ଏଣୁ ମାରିଲେ ଗୋହତ୍ୟା…

ଏବେ ପ୍ରତିଦିନ ଜୀବନରେ ଆମେ ଏହି ସମସ୍ୟାକୁ ସର୍ବଦା ସାମ୍‌ନା କରୁଛନ୍ତି; ଯାହା ଆମକୁ ସର୍ବଦା ତ୍ରିଶଙ୍କୁ ଅବସ୍ଥାରେ ରଖିଦେଉଛି। କ’ଣ କରିବା କ’ଣ ନ କରିବା ଏହି ଭାବନା ସର୍ବଦା ବଳବତ୍ତର ରହି ଆମକୁ ହତାଶ କରି ଚାଲିଛି। ଯେପରି ଦୁଇଟି ଚୁମ୍ବକ ମଧ୍ୟରେ ଚୁମ୍ବକୀୟ ବସ୍ତୁଟି ଅସ୍ଥିରତା ହରାଇଥାଏ ସେହିପରି ଆମେ ହଁ ଏବଂ ନା ମଧ୍ୟରେ ରହି କେବଳ ଭୁଲ୍‌ ହିଁ କରିଥାନ୍ତି। ଏମିତି ଅନେକ କଥା ଆମଜୀବନରେ ପ୍ରାୟସର୍ବଦା ଘଟୁଥାଏ।
ଆମେ ଭାବନ୍ତି ଏଇଟା କରିଥିଲେ ଭଲ ହୋଇଥାନ୍ତା ଏଇଟା କଲେ ଭୁଲ୍‌ ହୋଇଗଲା, ଯାହା ଆମ ଚିନ୍ତନରେ କୋଉଠି ଭୁଲ୍‌ ରହିଗଲା। ଜୀବନ ତ ଭୁଲ୍‌ ଠିକ୍‌ର ସମାହାର। କେତେକେ କହନ୍ତି, ଭୁଲ୍‌କରିବା ଭଲ କାରଣ ଭୁଲ୍‌ ହିଁ ଠିକ୍‌ କରିବାର ସ୍ରଷ୍ଟା। ଛୁଆଟିଏ ଭୁଲ୍‌ କରି କରି ଠିକ୍‌ କରେ, ସେହି ଭୁଲ୍‌ରୁ ସେ ଭଲ ହୁଏ।
ଶିଳ୍ପର ଚାହିଦା ବେରୋଜଗାର ଦୂର କରେ, ଅର୍ଥନୈତିକ ଅଭିବୃଦ୍ଧି କରି ବଞ୍ଚିବାର ସୁଖଦ ଅନୁଭୂତି ପ୍ରଦାନ କରେ। କିନ୍ତୁ ତା’ ପରିବର୍ତ୍ତେ ଆମକୁ ଦିଏ ପ୍ରଦୂଷଣ। ସତ କହିବାକୁ ଗଲେ ଶିଳ୍ପ ଓ ରାସ୍ତାର ଅଗ୍ରଗତିରେ ଗୋଟିଏ ଦେଶ ତା’ର ସବୁଥିରେ ଅଭିବୃଦ୍ଧି ଦେଇଥାଏ, ଏହା ଏକାନ୍ତ ଆବଶ୍ୟକ। ପୁଣି ଏକାନ୍ତ ପରିବେଶର ସୁରକ୍ଷାପାଇଁ ଚିନ୍ତା କରିବା ଆବଶ୍ୟକ। ପରିବେଶ ଏକ ପ୍ରାକୃତିକ ବଳୟ। ଏହା ଆମକୁ ସୁରକ୍ଷା ଦିଏ, ତେଣୁ ଏହାର ସୁରକ୍ଷା ଆମ ପାଇଁ ଜରୁରୀ। କିନ୍ତୁ ଅତିମାତ୍ରାରେ ପରିବେଶ ପ୍ରଦୂଷଣ ଆସନ୍ତାକାଲି ପାଇଁ ମଧ୍ୟ ଏକ ଆହ୍ବାନ। ଏଠାରେ ଯଦି ଉଭୟଙ୍କ ମଧ୍ୟରେ ସନ୍ତୁଳନ ରହେ ତାହାହେଲେ ଆମେ ଉନ୍ନତିର ସୀମାକୁ ଆକଳନ କରିପାରିବା।
ଏବେ ଆଲୋଚନା ହେଉଛି ଡିପ୍‌ଫେକ କଥା। ଏଥିରେ ବଲିଉଡ୍‌ ନାୟିକା ନାୟକଙ୍କ ଠାରୁ ଆମ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଶିକାର ହେଲେଣି। ସାଧାରଣ ଲୋକଟିଏ ଏଥିରେ ଶିକାର ହେଲେ ଭାଗ୍ୟକୁ ନିନ୍ଦିବା ସାରହୁଏ। ସହଜରେ ମୁକୁଳି ପାରେନି ସେ ଏହି କଦର୍ଯ୍ୟତାରୁ। କୃତ୍ରିମ ବୁଦ୍ଧିମତ୍ତା ଆମ ପାଇଁ ବରଦାନ ହୋଇପାରେ କିନ୍ତୁ ତାହା କିଛିଦିନ ମଧ୍ୟରେ ମଥାବ୍ୟଥାର କାରଣ ହୋଇପାରେ। ଏହା ଏମିତି ସମସ୍ୟା ସୃଷ୍ଟି କରିପାରେ ଯେ ଆସନ୍ତା ସମୟରେ ଏହା ନିଶ୍ଚିତ ବିପଦ ସୃଷ୍ଟି କରିବ। ଯାହା ନୁହେଁ ତାହା ଦେଖିବା ଶୁଣିବା ଭୟଭୀତ ହେବା ପ୍ରମୁଖତା ପାଲଟିଯିବା। ନେତା, ବୁଦ୍ଧିଜୀବୀ ଓ ଅନ୍ୟମାନଙ୍କୁ ବଦ୍‌ନାମ କରିବା ପାଇଁ ଏହା ପ୍ରମୁଖ ଅସ୍ତ୍ର ହୋଇଯିବ। ଏପଟେ ସାମାଜିକ ଗଣମାଧ୍ୟମ ଆମ ପାଇଁ ବରଦାନ ହୋଇଥିବା ବେଳେ ଏହା ହିଁ ଅଭଦ୍ରତା ସୃଷ୍ଟି କରିବ। କ’ଣ ଅବା କରାଯାଇପାରେ, ଏଣୁ ମାଇଲେ ଗୋହତ୍ୟା ତେଣୁ ମାଇଲେ ବ୍ରହ୍ମହତ୍ୟା। ସବୁଠାରେ ମିଛର ସ୍ବାକ୍ଷର, ଯାହା କିଛିଦିନ ମଧ୍ୟରେ ସାଧାରଣ ମଣିଷ ପାଇଁ କ୍ଷତିକାରକ।
ସେହିପରି ସାଇବର ଅପରାଧୀମାନେ ସେହି ଅନୁପାତରେ ଲୋକମାନଙ୍କୁ ଶୋଷଣ କରୁଛନ୍ତି, ଯେଉଁ ଅନୁପାତରେ ଲୋକଟି ବିଭିନ୍ନ ବିଷୟରେ ଜାଣିବାର ସୁଯୋଗ ପାଉଛି। ସାଧାରଣ ଲୋକଟିଏ ସବୁ ଜାଣିବା ତା’ର ସ୍ବତଃ ଅଧିକାର। କିନ୍ତୁ ଅଧିକାର ଯଦି ବୋଝ ହୋଇଯାଏ ତାହାହେଲେ ସେ ଚିନ୍ତା କ’ଣ ଅବା କରିପାରିବ। ଆମେ ଯେତେ ଶିକ୍ଷା ସଚେତନତା ପାଇ ଚେତୁଛନ୍ତି, ସେତେ ଦୁର୍ବଳତା ଓ ଅନ୍ଧବିଶ୍ୱାସ ଆମକୁ ଘେରିଯାଉଛି। କେବଳ କିଛି ବିକୃତ ମାନସିକସମ୍ପନ୍ନ ବ୍ୟକ୍ତିମାନେ ଏହାର ନକାରାତ୍ମକ ଦିଗଟିକୁ ଖୋଜି ଦେଉଛନ୍ତି। ଡିପ୍‌ଫେକ ଓ ଅଶ୍ଳୀଳ ଭିଡିଓ ହେବାଦ୍ୱାରା ସାଧାରଣ ଲୋକଟିଏ ସାମାଜିକ ଗଣମାଧ୍ୟମରେ ନିନ୍ଦିତ ହେଉଛି। ସମୟ ଓ ସୁଯୋଗ ଯଦି ଅଧିକାର ହୁଏ ଏସବୁ ତା’ପାଇଁ ‘ଗାଈ ମାଇଲେ ମଲି ଗାଈ କି ମାରିଲେ ମଲି’ର ଅବସ୍ଥା। ଏସବୁର ଦୂରୀକରଣ ଏକାନ୍ତ ଆବଶ୍ୟକ।
ବିଜ୍ଞାନ ଆଜି ମଣିଷକୁ ଏକ ସ୍ବତନ୍ତ୍ର ସ୍ଥାନକୁ ନେବାବେଳେ ସେହି ବିଜ୍ଞାନକୁ ଉପଯୋଗ କରି ଆମେରିକାରେ ବଡ଼ ଆକାରରେ ଉଗ୍ରପନ୍ଥୀ ଆକ୍ରମଣ ହୋଇଗଲା। ଲୋକଙ୍କୁ ଭୀତତ୍ରସ୍ତ କରି ବନ୍ଧୁକ ଗୁଳି ଓ ଅନ୍ୟାନ୍ୟ ବିଜ୍ଞାନ ସାମଗ୍ରୀ ବ୍ୟବହାର କରି ଏହି ଉଗ୍ରବାଦୀମାନେ ସ୍ବତନ୍ତ୍ର ଶାସନ କରିବା ଉଦ୍ୟମରେ ଦେଶର ସାଧାରଣ ଲୋକଙ୍କୁ ଭୀତତ୍ରସ୍ତ କରୁଛନ୍ତି। ଏହା ହମାସ୍‌ ଓ ଇସ୍ରାଏଲ ଯୁଦ୍ଧରୁ ଆମେ ସ୍ପଷ୍ଟ ଅନୁଭବ କରୁଛନ୍ତି। ବୈଷୟିକ ବିଜ୍ଞାନ ସହାୟତାରେ ଆଜି ଚନ୍ଦ୍ରରେ ପାଦଦେଇ ସାରା ବିଶ୍ବକୁ ଆଶ୍ଚର୍ଯ୍ୟ ଚକିତ କଲାବେଳେ ଏଥିପାଇଁ ପରିବେଶ ଓ ନିରୀହ ଜୀବମାନଙ୍କ ଉପରେ ଖରାପ ପ୍ରଭାବ ପକାଇଚାଲିଛେ। ତେଣୁ ବୈଷୟିକ ବିଜ୍ଞାନ ଆମ ପାଇଁ ନିହାତି ଜରୁରୀ, କାରଣ ଏହା ଆମକୁ ବିଶ୍ୱାୟନ ଦିଗରେ ଗତିଶୀଳ ହେବାକୁ ସାହାଯ୍ୟ କରିଛି।
ମଣିଷର ପ୍ରତ୍ୟେକ ସ୍ଥିତିରେ ସେ ତ୍ରିଶଙ୍କୁ ଅବସ୍ଥାରେ ପ୍ରପୀଡ଼ିତ ହୁଏ। ଛୋଟ ମୋଟ କଥା ସମାଧାନ ତା’ ମଧ୍ୟରେ ହୋଇଯାଉଥିବା ବେଳେ ବଡ଼ ବଡ଼ ସମସ୍ୟା ସର୍ବଦା ତ୍ରିଶଙ୍କୁ ଭଳି ତାକୁ ଝୁଲେଇଦିଏ। ଯେତେବେଳେ ତା’ର ବିବେକ ମନ ଉପରେ ପ୍ରତିପତ୍ତି ରଖିଥାଏ ସେତେବେଳେ ସେ ଠିକ୍‌ କଥାଟିକୁ ଗ୍ରହଣ କରେ ଅନ୍ୟଥା ସେ ଭୁଲ୍‌ କରିବସେ। ଏମିତି ଅନେକ ସମୟରେ ଭୁଲ୍‌ ପାଇଁ ସେ ପଶ୍ଚାତ୍ତାପ କଲାବେଳେ ଠିକ୍‌ ପାଇଁ ଲେଡିଗୁଡ଼ କହୁଣିକୁ ବୋହିଯାଇଥାଏ। ସେହିପରି ଅନେକ ପରିବେଶ ସଂକ୍ରାନ୍ତୀୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭୁଲ୍‌ କରି କେବଳ ପଶ୍ଚାତ୍ତାପ କରିବା ସାର ହୁଏ। ଆଣବିକ ପରୀକ୍ଷଣ ସମାଜ ପାଇଁ ଅନେକ ଅବଦାନ ଥାଇ ମଧ୍ୟ ଏହାର ବିପଜ୍ଜନକ ଅବସ୍ଥା ମଣିଷ ତଥା ପରିବେଶ ପାଇଁ ଘାତକ ହୁଏ। ଯେମିତି ଶବ୍ଦ ସଂସ୍ଥାନ ଆମର ସଭା ସମିତି ପାଇଁ ଆବଶ୍ୟକ ଥିବାବେଳେ ଏହାର ବହୁଳ ବ୍ୟବହାର ଶବ୍ଦ ପ୍ରଦୂଷଣର ମୁଖ୍ୟ କାରଣ ହୋଇଥାଏ।
ଅତଏବ ଆମ ଭାବନାରେ ସର୍ବଦା ଥିବା ସର୍ତ୍ତ ‘ଗାଈ ମାରିଲେ ମଲି ଗାଈକୁ ମାଇଲେ ମଲି’ ଏକ ସତ୍ୟର ଉପସ୍ଥାପନା, ତେଣୁ ସର୍ବଦା ମାନବିକ ମୂଲ୍ୟବୋଧ ସମ୍ପୂର୍ଣ୍ଣ ବିବେକର ବ୍ୟବହାର କଲେ ଅନେକ ଖରାପ ଅବସ୍ଥାରୁ ମୁକ୍ତି ପାଇପାରିବା ଏହା ନିଃସନ୍ଦେହ।

  • ପ୍ରଦୀପ୍ତ କୁମାର ମିଶ୍ର
    ଅରେଇ, ଯାଜପୁର ମୋ:୯୬୫୮୬୧୪୭୨୮

Enter your email to get our daily news in your inbox.

All Right Reserved By Dharitri.Com

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri