ଫଳ ଦର ଆକାଶଛୁଆଁ

ଭୁବନେଶ୍ୱର, ୨୯।୫ (ବ୍ୟୁରୋ): ସୋମବାର ସାବିତ୍ରୀ ବ୍ରତ। ମହିଳାମାନେ ସ୍ବାମୀଙ୍କ ମଙ୍ଗଳ ମନାସି ଠାକୁରଙ୍କ ନିକଟରେ ସାତ ଫଳ ଭୋଗ କରି ପୂଜା କରିବେ। ତେଣୁ ଫଳବଜାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଗ୍ରାହକଙ୍କ ଚାହିଦାକୁ ଦେଖି ଫଳ ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ବିଶେଷ କରି ଭୁବଶ୍ୱେରର ୟୁନିଟ୍‌-୧, ୟୁନିଟ୍‌-୨, ୟୁନିଟ୍‌-୪ ବଜାର ସମେତ ରାଜମହଲ, ଆଜାଦ୍‌ ମାର୍ଗ, ଗୋପବନ୍ଧୁ ଛକ ଆଦି ସ୍ଥାନରେ ଥିବା ଫଳ ଦୋକାନରେ ଶନିବାର ଦିନ ତମାମ ଭିଡ଼ ଲାଗି ରହିଥିଲା। ଖରାଦିନିଆ ଫଳ ଆମ୍ବ, ପଣସ, ଖଜୁରି, ଲିଚୁ, ତାଳ, କଦଳୀ, ସପୁରି ଆଦିର ବିଶେଷ ଚାହିଦା ରହିଥିବାବେଳେ ସେଓ, ଅଙ୍ଗୁର, ତରଭୁଜ ଆଦି ମଧ୍ୟ ଯଥେଷ୍ଟ ପରିମାଣରେ ବଜାରରେ ଉପଲବ୍ଧ ହେଉଛି। ତେବେ ବାଇଗଣପଲେଇ, ଲେଙ୍ଗଡା, ଆମ୍ରପାଲି ଆମ୍ବ କିଲୋ ପିଛା ୮୦ଟଙ୍କା ଥିବାବେଳେ ସୁନ୍ଦରୀ ଆମ୍ବର ଦର ୧୦୦ଟଙ୍କା ଡ଼େଇଁଛି। ସେହିପରି ଛୋଟ ପଣସ ଗୋଟିକୁ ୨୦୦ ଟଙ୍କା ଓ ବଡ଼ ପଣସ ୩୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ଲିଚୁ ଦର କେଜି ପ୍ରତି ୧୦୦ ଟଙ୍କାରୁ ଆରମ୍ଭ କରି ୧୬୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଡାଳିମ୍ବ ୨୨୦ରୁ ୨୪୦ଟଙ୍କା, ଅଙ୍ଗୁର ୧୨୦ରୁ ୧୪୦ ଟଙ୍କା, ଖଜୁରି ପେନ୍ଥାକୁ ୩୦ଟଙ୍କା ରହିଛି। ୬୦ ଟଙ୍କାରେ ବିକ୍ରି ହେଉଥିବା କଦଳୀ ଡଜନ ଏବେ ୧୦୦ ଟଙ୍କା ଟପିଛି। ସେହିପରି ଛୋଟ ସେଓର ଦାମ୍‌ କେଜି ପ୍ରତି ୧୬୦ ଟଙ୍କା ରହିଥିବାବେଳେ ବଡ଼ ଦାମ୍‌ ୨୦୦ରୁ ଅଧିକ ରହିଛି। ତରଭୁଜ କେଜି ୨୫ଟଙ୍କା, ପିଜୁଳି ୪୦ ଟଙ୍କା, ସପୁରି ଗୋଟିକୁ ୫୦ ଟଙ୍କା ବିକ୍ରି ହେଉଥିବାବେଳେ କମଳା, ତାଳ, ନଡ଼ିଆ ଅଙ୍ଗୁରକୁ ମଧ୍ୟ ଗ୍ରାହକ ଚଢ଼ା ଦରରେ କିଣୁଛନ୍ତି। ବଡ଼ ବଡ଼ ଫଳ ବଜାରରକୁ ବାଦ ଦେଲେ ଖୁଚୁରା ବ୍ୟବସାୟୀ ଆହୁରି ଅଧିକ ଦାମରେ ଫଳ ବିକୁଛନ୍ତି। ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ପକେଟ୍‌ ଉପରେ ପଡ଼ୁଛି।
ରାଜମହଲ ଛକକୁ ଫଳ କିଣିବାକୁ ଆସିଥିବା ଗ୍ରାହକ ପୂଜା ବରିହା କୁହନ୍ତି, ବର୍ଷକୁ ଥରେ ସାବିତ୍ରୀ ବ୍ରତ। ସାତ ପ୍ରକାର ଫଳ ତ ପୂଜା କରିବାକୁ ପଡ଼ିବ। ଯେତେ ଦର ହେଲେ ବି କିଣିବାକୁ ପଡ଼ିବ। ଯଦିଓ ଦାମ୍‌ ଅଧିକ ରହିଛି, କିନ୍ତୁ ରାଜଧାନୀ ବଜାରରେ ମନ ପସନ୍ଦର ଯେକୌଣସି ଫଳ ମିଳିଯାଉଛି। ସେହିପରି ବ୍ୟବସାୟୀ ପ୍ରଫୁଲ୍ଲ ବେହେରା କୁହନ୍ତି, ରଜ ସାବିତ୍ରୀ ସମୟରେ ପ୍ରତିବର୍ଷ ଚଢ଼ା ଦରରେ ଫଳ ବିକ୍ରି ହୁଏ। ଚଳିତ ଥର ଫଳର ଦାମ୍‌ ସେତେ ବୃଦ୍ଧି ପାଇନାହିଁ। ସାବିତ୍ରୀ ଥିବାରୁ କେତେକ ଫଳରେ ୫/୬ଟଙ୍କା ବୃଦ୍ଧି ପାଇଛି। ପୂର୍ବବର୍ଷ ତୁଳନାରେ ଏଥର ବିକ୍ରି କମ୍‌ ହେଉଥିବାରୁ ଆମକୁ କ୍ଷତି ସହିବାକୁ ପଡୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri