ଆଜିଠୁ ସହରବାସୀଙ୍କ ଜଗା ଦର୍ଶନ

ପୁରୀ ଅଫିସ,୨୬ା୧୨: ପୁରୀବାସୀଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି ଶୁକ୍ରବାର ଶେଷ ହୋଇଛି। ବ୍ୟାରିକେଡ୍‌ ଓ କରିଡର କାର୍ଯ୍ୟ ସରିଛି। ମୁଖ୍ୟ ବ୍ୟାରିକେଡ୍‌ ପାଖରେ ୮ଟି କିଓସ୍କୋ ରଖାଯାଇଛି। ପ୍ରତି କିଓସ୍କୋରେ କ୍ୟାମେରା ସଂଯୋଗ ହୋଇଛି। ପରିଚୟପତ୍ର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ଉଠାଇବା ପାଇଁ କ୍ୟାମେରା ବ୍ୟବସ୍ଥା କରାଯାଇଛି। ୯ ଲେନ୍‌ ବିଶିଷ୍ଟ ବ୍ୟାରିକେଡ୍‌ ପାଖକୁ ଲାଗି ବଡି ସାନିଟାଇଜର ମେଶିିନ ରହିଛି। ସ୍ଥାନୀୟ ଲୋକେ ଏହା ମଧ୍ୟଦେଇ ଯାଇ ବ୍ୟାରିକେଡ୍‌ ପାଖରେ ପହଞ୍ଚିବେ। ସେଠାରେ ମେଟାଲ୍‌ ଡିଟେକ୍ଟରରେ ଯାଞ୍ଚ କରାଯିବ। ତେବେ କିଓସ୍କୋ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ପ୍ରାୟ ୫ହଜାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି। ଏହାଠୁ ଅଧିକ ଲୋକଙ୍କୁ ଦର୍ଶନ ଅନୁମତି ଦେଲେ ସାମାଜିକ ଦୂରତା ରକ୍ଷା କରିବା ଓ ଶୃଙ୍ଖଳିତ ଦର୍ଶନ କରାଇବା କଷ୍ଟ ହୋଇପଡ଼ିବ ବୋଲି ପ୍ରଶାସନ କହିଛି। ଅନ୍ୟ ପକ୍ଷରେ ପ୍ରସ୍ତୁତି ୫ ହଜାର ଭଳି ହୋଇଥିବା ମନେ ହେଉନାହିଁ। କିଓସ୍କୋ ଦେଇ ଯିବାକୁ ଜଣେ ବ୍ୟକ୍ତିଙ୍କୁ ଅତିକମ୍‌ରେ ୩ରୁ ୪ ମିନିଟ ସମୟ ଲାଗିବ। ପ୍ରଶାସନ ୮ଟି କିଓସ୍କୋ ବ୍ୟବସ୍ଥା କରିଛି। ଦର୍ଶନ ୮ରୁ ୧୦ ଘଣ୍ଟା ହେବ। ହିସାବ କଲେ ଏଇ ସମୟ ଭିତରେ ସର୍ବାଧିକ ୨ରୁ ଅଢ଼େଇ ହଜାର ଲୋକେ ଦର୍ଶନ କରିପାରିବେ। ଯଦି ୫ ହଜାର ଲୋକେ ନିର୍ଦ୍ଧାରିତ ସମୟରେ ଆସନ୍ତି, ତା’ହାଲେ ସେମାନେ କିଭଳି ଭାବେ ଦର୍ଶନ କରିବେ ସେନେଇ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନ ମେଳା ପାଇଁ ବେଆଇନ ଅର୍ଥ ସଂଗ୍ରହ

ବଲାଙ୍ଗୀର ଅଫିସ, ୧୪ା୧୧ – ଶିକ୍ଷା ବିଭାଗର କୌଣସି ସର୍କୁଲାର ନଥିବା ସତ୍ତ୍ୱେ ସରକାରୀ ସ୍କୁଲଗୁଡିକରେ ବିଜ୍ଞାନ ମେଳା ଆୟୋଜନ କରାଯିବା ନେଇ ବଲାଙ୍ଗୀର ଜିଲା...

ଖାକିକୁ କରୋନା ଚିନ୍ତା: ଭୟ, ଆଶଙ୍କାରେ ସାହସୀ ଯୋଦ୍ଧା

ଭୁବନେଶ୍ୱର,୧୯। ୭ (ବ୍ୟୁରୋ):କରୋନା ଲଢ଼େଇରେ ପ୍ରମୁଖ ଭୂମିକା ନେଉଛନ୍ତି ପୋଲିସ କର୍ମଚାରୀ। ଏମାନଙ୍କୁ ସାହସୀ ଯୋଦ୍ଧା କୁହାଯାଉଛି। ବିଶେଷକରି ରାଜଧାନୀରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କର ଗୁରୁଦାୟିତ୍ୱ...

ଭାରରେ ୧୨କି.ମି. ବୋହି ଆଣିବା ପରେ ମିଳିଲା ସ୍ବାସ୍ଥ୍ୟସେବା

ମାଲକାନଗିରି, ୨୬।୧ (ଡି.ଏନ.ଏ.) – ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ବାସ୍ତବତା ଏହାଠାରୁ...

ବମିଖାଲ ଓଭରବ୍ରିଜରେ ଝୁଲୁଛି ବିପଦ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ଅଧିକାରୀଙ୍କ ଅବହେଳା ପାଇଁ ନିର୍ମାଣ ସମୟରେ ବମିଖାଲ ଓଭରବ୍ରିଜ୍‌ ୨ ଜୀବନ ନେଇଥିଲା। ଜଣେ ଶିଶୁ ସମେତ ୧୧ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏବେ...

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ୬ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୮।୭(ବ୍ୟୁରୋ): ସୋମବାର ରାଜ୍ୟର ୬ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ...

ସ୍ଲରି ପାଇପ୍‌ରେ ଲୁହାପଥର ପରିବହନକୁ ବିରୋଧ

କେନ୍ଦୁଝର,୧୯ା୫(ସ୍ବ.ପ୍ର.): ସ୍ଲରି ପାଇପ୍‌ରେ ଲୁହାପଥର ପରିବହନକୁ ବିରୋଧ କରି ଗୁରୁବାର କେନ୍ଦୁଝର ଜିଲାର ଟ୍ରକ୍‌ମାଲିକମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର...

ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ

ବେଗୁନିଆପଡ଼ା,୨୧।୧୨(ଡି.ଏନ.ଏ.): ପୁଣି ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ। ଚୋରା ମଦ କାରବାର ଉପରେ ଚଢାଉ କରି ପୁଣି ଥରେ ମଦ ବେପାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଅବକାରୀ...

ହାତୀ ଆକ୍ରମଣ: ୩ବର୍ଷରେ ୧,୫୭୮ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ହାତୀ ଆକ୍ରମଣରେ ଗତ ତିନିବର୍ଷରେ ଦେଶରେ ୧,୫୭୮ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ଓଡ଼ିଶାରେ ସର୍ବାଧିକ ୩୨୨ଜଣଙ୍କ ଜୀବନ ଯାଇଥିବା କେନ୍ଦ୍ର ପରିବେଶ,...

Advertisement
Archives

Model This Week