ଆଗ ଆମେରିକା

ବ୍ରାଜିଲର ବେଲେମ୍‌ଠାରେ ୧୦ ନଭେମ୍ବରରେ ଜାତିସଂଘର ଜଳବାୟୁ ସଂକ୍ରାନ୍ତ ସମ୍ମିଳନୀ କନ୍‌ଫରେନ୍ସ ଅଫ୍‌ ଦ ପାର୍ଟିଜ୍‌ (କପ୍‌୩୦) ଆରମ୍ଭ ହେବାକୁ ଯାଉଛି। ଚାଇନା ପରେ ଦ୍ୱିତୀୟ ବୃହତ୍‌ ସବୁଜ ଗୃହ ବାଷ୍ପ ନିଃସରଣ କରୁଥିବା ଆମେରିକା ଏହି ସମ୍ମିଳନୀରେ ଯୋଗଦେବ ନାହିଁ ବୋଲି କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ପୂର୍ବ ଆଭିମୁଖ୍ୟକୁ ବଳବତ୍ତର ରଖି କେବଳ ନିଜ ରାଷ୍ଟ୍ର ନୁହେଁ, ଅନ୍ୟ ଦେଶ ଉପରେ ପ୍ରଭାବ ପକାଇବାକୁ ଯାଇ କେହି ସମ୍ମିଳନୀରେ ଯୋଗ ନ ଦେବାକୁ ଆହ୍ବାନ ଦେଇଛନ୍ତି। ଟ୍ରମ୍ପ୍‌ଙ୍କର ମୂଳରୁ ଜଳବାୟୁ ପରିବର୍ତ୍ତନ ଉପରେ ଏହିଭଳି ଦୃଷ୍ଟିକୋଣ ରହିଆସିଛି। ସେ ଅନେକ ଥର ବିଶ୍ୱତାପନ ଓ ଜଳବାୟୁ ସଂକ୍ରାନ୍ତ ଚେତାବନୀକୁ ପରିହାସ କରି ସେଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି। ଏପରିକି ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବା ପରେ ସେ ଜଳବାୟୁ ପରିବର୍ତ୍ତନ ଦିଗରେ ସବୁ ଫଣ୍ଡିଂ ବା ପାଣ୍ଠି ବଣ୍ଟନକୁ ପ୍ରାୟତଃ ବନ୍ଦ କରିଦେଇଛନ୍ତି। ଗତବର୍ଷ ଆଜାରବୈଜାନର ବାକୁଠାରେ ହୋଇଥିବା କପ୍‌୨୯ରେ ମଧ୍ୟ ଆମେରିକା ଯୋଗ ଦେଇ ନ ଥିଲା। ପୂର୍ବାପେକ୍ଷା ଆମେରିକା ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ପ୍ରାକୃତିକ ବିପର୍ଯ୍ୟୟକୁ ଘୋର ମାତ୍ରାରେ ସମ୍ମୁଖୀନ ହେଉଥିଲେ ମଧ୍ୟ ଟ୍ରମ୍ପ୍‌ଙ୍କ ଭଳି ଏକଜିଦିଆ ନେତା ଏହା ପଛରେ ଥିବା ମନୁଷ୍ୟକୃତ ନକାରାତ୍ମକ ଯୋଗଦାନକୁ ସ୍ବୀକାର କରିବାକୁ ଚାହୁଁ ନାହାନ୍ତି। ଏଥିସହିତ ନଭେମ୍ବର ୨୨ ଓ ୨୩ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସେ କିମ୍ବା ତାଙ୍କର ଅନ୍ୟ କୌଣସି ସରକାରୀ ଅଧିକାରୀ ଯୋଗଦେବେ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ଗୋରା କୃଷକମାନଙ୍କୁ ନିର୍ଯାତନା ଦିଆଯାଉଛି। ଯେତେ ଯାଏ ଖ୍ରୀଷ୍ଟିଆନଙ୍କ ବିରୋଧରେ ମାନବ ଅଧିକାର ଉଲ୍ଲଂଘନ ହେଉଥିବ ସେତେ ଯାଏ ସେଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆମେରିକା ଯିବ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି। ହୁଏତ ଜି-୨୦ରେ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରସଙ୍ଗ ଉଠିଲାବେଳେ ଟ୍ରମ୍ପ୍‌ଙ୍କ ବିଭିନ୍ନ ଦେଶ ଉପରେ ଟାରିଫ୍‌ କଥା ଉଠିବା ଆଶଙ୍କାରେ ଆମେରିକା ପଛଘୁଞ୍ଚା ଦେଉଛି। ସୂଚନାଯୋଗ୍ୟ, ଜି-୨୦ରେ ବିଶ୍ୱର ୧୯ ବୃହତ୍‌ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ସହିତ ୟୁରୋପୀୟ ସଂଘ ଓ ଆଫ୍ରିକୀୟ ସଂଘ ରହିଛନ୍ତି। ଏହାର ସଦସ୍ୟମାନେ ବିଶ୍ୱ ଅର୍ଥନୀତିରେ ଥିବା ପ୍ରମୁଖ ପ୍ରସଙ୍ଗ ସଂକ୍ରାନ୍ତରେ ଏହି ମଞ୍ଚରେ ଆଲୋଚନା କରିଥାଆନ୍ତି।
ଦେଖିବାକୁ ଗଲେ ଅନ୍ୟ ରାଷ୍ଟ୍ରରେ ମାନବ ଅଧିକାର ଉଲ୍ଲଂଘନକୁ ଦେଖିପାରୁଥିବା ଟ୍ରମ୍ପ୍‌ ନିଜ ଦେଶରେ ଦୀର୍ଘ ୪୧ ଦିନ ହେବ ହୋଇଥିବା ଶଟ୍‌ଡାଉନ୍‌କୁ ହଟେଇବାରେ ବିଫଳ ହୋଇଛନ୍ତି ବୋଲି ସମାଲୋଚକମାନେ କହୁଛନ୍ତି। ସେଠାରେ ମନି ବିଲ୍‌ ଗୃହୀତ ନ ହେବା ଏହାର ମୂଳ କାରଣ ପାଲଟିଛି। କୁହାଯାଉଛି ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟି ଟ୍ରମ୍ପ୍‌ଙ୍କ ମନି ବିଲ୍‌କୁ ଗୃହୀତ ହେବାକୁ ଦେଉ ନ ଥିବାରୁ ଏହି ଶଟ୍‌ଡାଉନ୍‌ ସ୍ଥିତି ଉପୁଜିଛି। ଆମେରିକା ଇତିହାସରେ ଏଭଳି ସ୍ଥିତି ପୂର୍ବରୁ ଦେଖାଦେଇ ନ ଥିଲା। ଏହି ଶଟ୍‌ଡାଉନ୍‌ ଫଳରେ ପାଖାପାଖି ୧୪ ଲକ୍ଷ ସଂଘୀୟ କର୍ମଚାରୀ ଦରମା ନ ପାଇ ଦହଗଞ୍ଜ ହେଉଛନ୍ତି। ଏଠାରେ କୁହାଯାଇ ପାରେ ଯେ, ଅନେକ ଦିନ ହେବ ଆମେରିକାରେ ଅର୍ଥନୈତିକ ଅସ୍ବାଭାବିକତା ଜାରି ରହିଛି। ସେଥିପାଇଁ ସ୍ବାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ର ଘୋର ପ୍ରଭାବିତ ହେବା ସହ ଦରଦାମ ବୃଦ୍ଧି ଦେଖାଦେଇଛି। ଏହାକୁ ସମ୍ଭାଳିବା ପାଇଁ ଟ୍ରମ୍ପ୍‌ ଦ୍ୱିତୀୟ ଥର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲା ମାତ୍ରେ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି (ଡିଓଜିଇ) ମାଧ୍ୟମରେ ସରକାରୀ କର୍ମଚାରୀଙ୍କୁ ଛଟେଇ କରିବା ସହ ବିଭିନ୍ନ ଧରଣର ଖର୍ଚ୍ଚକାଟ ପଦକ୍ଷେପ ନେଇଥିଲେ। ଏବେ ବୋଝ ଉପରେ ନଳିତା ବିଡ଼ା ସାଜିଲାଣି ଶଟ୍‌ଡାଉନ୍‌ ପରିସ୍ଥିତି। ଦୀର୍ଘଦିନ ଧରି ଦରମା ନ ପାଇ ସରକାରୀ କର୍ମଚାରୀ କାମକୁ ଆସିବା ବନ୍ଦ କଲେଣି। ଏପରିକି ଏବେ ଆମେରିକାର ବହୁ ଏୟାରଲାଇନ୍ସ ସେବା କର୍ମଚାରୀ କାର୍ଯ୍ୟରେ ଯୋଗଦେବାକୁ ଆସୁ ନ ଥିବାରୁ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ରେ ସମସ୍ୟା ଦେଖାଦେବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ନିଜ ଆଭ୍ୟନ୍ତରୀଣ ସମସ୍ୟାରେ ବୁଡ଼ିରହିଥିବା ଆମେରିକା ଏବେ ବିଶ୍ୱ ନେତୃତ୍ୱରେ ନିଜର ସ୍ଥାନକୁ ବଜାୟ ରଖିବା ଜଟିଳ ଦିଶିଲାଣି। ଜାତିସଂଘ ଜଳବାୟୁ ସମ୍ମିଳନୀ ଓ ବିଶେଷକରି ଜି-୨୦ରୁ ଦୂରେଇ ରହିବା ଆମେରିକାକୁ ଭୂରାଜନୈତିକ ଓ ଅର୍ଥନୈତିକ ମୁଖ୍ୟସ୍ରୋତରୁ ଦୂରେଇ ଦେବ ବୋଲି ଆଲୋଚନା ହେଉଛି। America First ବା ଆଗ ଆମେରିକା ନୀତିର ପରୀକ୍ଷଣ ଟ୍ରମ୍ପ୍‌ ଏବଂ ଆମେରିକାକୁ କେଉଁ ସ୍ତରରେ ନେଇ ପହଞ୍ଚାଇବ ତାହା ସମୟ କହିବ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?