Posted inଖେଳ

କୋହଲି କହିଲେ ‘ଶୁଭେଚ୍ଛା ଅଧିନାୟକ’; ପାଣ୍ଡ୍ୟା କହିଲେ ‘ମୋର ସବୁଦିନର ପ୍ରେମ’; ଧୋନୀଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଛୁଟିଛି…

ନୂଆଦିଲ୍ଲୀ,୭।୭: ବୁଧବାର ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି କ୍ୟାପ୍‌ଟେନ୍‌ କୁଲ୍‌। ୧୯୮୧ ଜୁଲାଇ ୭ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ ସେ। ଜନ୍ମଦିନରେ ପ୍ରଶଂସକଙ୍କ ସହ ସାଥୀ ଖେଳାଳିଙ୍କ ଶୁଭେଚ୍ଛାର ସୁଅ ତାଙ୍କ ନିକଟକୁ ଛୁଟୁଛି। ପ୍ରଶଂସକମାନେ ମାହିଙ୍କ ଫଟୋ, ଭିଡିଓ ଏବଂ ରେକର୍ଡକୁ ଶେୟାର କରୁଥିବା ବେଳେ ତାଙ୍କ ସହ ଖେଳିଥିବା ଅନେକ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି। ଏହି ତାଲିକାରେ ବିରାଟ କୋହଲିଙ୍କଠା ରୁ ଆରମ୍ଭ କରି ଈଶାନ୍ତ ଶର୍ମାଙ୍କ ନାମ ରହିଛି।

ଭାରତୀୟ ଅଧିନାୟକ ବିରାଟ କୋହଲି ଇନ୍‌ଷ୍ଟ୍ରାଗ୍ରାମରେ ଥ୍ରୋବ୍ୟାକ୍‌ ଫଟୋ ଶେୟାର କରି ଧୋନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ହାପି ବର୍ଥ ଡେ କ୍ୟାପ୍‌ଟେନ୍‌’ ବୋଲି ସେ ଲେଖିବା ସହ ଏକ ହୃଦୟ ଇମୋଜି ମଧ୍ୟ ଦେଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ୨୦୧୯ ବିଶ୍ୱକପ୍‌ ସମୟର ଏକ ଫଟୋ ଶେୟାର କରି ‘ ମୋର ସବୁବେଳର ଭଲପାଇବା ଏବଂ ମୋର ସବୁଠାରୁ ବଡ଼ ବନ୍ଧୁ। ଜନ୍ମଦିନର ଶୁଭେଚ୍ଛା ମାହି ଭାଇ। ଭଲପାଇବା କେବଳ ତୁମରି ପାଇଁ ବୋଲି ଲେଖିଛନ୍ତି।

ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଧୋନୀଙ୍କ ସହ ନିଜର ଫଟୋ ଶେୟାର କରି ‘ ମାହି ଭାଇ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା। ଆପଣ ଅଧିନାୟକ ଭାବେ ଜଣେ ଭଲ ବନ୍ଧୁ। ଆଶା କରୁଛି ତୁମର ଦିନଟି ଭଲରେ କଟିବ। ଆଗାମୀ ବର୍ଷ ମଧ୍ୟ ଭଲରେ ଯିବ।

ସୁରେଶ ରାଇନା ଟୁଇଟ୍‌ କରି ଆପଣଙ୍କୁ ଜନ୍ମଦିନର ଶୁଭକାମନା। ଆପଣ ମୋ ପାଇଁ ଜଣେ ବନ୍ଧୁ, ଭାଇ ଏବଂ ପରାମର୍ଶଦାତା ରହିଛନ୍ତି। ଭଗବାନ ଆପଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନର ଆଶୀର୍ବାଦ କରନ୍ତୁ।

ସେହିଭଳି ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ କୈଫ, ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରମୁଖ ନିଜର ଶୁଭେଚ୍ଛା ବାର୍ତ୍ତା ଦେଇଥିବା ଦେଖାଯାଇଛି।

ପ୍ରକାଶ ଯେ, ୨୦୦୪ରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ଧୋନୀ। ସେ ୯୦ ଟେଷ୍ଟ, ୩୫୦ ଦିନିକିଆ ଏବଂ ୯୮ଟି ଟି୨୦ ମ୍ୟାଚ୍‌ ଖେଳିଥିଲେ। ବିଶେଷକରି ସେ ତାଙ୍କ କ୍ୟାରିୟରରେ ଅନେକ ବଡ଼ ରେକର୍ଡ କରିଥିଲେ। ସେ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri