ରୋଗାକ୍ରାନ୍ତ ଶାଶୁଙ୍କ ପାଇଁ ଔଷଧ କିଣିବାକୁ ଅର୍ଥ ବାଧକ

ମାଲକାନଗିରି,୮।୫ (ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ସଦର ପଞ୍ଚାୟତ ଝରିଆଗୁଡ଼ା ଗ୍ରାମରେ ରହନ୍ତି ତୁଳସୀ ସିରଗାମଙ୍କ ପରିବାର। ସ୍ବାମୀ ସନ୍ନ୍ୟାସୀ ସିରଗାମଙ୍କର ଯକ୍ଷ୍ମାରେ ପରଲୋକ ପରେ ଏବେ ଅସହାୟ ହୋଇପଡିଛନ୍ତି ତୁଳସୀ। ବୃଦ୍ଧା ଶାଶୁ, ଦୁଇ କୋମଳମତି ଝିଅଙ୍କୁ ନେଇ କିଭଳି ସଂସାର ଚଳିବ ସେନେଇ ଚିନ୍ତାରେ ପଡିଛନ୍ତି ସେ। ତୁଳସୀ ବର୍ତ୍ତମାନ କୁଲି କାମ କରି କିଛି ରୋଜଗାର କରି ଆଣିଲେ ଘରେ ଚୁଲି ଜଳୁଛି ନଚେତ୍‌ ନାହିଁ। ଏପରି ସ୍ଥିତିରେ ରୋଗାକ୍ରାନ୍ତ ହୋଇପଡିଥିବା ବୃଦ୍ଧା ଶାଶୁଙ୍କ ପାଇଁ ଔଷଧ କିଣିବାକୁ ଅର୍ଥ ନାହିଁ। ସରକାରୀ ସାହାଯ୍ୟ କହିଲେ କେବଳ ବିପିଏଲ୍‌ ଚାଉଳ ଗଣ୍ଡାକ ମିଳୁଛି। ସ୍ବାମୀ ଯକ୍ଷ୍ମାରେ ଚାଲିଯିବା ପରେ ଯେଉଁ ସରକାରୀ ସହାୟତା ମିଳିବା କଥା ଏପର୍ଯ୍ୟନ୍ତ ମିଳିନାହିଁ। ଜାତୀୟ ପରିବାର ମଙ୍ଗଳ ଯୋଜନାରେ ମିଳିବାକୁ ଥିବା ୨୦ହଜାର ଟଙ୍କା ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ୬୦ ବର୍ଷ ଟପିଥିବା ଶାଶୁଙ୍କ ଆଧାର କାର୍ଡ ନ ଥିବାରୁ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ବିଧବା ଭତ୍ତା ମିଳୁନାହିଁ। ଏ ସମ୍ପର୍କରେ ଖଇରପୁଟ ବିଡିଓ ହୃଦାରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ବର୍ତ୍ତମାନ ଅନେକ ହିତାଧିକାରୀଙ୍କ ତାଲିକା କରାଯାଇଛି। ଆମେ ଶୀଘ୍ର ନୂତନ ତାଲିକାର ସବୁ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବୁ। ତୁଳସୀଙ୍କ ପରିବାରକୁ ମଧ୍ୟ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇବାଦେବାକୁ ପଦକ୍ଷେପ ନିଆଯିବ ବୋଲି ବିଡିଓ ସାହୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ଆଇଇଡି ବିସ୍ଫୋରଣରେ ଜଣେ ମୃତ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ଗଙ୍ଗାଲୁର ଥାନା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଲକ୍ଷ୍ୟକରି ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବ ଆଇଇଡି ବୋମା ବିସ୍ଫୋରଣରେ ଜଣେ...

ଆତ୍ମସମର୍ପଣ କଲେ ୯ ମାଓବାଦୀ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଆନ୍ଧ୍ରପ୍ରଦେଶ ଆଲୁରି ସୀତାରାମାରାଜୁ ଜିଲା ଛତିଶଗଡ଼ର ୬ ଓ ସୁକ୍‌ମା ପୋଲିସ ନିକଟରେ ୩ ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ ଧରିବା...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର

ମାଲକାନଗିରି, ୧୫ା୪(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ଭୟରେ ଦୀର୍ଘ ୨୧ ବର୍ଷ ଧରି ବନ୍ଦଥିବା ଶ୍ରୀରାମ ମନ୍ଦିର ପୁନଃ ଖୋଲିବା ସହ ପୂଜା କରିଛନ୍ତି ସିଆରପିଏଫ ଯବାନ।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

୬ ମାଓବାଦୀ ଗିରଫ

ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍‌ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri