Posted inଖେଳ

କୋହଲି କହିଲେ ‘ଶୁଭେଚ୍ଛା ଅଧିନାୟକ’; ପାଣ୍ଡ୍ୟା କହିଲେ ‘ମୋର ସବୁଦିନର ପ୍ରେମ’; ଧୋନୀଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଛୁଟିଛି…

ନୂଆଦିଲ୍ଲୀ,୭।୭: ବୁଧବାର ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି କ୍ୟାପ୍‌ଟେନ୍‌ କୁଲ୍‌। ୧୯୮୧ ଜୁଲାଇ ୭ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ ସେ। ଜନ୍ମଦିନରେ ପ୍ରଶଂସକଙ୍କ ସହ ସାଥୀ ଖେଳାଳିଙ୍କ ଶୁଭେଚ୍ଛାର ସୁଅ ତାଙ୍କ ନିକଟକୁ ଛୁଟୁଛି। ପ୍ରଶଂସକମାନେ ମାହିଙ୍କ ଫଟୋ, ଭିଡିଓ ଏବଂ ରେକର୍ଡକୁ ଶେୟାର କରୁଥିବା ବେଳେ ତାଙ୍କ ସହ ଖେଳିଥିବା ଅନେକ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି। ଏହି ତାଲିକାରେ ବିରାଟ କୋହଲିଙ୍କଠା ରୁ ଆରମ୍ଭ କରି ଈଶାନ୍ତ ଶର୍ମାଙ୍କ ନାମ ରହିଛି।

ଭାରତୀୟ ଅଧିନାୟକ ବିରାଟ କୋହଲି ଇନ୍‌ଷ୍ଟ୍ରାଗ୍ରାମରେ ଥ୍ରୋବ୍ୟାକ୍‌ ଫଟୋ ଶେୟାର କରି ଧୋନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ହାପି ବର୍ଥ ଡେ କ୍ୟାପ୍‌ଟେନ୍‌’ ବୋଲି ସେ ଲେଖିବା ସହ ଏକ ହୃଦୟ ଇମୋଜି ମଧ୍ୟ ଦେଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ୨୦୧୯ ବିଶ୍ୱକପ୍‌ ସମୟର ଏକ ଫଟୋ ଶେୟାର କରି ‘ ମୋର ସବୁବେଳର ଭଲପାଇବା ଏବଂ ମୋର ସବୁଠାରୁ ବଡ଼ ବନ୍ଧୁ। ଜନ୍ମଦିନର ଶୁଭେଚ୍ଛା ମାହି ଭାଇ। ଭଲପାଇବା କେବଳ ତୁମରି ପାଇଁ ବୋଲି ଲେଖିଛନ୍ତି।

ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଧୋନୀଙ୍କ ସହ ନିଜର ଫଟୋ ଶେୟାର କରି ‘ ମାହି ଭାଇ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା। ଆପଣ ଅଧିନାୟକ ଭାବେ ଜଣେ ଭଲ ବନ୍ଧୁ। ଆଶା କରୁଛି ତୁମର ଦିନଟି ଭଲରେ କଟିବ। ଆଗାମୀ ବର୍ଷ ମଧ୍ୟ ଭଲରେ ଯିବ।

ସୁରେଶ ରାଇନା ଟୁଇଟ୍‌ କରି ଆପଣଙ୍କୁ ଜନ୍ମଦିନର ଶୁଭକାମନା। ଆପଣ ମୋ ପାଇଁ ଜଣେ ବନ୍ଧୁ, ଭାଇ ଏବଂ ପରାମର୍ଶଦାତା ରହିଛନ୍ତି। ଭଗବାନ ଆପଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନର ଆଶୀର୍ବାଦ କରନ୍ତୁ।

ସେହିଭଳି ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ କୈଫ, ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରମୁଖ ନିଜର ଶୁଭେଚ୍ଛା ବାର୍ତ୍ତା ଦେଇଥିବା ଦେଖାଯାଇଛି।

ପ୍ରକାଶ ଯେ, ୨୦୦୪ରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ଧୋନୀ। ସେ ୯୦ ଟେଷ୍ଟ, ୩୫୦ ଦିନିକିଆ ଏବଂ ୯୮ଟି ଟି୨୦ ମ୍ୟାଚ୍‌ ଖେଳିଥିଲେ। ବିଶେଷକରି ସେ ତାଙ୍କ କ୍ୟାରିୟରରେ ଅନେକ ବଡ଼ ରେକର୍ଡ କରିଥିଲେ। ସେ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri