ୍‌ ସଂକ୍ରମଣ ଆରମ୍ଭ ହେଲେ ଅବହେଳା ନ କରି ତୁରନ୍ତ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେଇ ଚିକିସତ୍ା ଆରମ୍ଭ କରିବା ଦରକାର। ଥରେ ଫଙ୍ଗାଲ ସଂକ୍ରମଣ ହେଲେ ଏହା ଉପରେ ବ୍ୟାକ୍ଟେରିଆଲ ଇନ୍‌ଫେକ୍‌ଶନ ମଧ୍ୟ ହୋଇଯାଏ। ତେଣୁ ବ୍ଲଡ୍‌ ସୁଗାର, ପରିସ୍ରା ପରୀକ୍ଷା ତଥା ସଂକ୍ରମଣ ସ୍ଥାନରୁ ସ୍ବାବ ଟେଷ୍ଟ କରାଇନେବା ଭଲ। ଆଣ୍ଟିବାୟୋଟିକ କଭରେଜ ସହ ଅଣ୍ଟିଫଙ୍ଗାଲ ଲୋସନ ବା ଶାମ୍ପୁରେ ଦିନକୁ ୨ଥର ଧୋଇ ଆଣ୍ଟିଫଙ୍ଗାଲ କ୍ରିମ୍‌ ଲଗାଇବା ଦରକାର। ଆବଶ୍ୟକ ସ୍ଥଳେ ଟାବ୍‌ଲେଟ ଖାଇବା ବି ଜରୁରୀ। ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଯାଏଁ ଆଣ୍ଟିଫଙ୍ଗାଲ ଜେଲ୍‌ ମଧ୍ୟ ବ୍ୟବହାର କରିପାରିବେ ା ଯେହେତୁ ଏହି ରୋଗ ବାରମ୍ବାର ମଧ୍ୟ ହୋଇପାରେ, ତେଣୁ ଏପରି ନ ହେବା ଲାଗି ପରିଷ୍କାର ରହିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଦରକାର।

ଡା. ସରୋଜିନୀ ଷଡ଼ଙ୍ଗୀ
– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ରୋଡ୍‌, କଟକ-୧୨
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଦିଦିଙ୍କ ଅଲଟିମେଟମ: ’କହିଲେ ଭାଜପା ନେତାଙ୍କ ଘର ବାହାରେ ଧାରଣା ଦେବି’

କୋଲକାତା,୩।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଟିଏମସି ବିରୋଧରେ…

୨୦ ଟିଏମସି ବିଦ୍ରୋହୀଙ୍କୁ ବାଚସ୍ପତିଙ୍କ ବଡ଼ ଆଶ୍ୱସ୍ତି; ମହୁଆ ମୋଇତ୍ରା କହିଲେ – ‘ଆଶ୍ଚର୍ଯ୍ୟ…’

କୋଲକାତା,୩।୯: ଲୋକ ସଭା ବାଚସ୍ପତି ଓମ ର୍ବିର୍ଲା ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ସାଂସଦଙ୍କୁ ସେମାନଙ୍କ ବିରୁଦ୍ଧରେ ଅଯୋଗ୍ୟତା ପ୍ରକ୍ରିୟା ସମ୍ପର୍କରେ ଜବାବ ଦାଖଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

ଧୋନିଙ୍କ IPL ଭବିଷ୍ୟତକୁ ନେଇ ଆସିଲା ନୂଆ ଖବର; ‘Impact Player’ ନିୟମକୁ ନେଇ ପୂର୍ବତନ ସାଥୀ ଖେଳାଳି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩।୯: ଏମଏସ ଧୋନି ଆଇପିଏଲ 2027 ରେ ଖେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ ସୂଚନା ନାହିଁ। 45 ବର୍ଷୀୟ ପୂର୍ବତନ ଭାରତୀୟ…

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri